ଦୈନିକ ଭାଗ୍ୟଫଳ

21

ରାଶିଫଳ ୦୬-୦୭-୨୦୨୨ ବୁଧୁବାର : ମେଷ – ଆର୍ଥିକ ଲାଭ ,ବୃଷ- କାର୍ଯ୍ୟବ୍ୟସ୍ତ, ମିଥୁନ – ମାନସିକ ଦ୍ୱନ୍ଦ୍ୱ ,କର୍କଟ -ନୂତନ କାର୍ଯ୍ୟରେ ସଫଳତା ପାଇବେ ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ I

ମେଷ: ବ୍ୟବସାୟ ଦୃଷ୍ଟିକୋଣରୁ ଆଜି ଆର୍ଥିକ ଲାଭ ହେବ I ଦୀର୍ଘକାଳୀନ ଆର୍ଥିକ ଯୋଜନା ସଂପୂର୍ଣ୍ଣ କରିବାକୁ ସକ୍ଷମ ହେବେ I ଦାନ ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟରେ ତୁମର ମନ ଖୁସି ହେବ I ସ୍ୱାସ୍ଥ୍ୟ ଉତ୍ତମ ରହିବ I ଜନସମ୍ପର୍କରେ ଉନ୍ନତି I ପାରିବାରିକ ଜୀବନ ସୁଖମୟ ହେବ I

ବୃଷ : ବ୍ୟବହାରରେ ମଧୁରତା ରହିବ I ନୂତନ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବେ Iସାହିତ୍ୟିକ ଧାରା ପ୍ରତି ଆଗ୍ରହ ବୃଦ୍ଧି ପାଇବ I କୌଣସି ଅଫିସିଆଲ କାମରେ ବ୍ୟସ୍ତ ରହିବେ I ବିଦ୍ୟାର୍ଥିମାନେ କାର୍ଯ୍ୟରେ ଅଗ୍ରଗତି କରିବେ I ସାମୟିକ ସ୍ୱାସ୍ଥ୍ୟ ବିଗିଡି ପାରେ I

ମିଥୁନ : ମାନସିକ ଦ୍ୱନ୍ଦ୍ୱ ଯୋଗୁଁ, ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ I କାର୍ଯ୍ୟ ଚାପ ବଢିବ I ସ୍ୱାସ୍ଥ୍ୟରେ ଉନ୍ନତି I ପିଲାମାନଙ୍କ କାର୍ଯ୍ୟରୁ ଆତ୍ମ ସନ୍ତୋଷ ଲାଭ କରିବେ I ପୂର୍ବାପେକ୍ଷା ଆୟ ବୃଦ୍ଧି ପାଇବ I

କର୍କଟ : ନୂତନ କାର୍ଯ୍ୟରେ ସଫଳତା ପାଇବେ I ଶାରୀରିକ ସୁସ୍ଥତା ଦେଖାଦେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

ସିଂହ : ଦିନଟି ମିଶ୍ରିତ ଫଳଦାୟୀ ହେବ I ସ୍ଥଗିତ କାମକୁ ଅତିଶୀଘ୍ର ସମ୍ପନ୍ନ କରିବା ଦିଗରେ ଚେଷ୍ଟା କରି ସଫଳ ହେବେ। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ କରିବାକୁ ପଡ଼ିବ।

କନ୍ୟା : ମନରେ ଭାବପ୍ରବଣତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାରର ଆଶଙ୍କା ଉଦ୍ରେକ କରିବ। ସାମାଜିକ ସ୍ତରରେ କାମ କରି ସମାଲୋଚିତ ହୋଇପାରନ୍ତି I

ତୁଳା : କାର୍ଯ୍ୟଚାପ ବଢିବ I ମାନସିକ ଅସ୍ଥିରତା ଦେଖାଦେବ I ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ I ଆୟ ଅପେକ୍ଷା ଅଧିକ ଖର୍ଚ୍ଚ ବଢିବ I ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ I ଆଧ୍ୟାତ୍ମିକ ବିଷୟ ପ୍ରତି ଆଗ୍ରହ ଦେଖାଇବେ I

ବିଛା : ଆଜି ଅର୍ଥ ସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ,ଏଜେନସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

ଧନୁ : ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

ମକର : ସାହିତ୍ୟ କଳା ପ୍ରତି ରୁଚି ବଢିବ । କୌଣସି ଅଫିସିଆଲ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ କୁ ଗୋପନ ରଖନ୍ତୁ । ବ୍ୟବସାୟ କ୍ଷେତ୍ରରେ ଦିନଟି ଉତ୍ତମ ରହିବ Iହର୍ଷ-ଉଲ୍ଲାସ ମଧ୍ୟରେ ସମୟ ବିତାଇପାରନ୍ତି ।

କୁମ୍ଭ : ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇପାରେ I ସ୍ୱାସ୍ଥ୍ୟ ଖରାପ ହୋଇପାରେ I ଆକସ୍ମିକ ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ I ଈଶ୍ୱର ବିଶ୍ୱାସୀ ହେବେ I

ମୀନ : ଭାଗ୍ୟ ଅନୁକୂଳ ରହିବ I ବ୍ୟବସାୟ ରେ ଉନ୍ନତି I ଆପଣ ନିଜ ସାଥୀଙ୍କ ସହିତ ଘନିଷ୍ଠତା ଅନୁଭବ କରିବେ I ସାଙ୍ଗ ଏବଂ ପ୍ରିୟଜନଙ୍କୁ ମଧ୍ୟ ଭେଟି ପାରିବେ I ପାରିବାରିକ ଜୀବନ ସୁଖମୟ ହେବ I ସାଧାରଣ ଜୀବନରେ ତୁମର ସମ୍ମାନ ଏବଂ ସମ୍ମାନ ବୃଦ୍ଧି ପାଇବ I

Comments are closed, but trackbacks and pingbacks are open.