ଦୈନିକ ଭାଗ୍ୟଫଳ

20

ରାଶିଫଳ ୧୯-୦୭-୨୦୨୨ ମଙ୍ଗଳବାର : ଏହି ରାଶି ମାନଙ୍କ ପାଇଁ ଦିନଟି ଉତ୍ତମ ହେବ I ବୃଷ – ଭାଗ୍ୟବାନ ହେବେ I ମିଥୁନ ,କନ୍ୟା, ତୁଳା ରାଶିର ବ୍ୟକ୍ତିମାନଙ୍କ ପାରିବାରିକ ଜୀବନ ସୁଖମୟ ହେବ ଇ କର୍କଟ ନୂତନ କାର୍ଯ୍ୟରେ ଯୋଗ ଦେବେ I ମୀନ – ମୌଜ ମସ୍ତିରେ ଦିନ କଟିବ I

ମେଷ : ଆଜି ଆପଣ ସତର୍କତାର ସହିତ ଦିନ ବିତାଇବା ଉଚିତ୍ I ସାମୟିକ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି I କାର୍ଯ୍ୟକ୍ଷେତ୍ରରେ ଚାପ ବଢିବ I ଭୁଲ ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ, ଗୁରୁଜନଙ୍କ ପରାମର୍ଶ ସହିତ କାମ କରନ୍ତୁ |

ବୃଷ : ଭାଗ୍ୟ ଆପଣଙ୍କ ସପକ୍ଷ ରେ ରହିଛି I ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ I ଘରକୁ ବନ୍ଧୁ ଆଗମନ କରିବେ I ବ୍ୟବସାୟ ବୃଦ୍ଧି ପାଇବ ଏବଂ ଆୟ ମଧ୍ୟ ବୃଦ୍ଧି ପାଇବ I ସମାଜରେ ସମ୍ମାନ ପାଇବାକୁ ସମର୍ଥ ହେବେ I

ମିଥୁନ : ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ। ଆଜି ଆପଣ ନିଜ ଜ୍ଞାନ ଖଟାଇ ଘରୋଇ ବିବାଦକୁ ସମାଧାନ କରିବେ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

କର୍କଟ : ନୂତନ କାର୍ଯ୍ୟରେ ଯୋଗ ଦେବେ I ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପ୍ରତ୍ୟେକ କାର୍ଯ୍ୟରେ ସୁଖ ସନ୍ତୋଷ ମିଳିବ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆର୍ଥିକ ଉନ୍ନତି ଘଟିବ I

ସିଂହ : ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ Iକର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କଠାରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ। ନୂତନ ଆୟପନ୍ଥା ମିଳିପାରେ, ଘାତଚନ୍ଦ୍ର ଯୋଗୁଁ ସତର୍କ ରୁହନ୍ତୁ I

କନ୍ୟା : ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ I ପାରିବାରିକ ଜୀବନରେ ଉତ୍ତମ ବୁଝାମଣା ଦେଖା ଦେବ । ଆକସ୍ମିକ ଭାବେ ଧନ ଲାଭର ସୂଚନା ମିଳୁଛି । ସେବା ପରାୟଣ ହେବେ । ନିଜର ବୈଶିଷ୍ଟ୍ୟତା ପ୍ରକାଶ କରିପାରନ୍ତି । କନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ ।

ତୁଳା : ଘରେ ସୁଖ ଶାନ୍ତି ବିରାଜମାନ କରିବ I କର୍ମକ୍ଷେତ୍ରରେ ଏକ ଭଲ ସୁଯୋଗ ଆସିବ I କାର୍ଯ୍ୟରେ ସଫଳତା ଏବଂ ପ୍ରତିଷ୍ଠା ପାଇବେ I ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ I କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଖର୍ଚ୍ଚ କରିବାର ସମ୍ଭାବନା ଅଛି I ଆପଣଙ୍କ ଚାକିରିରେ ଅଗ୍ରଗତି କରିବେ I

ବିଛା : ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ। ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ଧନୁ : ବନ୍ଧୁଙ୍କ ସହିତ ବିତର୍କ ହୋଇପାରେ । ବ୍ୟବସାୟୀମାନେ ଲାଭ ପାଇବା ସହିତ ଘରକୁ ନୂଆ ଦ୍ରବ୍ୟ ଆଣିବେ । ଅସୁସ୍ଥତା ଅନୁଭବ କରିବାରୁ ବ୍ୟସ୍ତ ବିବ୍ରତ ହେବେ। ପାରିବାରିକ ଜୀବନ ସୁଖମୟ ହେବ I

ମକର : ଦିନଟି ସୁରୁଖୁରୁରେ ଆରମ୍ଭ ହେବ I ପାରିବାରିକ ସମସ୍ୟା ସମାପ୍ତ ହେବ I ବାଣିଜ୍ୟ ବ୍ୟବସାୟ ଲାଭଜନକ ହେବ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।

କୁମ୍ଭ : ବାଣୀରେ ସଂଯମତା ରଖନ୍ତୁ I କୌଣସି ବିବାଦ ରେ ପଡନ୍ତୁ ନାହିଁ I ଅନାବଶ୍ୟକ ଖର୍ଚ୍ଚ ବଢିବ I ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ପରିଶ୍ରମର ତୁରନ୍ତ ଫଳ ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ।

ମୀନ : ଦିନଟି ମୌଜ ମସ୍ତିରେ କଟିବ I ପରିବାରରେ ସୁଖଶାନ୍ତି ର ବାତାବରଣ ରହିବ I ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଉତ୍ତମ I ଆର୍ଥିକ ଉନ୍ନତି ପାଇଁ ମାର୍ଗ ପ୍ରଶସ୍ତ ହେବ I

Comments are closed, but trackbacks and pingbacks are open.