ଘରର ଏହି ଦିଗରେ ଲଗାନ୍ତୁ କାମଧେନୁ ଗାଈ ର ଫୋଟ ବଦଳିଯିବ ଆପଣଙ୍କ ଭାଗ୍ୟ

37

ହିନ୍ଦୁ ଧର୍ମରେ ଏପରି କିଛି ପବିତ୍ର ଜିନିଷ ଅଛି, ଯାହାକୁ ଯଦି ଘରେ ସଠିକ୍ ଦିଗରେ ରଖାଯାଏ, ତେବେ ବ୍ୟକ୍ତି ରସୁଖ ସମୃଦ୍ଧି ସହିତ ଭାଗ୍ୟ ବଦଳି ଥାଏ I ସେହିଭଳି କାମଧେନୁ ଗାଈ ର ଫୋଟ ପ୍ରତ୍ୟକ ଗୃହସ୍ଥ ଘରେ ଲଗାଇବା ଉଚିତ I ପୌରାଣିକ ମାନ୍ୟତା ଅନୁସାରେ କାମଧେନୁ ଗାଈ ସମୁଦ୍ର ମନ୍ଥନ ରୁ ଉତ୍ପତି ହୋଇଥିଲା I ତେଣୁ ଏହାକୁ ହିନ୍ଦୁ ଧର୍ମରେ ବିଶେଷ ସ୍ଥାନ ଦିଆଯାଇଛି I କାମଧେନୁ ର ଅର୍ଥ ହେଉଛି ସମସ୍ତ କାମନାର ପ୍ରତି କରୁଥିବା ଗୋ-ମାତା I ଏହି କାମଧେନୁ ଗୋ-ମାତା ର ଫୋଟ ଘରେ ଲାଗାଇଲେ ସୁଖ ସମୃଦ୍ଧି ସହିତ ଉତ୍ତମ ସନ୍ତାନ ପ୍ରାପ୍ତି ହୋଇଥାଏ I ତେବେ କାମଧେନୁ ଗାଈ ର ବାଛୁରୀ ସହିତ ଫୋଟ ଲଗାଇବା ଉଚିତ I ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଏହି ଫୋଟ ଲଗାଇବା :

ବିଶ୍ୱାସ ରହିଛି ଯେ ଯଦି ଘରର ଯେ କୌଣସି ସ୍ଥାନରେ ବାସ୍ତୁ ଜନିତ ତ୍ରୁଟି ଥାଏ, ତେବେ ଏହାର କୁ ପ୍ରଭାବ କୁ ଦୂର କରିବା ପାଇଁ କାମଧେନୁ ଗାଈ ର ବାଛୁରୀ ସହିତ ଫଟୋ ଲାଗାଇଲେ ସୁଫଳ ମିଳିଥାଏ I

  • ଘରୋଇ କାର୍ଯ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ, ବା ଘରୋଇ ଅସ୍ଥିରତା ଦୂର କରିବା ପାଇଁ ଘରର ନୈଋତ ଦିଗରେ କାମଧେନୁ ଗାଈ ବାଛୁରୀର ଫଟୋ ରଖନ୍ତୁ I ଶୀଘ୍ର ସୁଫଳ ପାଇବେ I
  • ସେହିଭଳି ଏହାକୁ ଯଦି ଦକ୍ଷିଣ ଦିଗରେ ଲଗାଯାଏ, ତେବେ ଘର ମାଲିକଙ୍କ ପ୍ରଭାବ ବୃଦ୍ଧି ପାଇବ I
  • ଘରର ଆଗ୍ନେୟ କୋଣରେ ଏହାକୁ ଲଗାଇଲେ ଘରର ମହିଳାମାନେ ଆନନ୍ଦ ରେ ରୁହନ୍ତି I
  • ଘରର ଐଶାନ୍ୟ କୋଣରେ ଲାଗାଇଲେ ଉତ୍ତମ ସନ୍ତାନ ପ୍ରାପ୍ତି ସହିତ ,ଈଶ୍ୱର ଭକ୍ତି ବଢିଥାଏ ଏବଂ ମା’ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ I
  • ଘରର ଉତ୍ତର ଦିଗରେ ଲାଗାଇଲେ ଧନ କୁବେର ପ୍ରସନ୍ନ ହୋଇ ଅମାପ ଧନ ରୋଜଗାର ର ରାସ୍ତା ଦେଖାଇଥାନ୍ତି I
  • ଏହାକୁ ଵାୟଵ୍ୟ କୋଣରେ ଲଗାଇଲେ ଘରର ପରିବେଶକୁ ଅନୁକୂଳ ରଖେ ଓ ବ୍ୟକ୍ତିର ଆୟ ବୃଦ୍ଧି ପାଇଥାଏ I
  • ଯଦି ଘରେ କୌଣସି ସନ୍ତାନ ନ ଥାନ୍ତି କିମ୍ବା ଯଦି ପିଲାମାନେ ଅମାନିଆ ହେଉଥାନ୍ତି , ତେବେ କାମଧେନୁ ଚିତ୍ରକୁ ଉତ୍ତର-ପୂର୍ବ କୋଣରେ ଲଗାନ୍ତୁ ଏବଂ ସନ୍ତାନ ର ଉନ୍ନତି ପାଇଁ ନିୟମିତ ପ୍ରାର୍ଥନା କରନ୍ତୁ I
  • ଘରର ସୁଖ ସମୃଦ୍ଧି ଓ ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ପାଇଁ କାମଧେନୁ ର ଚିତ୍ର ଘରର ଉତ୍ତର ଦିଗରେ ରଖନ୍ତୁ I
  • ଏଥି ସହିତ, ଯଦି ଘରେ କାହାରି ସ୍ୱାସ୍ଥ୍ୟ ହାନି ହେଉଥାଏ , ତେବେ ଗୋ-ମାତା ଙ୍କ ଫଟୋକୁ ଦକ୍ଷିଣ ଦିଗକୁ ରଖନ୍ତୁ ଏବଂ ଆରୋଗ୍ୟ ଲାଭ ପାଇଁ ନିୟମିତ ପ୍ରାର୍ଥନା କରନ୍ତୁ I ଜଲ୍ଦି ଫଳ ପାଇବେ I
  • ଯଦି ଘରର ପ୍ରବେଶ ପଥରେ ଏହି ଫୋଟ ଲଗା ଯାଏ ତେବେ ଘରକୁ ସୁଖ ସମୃଦ୍ଧି ପ୍ରବେଶ କରିଥାନ୍ତି I

Comments are closed, but trackbacks and pingbacks are open.