ଘରେ ରଖନ୍ତୁ ଏହି ୯ ପ୍ରକାର ମାଛ ,ହେବେ ଅପାର ଧନ ଦୌଲତ ର ମାଲିକ

23

ଘରର ସୁଖ, ଶାନ୍ତି, ବୃଦ୍ଧି କରିବାକୁ ଆମେ ସମସ୍ତେ ଅନେକ ପ୍ରକାର ଚେଷ୍ଟା କରିଥାଉ I କିନ୍ତୁ ବ୍ୟକ୍ତିର କର୍ମ, ଭାଗ୍ୟ, ବାସ୍ତୁ ତ୍ରୁଟି, କିମ୍ବା ରାଶିରେ ଥିବା ଗ୍ରହମାନଙ୍କ ବାଧା ଦୃଷ୍ଟି ରୁ ବିଭିନ୍ନ ପ୍ରକାର ନକାରାତ୍ମକ ପରିସ୍ଥିତି ରେ ପଡ଼ିଥାନ୍ତି I ଏହି ପରିସ୍ଥିତି କୁ ଏଡାଇବାପାଇଁ ଚାଇନାର ବାସ୍ତୁ ଶାସ୍ତ୍ର ଫେଙ୍ଗ ଶୁଇରେ କିଛି ପ୍ରଭାବଶାଳୀ ପ୍ରତିକାର ଦିଆଯାଇଛି। ଫେଙ୍ଗ୍ ଶୁଇରେ ଉଲ୍ଲେଖ କରାଯାଇଥିବା ଏହି ଜିନିଷଗୁଡ଼ିକ ଘରର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଏବଂ ସୁଖ ଓ ସମୃଦ୍ଧିର ନୂତନ ରାସ୍ତା ଖୋଲିଥାଏ Iଏହି ଉପାୟ ମଧ୍ୟରୁ ଗୋଟିଏ ହେଉଛି ଘରେ ୯ ମାଛ ରଖିବା । ଆସନ୍ତୁ ଜାଣିବା ଘରେ କେଉଁ ମାଛ ରଖିବା ଶୁଭ ହୋଇଥାଏ । ଏହି ଉପାୟ ମଧ୍ୟରୁ ଗୋଟିଏ ହେଉଛି ଘରେ ୯ ମାଛ ରଖିବା । ଆସନ୍ତୁ ଜାଣିବା ଘରେ କେଉଁ ମାଛ ରଖିବା ଶୁଭ ହୋଇଥାଏ ।

ଫେଙ୍ଗ୍ ଶୁଇରେ ମାଛ ଆକ୍ୱାରିୟମ୍ ପ୍ରତିକାର

ଫେଙ୍ଗ୍ ଶୁଇରେ ମାଛ ଆକ୍ୱାରିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ I ଘରେ ଏକ ମାଛ ଆକ୍ୱାରିୟମ୍ ରହିବା ପାଇଁ ଅନେକ ଲାଭ ଅଛି I ଏହା ସହିତ, ଏହାକୁ ରଖିବାର ସୁଲଭ ଉପାୟ ମଧ୍ୟ କୁହାଯାଇଛି I ଫେଙ୍ଗ୍ ଶୁଇ ଅନୁଯାୟୀ, ଯଦି ଆପଣ ଘରେ ଏକ ମାଛ ଆକ୍ୱାରିୟମ୍ ରଖନ୍ତି, ତେବେ ସେଥିରେ ମାଛ ସଂଖ୍ୟା ୯ ରଖନ୍ତୁ I ଏଥିରୁ ୮ ଟି କଳା ଏବଂ ୧ ଟି ସୁନେଲି ରଙ୍ଗର ମାଛ ରହିବା ଉଚିତ I ମାଛର ଏହି ୯ଟି ମିଶ୍ରଣ ର ଆକ୍ୱାରିୟମରେ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ I ଏହା କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଅପସାରିତ ହୁଏ ଏବଂ ଘରେ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ I

ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଆପଣ ଯଦି ନିଜ ଘର ଡ୍ରଇଂରୁମରେ ଫିସ ଆକ୍ୟୁୟାରିଅମରେ ୮ ଟି କଳା ଓ ଗୋଟିଏ ସୁନେଲି ମାଛ ରଖନ୍ତି,ତେବେ ଜୀବନରେ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ଆପଣ ଏହାକୁ ଆପଣଙ୍କ ଡ୍ରଇଂରୁମର ପୂର୍ବ କିମ୍ବା ଉତ୍ତର ଦିଗରେ ରଖିପାରିବେ ।

ଏହା ସହ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଓ ମାନ ସମ୍ମାନ ବୃଦ୍ଧି ପାଇଁ ମଧ୍ୟ ମାଛ ଶୁଭ ମନାଯାଇଥାଏ । ତେବେ କେବେ ବି ଆକ୍ୟୁୟାରିଅମକୁ ବେଡ ରୁମରେ ରଖନ୍ତୁ ନାହିଁ । ନଚେତ ଆପଣଙ୍କ ନିଦରେ ବାଧା ସୃଷ୍ଟି କରିପାରେ । ମନେ ରଖନ୍ତୁ ଯେ ଘରେ ଆକ୍ୟୁୟାରିଅମ ରଖିବା ସମୟରେ ତା ଆଖ ପାଖ ରେ କୌଣସି ଅଳିଆ ରଖିବେ ନାହିଁ I ଏହା ସହିତ ଘରେ ଯେ କୌଣସି ଶୁଭ ଜିନିଷ ରହିବI ସ୍ଥାନରେ କୌଣସି ପରିସ୍କାର ନ ହେଲେ ଫାଇଦା ବଦଳରେ କ୍ଷତି ହୋଇପାରେ I

Comments are closed, but trackbacks and pingbacks are open.