ଅଗଷ୍ଟ ୬ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ

224

ଆସନ୍ତା ଅଗଷ୍ଟ ମାସ ୬ ତାରିଖରେ ଦେଶରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ଏଥିସହ ସେହିଦିନ ହିଁ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏନେଇ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାୟିଡ଼ୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେବାକୁ ଯାଉଛି । ଉପରାଷ୍ଟ୍ରପତି ନିର୍ବାଚନ ନେଇ ଜୁଲାଇ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବ। ଏହାର ଚାରି ଦିନ ପୂର୍ବରୁ ନୂତନ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ।

Comments are closed, but trackbacks and pingbacks are open.