ଖାରବେଳ ନଗର ଥାନାରେ ଅଭିଯୋଗ କଲେ ବୋହୁ ତୃପ୍ତି ଙ୍କ ସହିତ ଶାଶୂ ଅପରାଜିତା

27

ହାଟରେ ପଡି ଦାଣ୍ଡରେ ଗଡି ସାରିବା ପରେ ଏବେ ଥାନାରେ ପହଞ୍ଚିଛି ବାବୁଶାନ ଓ ପତ୍ନୀ ଙ୍କ ଝଗଡ଼ାର କାରଣ । ଖାରବେଳନଗର ଥାନାରେ ପହଞ୍ଚି ଉଭୟ ଅପରାଜିତା ମହାନ୍ତି, ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି । ପୂର୍ବରୁ ପ୍ରକୃତିଙ୍କ ବାପାମାଆ ଖାରବେଳନଗର ଥାନାରେ ପହଞ୍ଚି ତୃପ୍ତିଙ୍କ ବାପାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥଲା । ଏହା ସହିତ ସିସିଟିଭିକୁ ଯାଞ୍ଚ କରିଛି ପୋଲିସ ।

ଅପରାଜିତା ପ୍ରଥମେ ବୋହୂଙ୍କ ଘରେ ପହଞ୍ଚିଥିଲେ । ସେଠାରେ ତୃପ୍ତିଙ୍କ ସହ ତାଙ୍କ ମାଉସୀ ମଧ୍ୟ ସେମାନଙ୍କ ସହ ଥାନାକୁ ଯାଇଥିଲେ । ପରେ ଖାରବେଳନଗର ଥାନାରେ ମାମଲା ରୁଜୁ କରିଥିବା ଯାହାକି ଜଣାପଡିଛି ।

ତେବେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ବାବୁସାନଙ୍କ ପତ୍ନୀ ତୁପ୍ତି । ସେ କହିଛନ୍ତି ଯେ କିଛି ଦିନ ହେବ ବାବୁସାନ ଙ୍କ ସହିତ ପାରିବାରିକ ସମ୍ପର୍କ ଭଲ ନ ଥିଲା ଇ ଏପରିକି ବାବୁସାନ ତାଙ୍କ କୁନି ପୁଅ କୁ ମଧ୍ୟ ଦେଖିବାକୁ ଆସୁ ନ ଥିଲେ I ବର୍ତ୍ତମାନ ଖବର ଅନୁସାରେ ସତ୍ୟ ନଗର ଘରେ ବାବୁସାନ ଓ ପ୍ରକୃତି ଏକାଠି ରହୁଥିଲେ । ଏହାସହିତ ତୃପ୍ତି ଉଭୟଙ୍କୁ ଆଗରୁ ୩ ଥର ଧରିଛନ୍ତି । ସେମାନେ ଜାଗା ପରିବର୍ତ୍ତନ ମଧ୍ୟ କରୁଥିଲେ । ଆଗରୁ ଭୁବନେଶ୍ୱର, ଗୋଆ ଏବଂ ବମ୍ବେରୁ ଉଭୟଙ୍କୁ ଧରିଥିଲେ । ଆଜି ସେମାନେ ଚେନ୍ନାଇ ଯିବାକୁ ଏକାଠି ଗୋଟିଏ କାର ରେ ଯିବା ସମୟରେ ପତ୍ନୀ ତୃପ୍ତି ତାଙ୍କୁ ଧରିଥିଲେ I ଏହି ସମୟରେ ଉଭୟଙ୍କ ମଧ୍ୟରେ ରାସ୍ତା ମଝିରେ ଉଚ୍ଚ ଵାଚ ହେବ ସହ ତୃପ୍ତି ବାବୁସାନ ଙ୍କୁ ହାତ ଉଠାଇ ବାଡେଇଥିଲେ I ତେବେ ଏହି ଘଟଣାରେ ମଝିରେ ପ୍ରକୃତି ମିଶ୍ର ପ୍ରତିକ୍ରିୟା ଦେବାରୁ ସେ ମଧ୍ୟ ତୃପ୍ତି ଙ୍କ କ୍ରୋଧ ରୁ ବର୍ତ୍ତୀ ନ ଥିଲେ I

Comments are closed, but trackbacks and pingbacks are open.