ଅର୍ପିତା ମୁଖାର୍ଜୀଙ୍କ ଅନ୍ୟ ଏକ ଘରୁ ମିଳିଲା ନଗଦ ଟଙ୍କା ସହ ଗହଣା,ଗଣିବା ପାଇଁ ମେସିନ ମଗାଇଲା ଇଡି

22

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ବାହାରିଲା ଟଙ୍କା ଓ ଗହଣା I ତାଙ୍କ ଘରେ ସର୍ଚ୍ଚ ଅପରେସନ ସମୟରେ ତାଙ୍କର ଅନ୍ୟ ଏକ ଫ୍ଲାଟରେ ଲକ୍ଷ ଲକ୍ଷ ଟଙ୍କା ଏବଂ ବିପୁଳ ପରିମାଣ ର ଗହଣାର ସନ୍ଧାନ ପାଇଛି ଇଡି I ଅର୍ପିତାଙ୍କ ବେଲଗେରିଆ ଫ୍ଲାଟରେ ଟଙ୍କା ଏବଂ ସୁନା ଅଳଙ୍କାର ଠାବ ହୋଇଛି । ଏହାର ଅର୍ଥ ୨୧ କୋଟି ବାଦ ଘର ଭିତରେ ଅର୍ପିତା ଆହୁରି ବିପୁଳ ପରିମାଣର ଟଙ୍କା ଲୁଚାଇ ରଖିଥିଲେ। ଦ୍ୱିତୀୟ ଥର ସର୍ଚ୍ଚ ଅପରେସନ ବେଳେ ହିଁ ଅତିରିକ୍ତ ଟଙ୍କା ସମ୍ପର୍କରେ ସୂଚନା ମିଳିଛି। ବର୍ତ୍ତମାନ ଟଙ୍କା ଗଣିବାକୁ ଇଡି ବ୍ୟାଙ୍କ ରୁ ମେସିନ୍ ମଗାଇଛି । ତେବେ ଟଙ୍କାର ପରିମାଣ ଦେଖି ବ୍ୟାଙ୍କରୁ ପାଞ୍ଚଟି ନୋଟ୍ ଗଣନା ମେସିନ ପାଇଁ ଇଡି ପକ୍ଷ୍ରୁ ନିର୍ଦେଶ ଦିଆଯାଇଛି I ଏଥିରୁ ଅନୁମାନ କରାଯାଇପାରେ ଯେ ଅର୍ପିତାଙ୍କ ଘରେ କେତେ ଟଙ୍କା ଥାଇପାରେ I

ସୂଚନାଅନୁସାରେ , ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ସ୍କାମରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି ଇଡି । ଏହାପୂର୍ବରୁ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୧ କୋଟିରୁ ଅଧିକ ଟଙ୍କା ସହିତ ୨୦ଟି ମୋବାଇଲ ଜବତ କରିଥିଲା ଇଡି I ଏହା ସହିତ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଜବତ ହୋଇଥିଲା । ଜବତ ଟଙ୍କା ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ବୋଲି ଅର୍ପିତା ମୁଖାର୍ଜୀ ଇଡିକୁ କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅର୍ପିତା କହିଛନ୍ତି ଯେ ପାର୍ଥ ଚାଟାର୍ଜୀ ତାଙ୍କ ଘରେ ଟଙ୍କା ଜମା କରୁଥିଲେ ଏବଂଏହାକୁ ‘ମିନି ବ୍ୟାଙ୍କ’ ଭଳି ବ୍ୟବହାର କରାଯାଉଥିଲା I ତେବେ ଏହି ତାଙ୍କ ଉପରେ ଇଡି ର ନଜର ପଡିବା ପୂର୍ବରୁ ଏହାକୁ ଅନ୍ୟତ୍ର ଟ୍ରାନ୍ସ ଫର କରାଯାଇଥାନ୍ତା I

Comments are closed, but trackbacks and pingbacks are open.