ଶ୍ରାବଣ ମାସରେ ଘରେ ଲଗାନ୍ତୁ ‘ବେଲଗଛ’ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

33

୧୪ ଜୁଲାଇ ୨୦୨୨ ରୁ ଆରମ୍ଭ ହେଉଛି ପବିତ୍ର ଶ୍ରାବଣ ମାସ I ଏହି ମାସଟି ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ I ଶ୍ରାବଣ ମାସ କୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଏହି ମାସରେ ଭଗବାନ ଶିବଙ୍କୁ ବେଲ, ଧତୁରା, ପଞ୍ଚାମୃତ ଇତ୍ୟାଦି ଦେଇ ପୂଜା କରାଯାଏ I ବେଲ ପତ୍ର ଭଗବାନ ଶିବ ଙ୍କର ଅତ୍ୟନ୍ତ ପ୍ରିୟ I ମାନ୍ୟତା ରହିଛି ଯେ ବେଲ ପତ୍ର ବିନା ଭୋଲେନାଥ ଙ୍କ ପୂଜା ଅସମ୍ପୂର୍ଣ୍ଣ ଅଟେ। ତେଣୁ ଶ୍ରାବଣ ମାସରେ ଘରେ ବେଲଗଛ ଲଗାଇଲେ ଅନେକ ସମସ୍ୟାରୁ ମିଳିଥାଏ ମୁକ୍ତି ଆସନ୍ତୁ ଜାଣିବା :

ସମସ୍ତ ବାସ୍ତୁ ଦୋଷରୁ ମିଳିଥାଏ ମୁକ୍ତି

ବାସ୍ତୁ ଶାସ୍ତ୍ରରେ ବେଲଗଛ କୁ ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଇଛି I ଶିବ ପୁରାଣ ଅନୁଯାୟୀ,ଶ୍ରାବଣ ମାସରେ ଯେଉଁଠାରେ ବେଲ ଗଛ ରୋପଣ କରାଯାଏ ସେହି ସ୍ଥାନ କାଶୀ ତୀର୍ଥ ପରି ପବିତ୍ର ଏବଂ ପୂଜନୀୟ ହୋଇଥାଏ I ଅନ୍ୟ ପଟେ, ଘରେ ବେଲ ଗଛ ଲଗାଇଲେ ସୁଖ ସମୃଦ୍ଧି ସହିତ ଅନେକ ବାସ୍ତୁ ଦୋଷ ରୁ ମୁକ୍ତି ଦେଇଥାଏ I

ଘରର ଆର୍ଥିକ ସମସ୍ୟା ଦୂର କରେ

  • ଯେଉଁ ଘରେ ବେଲ ଗଛ ରହିଥାଏ , ସେହି ଘରେ ସର୍ବଦା ପ୍ରଭୁ ଭୋଲେନାଥଙ୍କ ବିଶେଷ କୃପା ରହିଥାଏ I ଘରେ କେବେ ବି କୌଣସି ସଙ୍କଟ ଆସି ନ ଥାଏ,ଘରେ ସବୁବେଳେ ସୁଖ ଶାନ୍ତି ବିରାଜମାନ କରିଥାଏ I
  • ଯେଉଁ ଘରେ ପବିତ୍ର ବେଲଗଛ ରହିଥଏ ,ସେଠାରେ ମତ ଲକ୍ଷ୍ମୀଙ୍କ କୃପା ପଡିଥାଏ I ସେହି ଘରେ କେବେ ବି ଅର୍ଥର ଅଭାବ ରହେ ନାହିଁ, ବେଲଚାରା ଘରେ ଲଗାଇବା ମାତ୍ରେ , ଘରର ଲୋକଙ୍କ ଆର୍ଥିକ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସେ I ଅର୍ଥ ରୋଜଗାର ର ନୂଆ ବାଟ ଫିଟିବା ସହିତ ,ଘର ଧାନ ଧାନ୍ୟରେ ପରିପୂର୍ଣ୍ଣ ହୋଇ ଉଠେ I
  • ଘରର ଅର୍ଥାଭାବ କୁ ଦୂର କରି ଧାନ ବୃଦ୍ଧି ପାଇଁ ବେଲପତ୍ର କୁ ଆଣି ଟଙ୍କା ବାକ୍ସ ରେ କିମ୍ବା ଧନ ରହିଥିବା ସ୍ଥାନ ରେ ରଖିଲେ ଅର୍ଥାଭାବ ଦୂର ହୋଇଥାଏ I
  • ଘରେ ବେଲଗଛ ର ଚାରା ରୋପଣ କରି ନିୟମିତ ଧୂପ ଦୀପ ଦେଲେ ବ୍ୟକ୍ତିର ଖରାପ କର୍ମ ର ଫଳ ନଷ୍ଟ ହୋଇ ଜୀବନରେ ଖୁସି ଫେରିଥାଏ I
  • ଅନେକ ଦେବI ଦେବୀ ବେଲଗଛରେ ନିବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ I ଏହି ଗଛ ଘର ପ୍ରତି ଅନେକ ସକାରାତ୍ମକତା ଆଣିଥାଏ ଏବଂ ଘରର ତେଜସ୍ବୀ ଓ ବଳଶାଳୀ କରିଥାଏ I
  • ଯେଉଁ ଘରେ ବେଲଗଛ ଥାଏ ସେହି ଘରେ କୌଣସି ଯାଦୁ କିମ୍ୱା କୁ ନଜର ଲାଗେନାହିଁ I ଏହା ସହିତ ଜାତକରେ ଯଦି ଚନ୍ଦ୍ର ଦୋଷ ଥାଏ ବେଲଗଛ କୁ ପୂଜା କଲେ ତାହା ଜଲ୍ଦି ଦୂର ହୁଏ I
  • ଶାସ୍ତ୍ର ଅନୁଯାୟୀ, ଯଦି ଘରର ଉତ୍ତର-ପଶ୍ଚିମ ଦିଗରେ ବେଲଗଛ ଲଗାଯାଏ ,ତେବେ ଘରର ସଦସ୍ୟମାନଙ୍କୁ ଅଧିକ ତେଜସ୍ବୀ ଏବଂ ଶକ୍ତିଶାଳୀ କରିଥାଏ I ଅନ୍ୟପକ୍ଷରେ, ଘରର ଉତ୍ତର-ଦକ୍ଷିଣ ଦିଗରେ ବେଲଗଛ ଲଗାଇଲେ ପରିବାର ର ଆର୍ଥିକ ସମୃଦ୍ଧି ଦୃଢ ହୋଇଥାଏ I ପରିବାରରେ ଧାନର ଅଭାବ ରହି ନ ଥାଏ I ଋଣ ରୁ ମୁକ୍ତି ପାଇବା ପାଇଁ ଘର ଏହି ଦିଗରେ ବେଲ ଗଛ ଲଗାଇ ନିୟମିତ ପୂଜା କରନ୍ତୁ I
  • ବେଲଗଛ କୁ ଘର ଶ୍ରାବଣ ସୋମବାର ଦିନ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ I

Comments are closed, but trackbacks and pingbacks are open.