ଦୈନିକ ଭାଗ୍ୟଫଳ

32

ରାଶିଫଳ :୨୨-୦୭-୨୦୨୨ ଶୁକ୍ରବାର : ଭାଗ୍ୟ ଦେବ ସାଥ,ମିଳିବ ଅପାର ସଫଳତା I ମେଷ -କାର୍ଯ୍ୟରେ ସଫଳତା ,ବୃଷ -ମନରେ ଦ୍ୱନ୍ଦ୍ୱ, କର୍କଟ -ଶୁଭ କାର୍ଯ୍ୟରେ ସାମିଲ ହେବେ I କନ୍ୟା – ତୁଳା ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ I

ମେଷ : ଦିନଟି ସୁସଙ୍ଗତତାରେ ପରିପୂର୍ଣ୍ଣ ହେବ I ସମସ୍ତ କାର୍ଯ୍ୟରେ ସଫଳତା , ଆର୍ଥିକ ଉନ୍ନତି ସାଙ୍ଗକୁ ବନ୍ଧୁ ଦର୍ଶନ ହେବ I ପିଲାମାନେ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ I

ବୃଷ : ମନରେ ଦ୍ୱନ୍ଦ୍ୱ ଦେଖାଦେବ I ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ I କାର୍ଯ୍ୟ କ୍ଷେତ୍ରରେ ଚାପ ବଢିବ I କୋର୍ଟକଚେରୀ କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ I ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ I

ମିଥୁନ :ଯେଉଁମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ।

କର୍କଟ : ଅନେକ ଶୁଭକର୍ମରେ ସାମିଲ ହେବାର ସୁଯୋଗ ପାଇବେ । ଶତ୍ରୁମାନେ ପରାଜିତ ହେବେ । ବ୍ୟବସାୟରେ ମନୋନିବେଶ କଲେ ଭଲ ଲାଭ ପ୍ରାପ୍ତି ହେବ । ବନ୍ଧୁ ମିତ୍ରଙ୍କ ଆର୍ଥିକ ସହାୟତାରେ ଆଶା ଆକାଂକ୍ଷା ପୂର୍ଣ୍ଣ ହେବ ।

ସିଂହ : ଡେରିରେ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିବ ।ମିଳିଥିବା ସାହାର୍ଯ୍ୟର ଯଥାର୍ଥ ଉପଯୋଗ କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ ହେବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି ।

କନ୍ୟା : ଆଜି ଶରୀରରେ ଥକ୍କା ଓ ମନରେ ଚିନ୍ତା ଦେଖାଦେବ I ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ବିଦ୍ୟାକ୍ଷେତ୍ରରେ ପ୍ରତିଭାର ବିକାଶ ହେବ। ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ।

ତୁଳା : ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ I ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ମନରେ କ୍ରୋଧ ଦେଖାଦେବ I ଅଚାନକ ଆର୍ଥିକ ଲାଭ ହେବ I କାର୍ଯ୍ୟ ଜନିତ ଦୂର ସ୍ଥାନକୁ ଯାଇପାରନ୍ତି I ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ I ପାରିବାରିକ ଜୀବନ ସୁଖମୟ ହେବ I

ବିଛା : କର୍ମକ୍ଷେତ୍ରରେ ଦିନଟି ଲାଭ ଦାୟକ ହେବ । ମନକୁ ଶାନ୍ତି ଓ ସନ୍ତୋଷ ମିଳିବ । ସମ୍ମାନକୁ ଜଗି ଚଳିବାକୁ ପଡିବ । ଭାଇମାନଙ୍କ ଉପରେ ସ୍ନେହ,ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।

ଧନୁ : ଆଜି ଅର୍ଥ ସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। କର୍ମକ୍ଷେତ୍ର ଓ କଳା, ସାହିତ୍ୟ , ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ମକର : କଳାପ୍ରିୟ ହେବେ । ନିର୍ମାଣମୂଳକ ଯୋଜନାରେ ଆଗେଇ ପାରିବେ । ଭାଇଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇପାରିବ । ସନ୍ତାନ ମାନେ ଉନ୍ନତି କରିବେ I ସେୟାର ବଜାର ରେ ଲାଭ ପାଇବେ I

କୁମ୍ଭ : ଅଧିକ ଭାବପ୍ରବଣ ହୋଇ ମାନସିକ ଅଶାନ୍ତି ରେ ରହିବେ I ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ I ମାଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ I ପାରିବାରିକ କ୍ଷେତ୍ରରେ ସ୍ନେହ ସଦଭାବ ଦେଖାଦେବ I

ମୀନ : କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଏକ ଭଲ ଦିନ I ଚିନ୍ତାଧାରାରେ ସ୍ଥିରତା ରହିବ,କୌଣସି ସମସ୍ୟା କୁ ସମାଧାନ କରିବାରେ ସକ୍ଷମ ହେବେ Iକଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ I ବନ୍ଧୁ ମାନଙ୍କ ସହିତ ଭ୍ରମଣ ରେ ଯିବେ I

Comments are closed, but trackbacks and pingbacks are open.