ଭୁବନେଶ୍ୱରରେ ପହଁଚିଲା ILS ନିର୍ଦେଶକ ଅଜୟ ପରିଡାଙ୍କ ପାର୍ଥିବ ଶରୀର

22

ILS ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର ଆଜି ସକାଳେ ଗୌହାଟୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ବିମାନ ବନ୍ଦରରୁ ଆଇଏଲ୍‌ଏସ୍‌କୁ ନିଆଯିବ ଅଜୟ ଙ୍କ ପାର୍ଥିବ ଶରୀର । ସେଠାରେ କର୍ମଚାରୀମାନେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇବେ । ଏହାପରେ ଡା. ପରିଡ଼ାଙ୍କ ପାର୍ଥିବ ଶରୀରକୁ ତାଙ୍କ ପୈତୃକ ଗାଁ ଯାଜପୁର ଜିଲ୍ଲା ଭଗବାନପୁରକୁ ନିଆଯିବ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ ସମ୍ପନ୍ନ ହେବ ।
ସୂଚନାନୁସାରେ ମଙ୍ଗଳବାର ଦିନ ଗୌହାଟୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା । ସେଠାରେ ତାଙ୍କର ହୃଦଘାତରେ ଅକାଳ ବିୟୋଗ ହୋଇଥିବା ସୂଚନା ମିଳିଥିଲା ।
କରୋନା ବିରୋଧୀ ଲଢ଼େଇ ବେଳେ ଅଜୟ ପରିଡ଼ାଙ୍କ ଦକ୍ଷତା ସମଗ୍ର ଦେଶ ଦେଖିଥିଲା । ଜିନମ୍ ସିକ୍ୟୁଏନ୍ସିଂ ଜରିଆରେ ଭାରିଏଣ୍ଟ ଚିହ୍ନଟ ଓ ଏହାର ମୁକାବିଲା ରଣନୀତି ପ୍ରସ୍ତୁତି କ୍ଷେତ୍ରରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ବିଶେଷ ଭାବେ ଡେଲଟା ଏବଂ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ବେଳେ ଡ. ପରିଡ଼ାଙ୍କ ପରୀକ୍ଷଣ ମୁକାବିଲା ଲାଭପ୍ରଦ ହୋଇଥିଲା । ସେ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଏମଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ନିର୍ଦ୍ଦେଶକ ସହ ଅନେକ ଉଚ୍ଚ ପଦବୀରେ ସେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ। ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୧୪ରେ ଡାକ୍ତର ପରିଡ଼ାଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

Comments are closed, but trackbacks and pingbacks are open.