ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ହତ୍ୟା

18

ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ହତ୍ୟା I ହରିୟାଣା ର ନୁହଁ ଜିଲ୍ଲା ସ୍ଥିତ ତାୱାଡୁ ଅଞ୍ଚଳ ରେ ଡିଏସପି ସୁରେନ୍ଦ୍ର ସିଂ ଙ୍କୁ ପଥର ମାଫିଆ ମାନେ ଡମ୍ପର ଚଢ଼ାଇ ହତ୍ୟା କରିଛନ୍ତି I ନୂହଁ ଅଂଚଳ ରେ ପଥର ମାଫିଆଙ୍କୁ ଧରିବାକୁ ଯାଇଥିଲେ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ। ଏହି ସମୟରେ ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଛନ୍ତି ପଥର ମାଫିଆ। ଘଟଣାସ୍ଥଳରେ ହିଁ ଡିଏସ୍ପିଙ୍କ ମୃତ୍ୟୁ ହୋଇଛି। ରାସ୍ତାକଡ଼ରେ ଡିଏସ୍‌ପିଙ୍କ ମୃତଦେହ ପଡ଼ିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ ଜାରି ରଖିଛି ପୁଲିସ।ଡିଏସପି ସୁରେନ୍ଦ୍ର ସିଂଙ୍କ ମୃତ୍ୟୁ ହେତୁ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି ହୋଇଛି।
ପୁଲିସର କହିବା ମୁତାବକ, ନୂହଁ ଜିଲ୍ଲାର ତାବଡୁ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଗାଁ ରେ ଥିବା ପାହାଡ଼ ଅଂଚଳ ରେ ବେଆଇନ ଖଣି ଖନନ ସମ୍ପର୍କରେ ସୂଚନା ପାଇଥିଲେ ଡ଼ିଏସପି । ଏହା ପରେ ସେ ମଙ୍ଗଳବାର ଦିନ ତାଙ୍କ ଟିମ ସହ ଚଢ଼ାଉ ସେଠାରେ ପହଞ୍ଚିଥିଲେ। ପୁଲିସ୍ ଟିମ୍ ଦେଖି ଟ୍ରକ ଡ୍ରାଇଭର ଏବଂ ଖଣି କାର୍ଯ୍ୟରେ ନିୟୋଜିତ ଲୋକମାନେ ପାହାଡ ନିକଟରେ ଠିଆ ହୋଇଥିବା ଟ୍ରକ ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ଗାଡି ଅଟକାଇବା ପାଇଁ ଡିଏସପି ଆଗକୁ ଆସିବା ପରେ ଟ୍ରକ ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢ଼ାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଫଳରେ ଟ୍ରକର ଚକା ତଳେ ଚାପି ହୋଇ ଡିଏସପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଡ଼ିଏସପି ଙ୍କର ର ଦୁଇଟି ସନ୍ତାନ ଅଛନ୍ତି I ଝିଅ ବାଙ୍ଗାଲୋରର ଏକ ବ୍ୟାଙ୍କରେ ଅଧିକାରୀ ହୋଇଥିବାବେଳେ ପୁଅ କାନାଡାରେ ପଢୁଛନ୍ତି । ଡିଏସପି ସୁରେନ୍ଦ୍ର ସିଂ ଆଉ ୩ ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ I

Comments are closed, but trackbacks and pingbacks are open.