ଦୈନିକ ଭାଗ୍ୟଫଳ

48

ରାଶିଫଳ -୨୫ -୦୬-୨୦୨୨ ଶନିବାର : ଏହି ରାଶି ର ବ୍ୟକ୍ତିମାନେ ଅଧିକ ଖର୍ଚ୍ଚାନ୍ତ ହେବେ I ମେଷ – ବନ୍ଧୁ ସହଯୋଗ ମିଳିବ ,ବୃଷ -ତୁଳା -ଆର୍ଥିକ ଲାଭ ହେବ ,ମିଥୁନ -ବିଛା ଦିନଟି ଶୁଭଙ୍କର ହେବ ,ମୀନ – ଆର୍ଥିକ ସମସ୍ୟା ଲାଗିରହିବ I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ I

ମେଷ : ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଉତ୍ସାହିତ ହେବେ I ଶରୀର ଏବଂ ମନର ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ I ବନ୍ଧୁ ସହଯୋଗ ମିଳିବ Iସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ I ପିଲାମାନଙ୍କ କ୍ୟାରିଅର କୁ ନେଇ ଚିନ୍ତିତ ରହିବେ I

ବୃଷ : ପାରିବାରିକ ସମସ୍ୟା କୁ ନେଇ ଦ୍ୱନ୍ଦ୍ୱ ରେ ରହିବେ I ସମୟ ଅନୁସାରେ କାର୍ଯ୍ୟ ସମାପ୍ତ ନହେବାରୁ ଅସନ୍ତୁଷ୍ଟ ହେବେ I ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ମଧ୍ୟ ଖର୍ଚ୍ଚ ହେବ I ଆର୍ଥିକ ଲାଭ ହେବ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ପାରିବାରିକ ଜୀବନ ସୁଖମୟ ହେବ I

ମିଥୁନ : ଦିନଟି ଶୁଭଙ୍କର ହେବ I ମିତ୍ରଙ୍କ ଠାରୁ ଲାଭ ହେବ I ନୂତନ ବନ୍ଧୁତା ସ୍ଥାପନ କରିବେ I ଆଶା ବାସ୍ତବତାରେ ପରିଣତ ହେବ। ଉଦ୍ୟମରେ ସଫଳତା ମିଳିବ। ଯାନବାହନ କ୍ଷେତ୍ରରେ ଉନ୍ନତି କରିବେ। ପରିବାରକୁ ନେଇ ଦୂର ଯାତ୍ରା କରିବେ। ପୂଜାପାଠରେ ଅଧିକ ସମୟ ଦେବେ। ନୂତନ କର୍ମ ନିଯୁକ୍ତି ମିଳିବ I

କର୍କଟ : ଆଜି ଲୋକଙ୍କ ସହିତ ଆପଣଙ୍କର ଆଚରଣ ଭଲ ହେବ I ଆପଣ ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ I ସାମୟିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ I କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ I କାର୍ଯ୍ୟକ୍ଷେତ୍ରରେ ପରିଶ୍ରମୀ ହେବେ I

ସିଂହ : ଉଦ୍ୟମ ଜାରି ରଖିଲେ ନିଶ୍ଚିତ ରୂପେ ସଫଳତା ମିଳିବ। ଆପଣଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ଗ୍ରହମାନଙ୍କ ସ୍ଥିତି ଭଲ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ନୂଆ କାର୍ଯ୍ୟ କରିବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

କନ୍ୟା : ପାରିବାରିକ ଅଶାନ୍ତି ଲାଗି ରହିବ । ଅଭାବ ଦୂର ହେବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । କେବଳ ସାମାନ୍ୟ ଚକ୍ଷୁପୀଡା ଅନୁଭବ କରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ କରିବେ I

