ଦୈନିକ ଭାଗ୍ୟଫଳ

32

ରାଶିଫଳ : ୧୫-୦୭-୨୦୨୨ : ଗୃହକୁ ବନ୍ଧୁ ଆଗମନ କରିବେ I ମେଷ – ପରୋଉପକାରୀ ହେବେ ,ବୃଷ – ଅଟକିଥିବା କାର୍ଯ୍ୟ ଆଗେଇବ I କନ୍ୟା -ପୁରୁଣା ସମସ୍ୟା ର ସମାଧାନ ହେବ I କୁମ୍ଭ – ଦିନଟି ସର୍ବଶୁଭ ରେ କଟିବ I

ମେଷ : ଆଜି ଆପଣ ପରୋଉପକାରୀ ହେବେ I ପରିବାର ସଦସ୍ୟଙ୍କ ସହିତ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା କରିବେ I ବିଭିନ୍ନ ଉପାୟରେ ଆୟ ବଢିବ I କର୍ମକ୍ଷେତ୍ରରେ ଆପଣଙ୍କ ସପକ୍ଷରେ ବଡ଼ ପରିବର୍ତ୍ତନ ହେବ I ମିତ୍ର ଓ ବନ୍ଧୁ ମାନଙ୍କ ନିକଟରୁ ଉପହାର ଗ୍ରହଣ କରିବେ I

ବୃଷ : ଆପଣ ଜଣେ ସମ୍ମାନିତ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ I ଅର୍ଥ ଲାଭର ନୂତନ ଉପାୟ ଦେଖାଯିବ I ଛୋଟ ପ୍ରଲୋଭନରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ I ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆଗେଇବ I ବ୍ୟବସାୟୀମାନଙ୍କ ପାଇଁ ଦିନଟି ନିରାଶାଜନକ ହୋଇପାରେ I ନୂତନ କାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ପାଇଁ ଏକ ଆରାମଦାୟକ ଦିନ ହେବ I

ମିଥୁନ : ପାରସ୍ପରିକ ବିଶ୍ୱାସ ସାହାଯ୍ୟରେ ପାରିବାରିକ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ I ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଦିନଟି ଶୁଭ ଅଟେ I ଆୟ ବୃଦ୍ଧି ହେବ I କରI ଯାଇଥିବା ଯୋଜନା ଫଳପ୍ରଦ ହେବ I ଆରମ୍ଭ ହୋଇଥିବା ନୂତନ ବ୍ୟବସାୟ ଆପଣଙ୍କ ପାଇଁ ଲାଭଦାୟକ ହେବ I ପାରିବାରିକ ସମ୍ପର୍କ ସୁଦୃଢ ହେବ I

କର୍କଟ : ପରିବାର ସଦସ୍ୟ ତୁମର ସମ୍ମାନ ବୃଦ୍ଧି କରିବେ I ପ୍ରଗତି ପାଇଁ ନୂତନ ଉପାୟ ଏବଂ ବିକଳ୍ପ ଖୋଜିବା ଆବଶ୍ୟକ I ସମ୍ପତ୍ତି ବିକ୍ରେତାଙ୍କ ପାଇଁ ଆଜି ଅଧିକ ଲାଭଦାୟକ I ଅତ୍ୟଧିକ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ I ଆର୍ଥିକ ସମସ୍ୟାରେ ଉନ୍ନତି ହେବ I ଆଇନଗତ ମାମଲା ଆପଣଙ୍କ ସପକ୍ଷ ରେ ଯିବ I

ସିଂହ: ବେପାରରେ ମନପ୍ରାଣ ଢାଳି କାମ କରିବା ହେତୁ ଯଥେଷ୍ଟ ଲାଭ ପାଇବେ। ଖାସ୍ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନାର ସମ୍ଭାବନା ଅଛି। ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ।

କନ୍ୟା : ପୁରୁଣା ସମସ୍ୟା ସମାଧାନ ହେବ। ବ୍ୟବସାୟରେ ଲାଭ ହେବ। କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବିଦ୍ୟାରେ ଉନ୍ନତି ଘଟିବ ତଥା ନୂତନ କର୍ମ ପ୍ରାପ୍ତି ହେବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲି ମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

ତୁଳା : ରାଜନୀତି ରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ I ପରିବାରରେ କାର୍ଯ୍ୟଚାପ ବଢିବ I ହୋଟେଲ ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ I ଛାତ୍ରମାନେ ବିଶେଷଜ୍ଞ ଶିକ୍ଷକଙ୍କଠାରୁ ସହାୟତା ପାଇବେ I କାହାକୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ I କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ I

ବିଛା: ଉଦାର ମନା ହେବେ I ପାରିବାରିକ ଦାୟିତ୍ୱ ବୃଦ୍ଧି ପାଇବ I ଅର୍ଥ ରୋଜଗାର ପାଇଁ କୌଣସି ଭୁଲ ସଂସ୍ଥାରେ ଯୋଗ ଦିଅନ୍ତୁ ନାହିଁ I ଛାତ୍ରଛାତ୍ରୀ ପାଠପଢାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ପାରିବାରିକ କଳହ ଦେଖାଯିବ। ସ୍ୱାସ୍ଥ୍ୟରେ ହାନି ଘଟିବ।

ଧନୁ : ସହକର୍ମୀଙ୍କ ସହ ମତାନ୍ତର ଘଟିବାର ସମ୍ୟକ ସୂଚନା ରହିଛି । ଗୁରୁ ଓ ଗୁରୁଜନଙ୍କ କଲ୍ୟାଣଭାଜନ ହେବେ । ଆଳସ୍ୟ ଅନୁଭବ କରିପାରନ୍ତି । ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନର ଅଧିକାରୀ ଓ ସୁଖୀ ଏବଂ କୀର୍ତ୍ତୀମାନ୍ ହେବ ।

ମକର : ମକର ରାଶିର ଲୋକଙ୍କ ପାଇଁ ନୂଆ ଆଶା ସହିତ ଦିନ ଆରମ୍ଭ ହେବ। ବନ୍ଧୁଙ୍କ ସହିତ ମତଭେଦ ହୋଇ ବାକି ପଡିଥିବା ଅର୍ଥ ଆଦାୟ ହେବ ନାହିଁ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ବ୍ୟସ୍ତବିବ୍ରତ ହେବେ। ପରିବାରରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ। ଘରେ ନୂତନ ଅତିଥିଙ୍କ ଆଗମନ ହେବ I

କୁମ୍ଭ : ବ୍ୟବସାୟରେ ଅଚାନକ ଆୟ ବୃଦ୍ଧି ହେବ। ଦୂରସ୍ଥାନକୁ ଯାତ୍ରା ଲାଭପ୍ରଦ ହେବ। ପରିବାରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖାଯିବ I କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ସର୍ବ କାର୍ଯ୍ୟରେ ଶୁଭ ଫଳ ମିଳିବ I

ମୀନ : କାର୍ଯ୍ୟକ୍ଷେତ୍ରରେ ସ୍ଥିତି ସୁଦୃଢ ରହିବ। ଆଶା ଠାରୁ ଅଧିକ ଶୁଭଫଳ ମିଳିବ। ଉଦ୍ୟମରେ ସଫଳତା ମିଳିବ। ଅର୍ଥ ସଞ୍ଚୟ କରିବେ। ଋଣ ପରିଶୋଧ କରିବେ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।

Comments are closed, but trackbacks and pingbacks are open.