ନ୍ୟୂଡ଼ କଲ କରି ଇଂଜିନିୟର ଙ୍କ ଠାରୁ ଲୁଟିନେଲେ ୨୫ ଲକ୍ଷ

16

ସାଇବର ଠକ ଙ୍କ ନୂଆ ଫଣ୍ଡା I ପ୍ରତିଦିନ ସାଇବର ଠକାମୀର ଶିକାର ହେଉଛନ୍ତି ଲୋକ । ସାଧାରଣ ଲୋକଙ୍କୁ ଠାରୁ ଆରମ୍ଭ କରି ବଡ଼ ବଡ଼ ବାବୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି ।ଏଥର ଜାଲରେ ପଡିଛନ୍ତି ଜଣେ ଉଚ୍ଚ ଶିକ୍ଷିତ I ଏହି ସାଇବର ଠକେଇ ର ଶିକାର ହୋଇଛନ୍ତି ଜଣେ ବିଏସଏନଏଲର ଯନ୍ତ୍ରୀ । ଯନ୍ତ୍ରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୨୫ ଲକ୍ଷ । ପ୍ରଥମେ ତାଙ୍କୁ ହ୍ୱାଟ୍ସଆପରେ ମେସେଜ୍ ଏବଂ ଏହାପରେ ଭିଡିଓ କଲ୍ ଆସିଥିଲା । ଆଉ ଏହି ଭିଡିଓ କଲ୍ ଜାଲରେ ଫସି ଯନ୍ତ୍ରୀ ଜଣକ ହରାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ହ୍ୱାଟ୍ସଆପରେ ନିଉଡ଼ ଭିଡ଼ିଓ କଲ କରି ଇଂଜିନିୟରଙ୍କୁ ଟ୍ରାପ କରିଥିଲେ ଯୁବତୀ । ଟ୍ରାପର ଗୋଟିଏ ଦିନ ପରେ ନକଲି ସିବିଆଇ ଅଫିସରର ପରିଚୟ ଦେଇ ନିଉଡ଼ ଭିଡ଼ିଓ ପାଇଁ ବ୍ଲକମେଲିଙ୍ଗ କରିବା ଆରମ୍ଭ କରିଥିଲେ । ପରେ ଏହି ଭୟରେ ପର୍ଯ୍ୟାୟ କ୍ରମେ ଇଂଜିନିୟର ଜଣଙ୍କଠୁ ୨୫ ଲକ୍ଷ ଚୁନା ଲଗାଇଛନ୍ତି ଏହି ସାଇବର ଠକ ନାୟିକା । ଏନେଇ ସାଇବର ଥାନାରେ ଏତଲା ହୋଇଛି । ମାମଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ I
ଅନେକ ସମୟରେ ସାଇବର ଠକାମୀରୁ ବର୍ତ୍ତିବା ପାଇଁ ବିଶେଷଜ୍ଞଙ୍କ ତରଫରୁ ମେସେଜ ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ସାମୟିକ ପ୍ରଲୋଭନ ରେ ପଡି ଏଥିରେ ଫସୁଛନ୍ତି ହଜାର ହଜାର ଲୋକ । ତେଣୁ ଏଭଳି ମିଥ୍ୟା ପ୍ରଲୋଭନରୁ ଦୂରେଇ ରହି ସଚେତନ ରହିବାକୁ ସାଇବର ଥାନାର ସୂଚନା ଦିଆଯାଇଛି I

Comments are closed, but trackbacks and pingbacks are open.