ମୁସେୱାଲା ହତ୍ୟା ଘଟଣାର ୪ ଅଭିଯୁକ୍ତ ଙ୍କୁ ପୋଲିସ ର ଏନ୍କାଉଣ୍ଟର ,ଦୁଇ ମୃତ

18

ମୁସେୱାଲା ଙ୍କ ହତ୍ୟାକାରୀ ଙ୍କୁ ଏନ୍କାଉଣ୍ଟର I ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ୪ ସୁଟର ଙ୍କୁ ପଞ୍ଜାବ ପୋଲିସ୍ ର ଏନ୍କାଉଣ୍ଟର I ଅମୃତସର ଜିଲ୍ଲାର ଅଟ୍ଟାରୀ ଗ୍ରାମରେ ପାକିସ୍ତାନ ସୀମା ନିକଟରେ ଥିବା ଚିଚା ଭକନା ଗ୍ରାମରେ ପ୍ରାୟ ୬ ଘଣ୍ଟା ଧରି ଏହି ଏନ୍କାଉଣ୍ଟର ଚାଲିଥିଲା । ଏଥିରେ ଦୁଇ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜଗରୁପ ସିଂହ ରୁପା ଏବଂ ତାଙ୍କ ସହଯୋଗୀ ମନପ୍ରିତ ଓରଫ ମନ୍ନୁ କୁଶଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ହତ୍ୟାରେ ସାମିଲ ଥିବା ୭ଜଣ ଗ୍ୟାଙ୍ଗଷ୍ଟର ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା ।

ଏହି ଦୁଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ଗ୍ୟାଙ୍ଗାର ଶାର୍ପ ଶୁଟର୍‌। ମନପ୍ରିତ ହେଉଛି ସେହି ଶୁଟର୍‌ ଯିଏ ପ୍ରଥମେ ମୁସେୱାଲା ଉପରକୁ ଏକେ-୪୭ରେ ଗୁଳିମାଡ କରିଥିଲା। ସୂତ୍ର ଅନୁଯାୟୀ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ମନପ୍ରିତ ହିଁ ପ୍ରଥମେ ମୁସେୱାଲାଙ୍କୁ ଗୁଳିମାଡ କରିବ ବୋଲି ନିର୍ଦ୍ଦେଶ ଦେଇଥିଲା।

ସୂଚନା ମୁତାବକ, ଅଟାରୀ ଗାଁରେ ୬ରୁ ୭ ଜଣ ଗ୍ୟାଙ୍ଗଷ୍ଟର ଲୁଚିରହିଥିବା ସନ୍ଦେହ କରାଯାଉଛି । ଏହି ଗ୍ୟାଙ୍ଗଷ୍ଟରମାନେ ଗାଁର ଏକ ପୁରୁଣା କୋଠାରେ ଲୁଚି ରହିଥିବା କୁହାଯାଉଛି । ସୂଚନା ପାଇ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଆଜି ସକାଳ ୧୦ ଟାରୁ ଏହି ପରେସନ ଆରମ୍ଭ ହୋଇଥିଲା Iଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା । ଏହି ସମୟରେ ପୁରା ଗାଁ କୁ ସିଲ କରି ଦିଆଯାଇଥିଲା I

ପଞ୍ଜାବ ଡିଜିପି ଗୌରବ ଯାଦବ କହିଛନ୍ତି ଯେ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଫେରାର ଥିବା ଦୁଇ ସୁଟର ମନୁ ଏବଂ ରୂପା ଆଜି ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛନ୍ତି। ଏଥିସହିତ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି, ବର୍ତ୍ତମାନ ସେମାନେ ବିପଦମୁକ୍ତ ଅଛନ୍ତି । ଘଟଣାସ୍ଥଳରୁ ଏକ AK-47 ଏବଂ ପିସ୍ତଲ ଉଦ୍ଧାର କରାଯାଇଛି। ଏହା ବ୍ୟତୀତ ଏକ ବ୍ୟାଗ ମଧ୍ୟ ମିଳିଛି। ଯାହାର ଅନୁସନ୍ଧାନ ଚାଲିଛି।

Comments are closed, but trackbacks and pingbacks are open.