ରାଜ୍ୟସଭା ସାଂସଦ ଭାବରେ ଓଡ଼ିଆରେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

32

ରାଜ୍ୟସଭା ସାଂସଦ ଭାବରେ ଓଡ଼ିଆରେ ରେ ଶପଥ ନେଲେ ବିଜେଡିରୁ ରାଜ୍ୟସଭା କୁ ନିର୍ବାଚିତ ହୋଇଥିବା ଦୁଇ ନୂଆ ମୁହଁ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଆଜି ଦିନ ୧୧ଟାରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମାନଙ୍କର Alphabetical order ରେ ସଂସଦ ରେ ନବ ନିର୍ବାଚିତ ସାଂସଦ ମାନେ ଗୋପୋନୀୟତାର ଶପଥ ଗ୍ରହଣ କରିଛନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା ଓଡ଼ିଆରେ ଶପଥ ନେଇଥିଲେ ଏହି ଦୁଇ ସାଂସଦ । ସୂଚନା ଥାଉକି, ନିଜ ନିଜ ପରିବାର ସହିତ ଦୁଇ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ତେବେ ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ସସ୍ମିତ ପାତ୍ର ।

ପୂର୍ବରୁ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ । ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।

Comments are closed, but trackbacks and pingbacks are open.