ଅସୁସ୍ଥତା ଯୋଗୁଁ ଏନଟିଆରଙ୍କ ସାନଝିଅ ଉମା ମାହେଶ୍ୱରୀ ଙ୍କ ଆତ୍ମହତ୍ୟା

128

ଏନଟି ରାମା ରାଓ(ଏନଟିଆର)ଙ୍କ ସାନ ଝିଅ ଉମା ମାହେଶ୍ୱରୀ ଆତ୍ମହତ୍ୟା କରିଛନ୍ତି I ଆଜି ହାଇଦ୍ରାବାଦର ଜୁବଲୀ ହିଲ୍ସ ନିଜ ଘରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ମାସ ହେଲାଣି ଉମା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ସେହିପରି ତାଙ୍କର ଏକାଧିକ ଚିକିତ୍ସା ମଧ୍ୟ ଚାଲିଥିଲା। ସମ୍ଭବତଃ ଏହି କାରଣ ପାଇଁ ସେ ଜୀବନ ହାରିଥିବା କୁହାଯାଉଛି। ପ୍ରାଥମିକ ତଦନ୍ତ ଅନୁସାରେ ତାଙ୍କ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ସେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ । ଉମା ମାହେଶ୍ୱରୀ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ଭାଉଜ ମଧ୍ୟ ଥିଲେ । ପୋଲିସର ସୂଚନା ଅନୁସାରେ ରାତି ପାଖାପାଖି ୧୨ଟା ହେବ ପରିବାରର ସଦସ୍ୟ ତାଙ୍କର ଝୁଲନ୍ତା ମୃତଦେହ ପାଇଥିଲେ । ସେ ହଠାତ୍‌ ଆତ୍ମହତ୍ୟା କରିଥିବାରୁ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତ କରିବ ବୋଲି ଜଣାଯାଇଛି।

Comments are closed, but trackbacks and pingbacks are open.