ତୁଳା : ଦିନଟି ଆନନ୍ଦମୟ ହେବ I କାର୍ଯ୍ୟରେ ପଦୋନ୍ନତି ର ଯୋଗ ରହିଛି I ଆର୍ଥିକ ଲାଭ ହେବ I ଆଶା ବାସ୍ତବତାରେ ପୂରଣ ହେବ। କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବେ। ଗୁପ୍ତ ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ I

ବିଛା : ଦିନଟି ଶୁଭଙ୍କର ହେବ Iଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ I ଆଜି ଲୋକଙ୍କ ସହିତ ଆପଣଙ୍କର ଆଚରଣ ଭଲ ରହିବ I ପରିବାରରେ ବନ୍ଧୁ ଆଗମନ ହେବ I ଅର୍ଥ ସମ୍ବନ୍ଧୀୟ ମାମଲା ପାଇଁ ସମୟ ଶୁଭ ଅଟେ I ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତୁ I ପାରିବାରିକ ଜୀବନ ସୁଖସ୍ୱାଚ୍ଛନ୍ଦ୍ୟରେ କଟିବ I

ଧନୁ : ଆଜି ଶାରୀରିକ ଏବଂ ମାନସିକ ଭାବରେ ଅଶାନ୍ତ ଅନୁଭବ କରିବେ I କଠିନ ପରିଶ୍ରମ ପରେ ମଧ୍ୟ କାର୍ଯ୍ୟରେ କମ୍ ସଫଳତା ମିଳିବ I ଦୂର ଯାତ୍ରାକୁ ସ୍ଥଗିତ ରଖିବା ଆପଣଙ୍କ ପାଇଁ ଲାଭଦାୟକ ହେବ I ବ୍ୟବସାୟୀ ମାନେ ଅଟକିଥିବା ଅର୍ଥ ଫେରି ପାଇବେ I ଭବିଷ୍ୟତ ପାଇଁ ପୁଞ୍ଜି ନିବେଶ ଯୋଜନା କରିବେ I

ମକର : ଆଜି ଆପଣ ଧନ ବାନ ହେବେ I କୌଣସି କଥାରେ ଅଧିକ ଭାବପ୍ରବଣ ହୁଅନ୍ତୁ ନାହିଁ I ଗାଡି ଚଳାଇବା ସମୟରେ ସାବଧାନ ହୁଅନ୍ତୁ I ତରବରିଆ ଭାବରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ I ପରିବାର ସଦସ୍ୟଙ୍କ ସହିତ ଖୁସି ର ମାହୋଲ ରହିବ I କାର୍ଯ୍ୟର ସଫଳତା ପାଇଁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ I

କୁମ୍ଭ : ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଉତ୍କୃଷ୍ଟ ସମୟ I ଆୟ ଉତ୍ତମ ହେବ I ପାରିବାରିକ ସମସ୍ୟା ଲାଗି ରହିବ I ପୈତୃକ ସମ୍ପତ୍ତି ରୁ କୌଣସି ଲାଭ ମିଳିବ ନାହିଁ I ଛାତ୍ରମାନଙ୍କ ପାଇଁ ଦିନଟି ମଧ୍ୟମ ଅଟେ I ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି I

ମୀନ : ପରୋଉପକାରୀ ହେବେ I ଆର୍ଥିକ ସମସ୍ୟା ଲାଗିରହିବ କିନ୍ତୁ ଋଣ ମୁକ୍ତ ହେବେ I ବାଣୀରେ ସଂଯମତା ରଖନ୍ତୁ I କାର୍ଯ୍ୟକ୍ଷେତ୍ରରେ ଆୟାର ନୂତନ ପନ୍ଥା ଖୋଲିବ I ବ୍ୟବସାୟୀ ମାନେ ଲାଭ ରେ ରହିବେ I ସ୍ୱାସ୍ଥ୍ୟ ସମସ୍ୟାରେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ I ବିଦ୍ୟାର୍ଥିମାନେ ଅଧୟନ ରେ ଭଲ କରିବେ I

Comments are closed, but trackbacks and pingbacks are open.