ମଙ୍କିପକ୍ସକୁ ନେଇ ସତର୍କ କରାଇଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

27

ସାରା ବିଶ୍ୱରେ ବଢ଼ିବାରେ ଲାଗିଛି ମଙ୍କିପକ୍ସ ମାମଲା। ଏହି ଭାଇରସ କବଳରେ କେବଳ ବୟସ୍କ ନୁହେଁ ବରଂ ଛୋଟ ଶିଶୁ ବି ଆସିଛନ୍ତି । ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, କାଲିଫର୍ଣ୍ଣିଆର ଜଣେ ଶିଶୁ ଓ ଆଉ ଜଣେ ନବଜାତକ ଶିଶୁଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ଏହାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ଲୋବାଲ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରିଛି । ଏହାସହିତ ବୃଦ୍ଧି ପାଉଥିବା ମଙ୍କିପକ୍ସ ମାମଲାକୁ ନେଇ ସତର୍କ ରହିବା ପାଇଁ ଲୋକଙ୍କୁ ଅପିଲ କରିଛି।

ସେହିପରି କିଛି ଦିନ ତଳେ ଭାରତର କେରଳରୁ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ଏହାପରେ ଅନ୍ୟ ଦୁଇଟି ମାମଲା ମଧ୍ୟ କେରଳରୁ ଚିହ୍ନଟ ହୋଇଥିଲା। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡୋସ ଅଦନୋମ ଘୋଷଣା କରିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଦେଶକୁ ମଙ୍କିପକ୍ସ ବ୍ୟାପି ସାରିଛି। ଏତେ ଦେଶକୁ ବ୍ୟାପିବା ଏକ ବୈଶ୍ୱିକ ଜରୁରୀ ପରିସ୍ଥିତି ବୋଲି ୟୁଏନ ଏଜେନ୍ସି କହିଛି ।

Comments are closed, but trackbacks and pingbacks are open.