ଅଣସର ପିଣ୍ଡିରେ ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ପାଇଁ ମହର୍ଷି ବିଶ୍ଵାମିତ୍ର ଆଶ୍ରମରୁ ଗଲା ଫଳ ଭାର

27

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ପରମ୍ପରା ଜ୍ୱଳନ୍ତ ନିଦର୍ଶନ । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ପୈାରାଣିକ ଗାଥା ଅନୁୁଯାୟୀ ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ତିଆରି କରି ଏହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହାକୁ ମଞ୍ଚସ୍ନାନ ବୋଲି କୁହାଯାଏ।।
ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥାଏ । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ଏଭଳି ନୀତି ପ୍ରତି ବର୍ଷ ଅନୁଷ୍ଠିତ ହୋଇଥାଏ। ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ଧର୍ମ ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହାକୁ ପତିତପାବନ ଲୀଳା କୁହାଯାଏ ।

ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀଜୀଉ ଅଣସର ଘରେ ରହିଛନ୍ତି । ଅସୁସ୍ଥତା ଯୋଗୁଁ ତାଙ୍କର ଚିକିତ୍ସା ଚାଲିଛି । ଜ୍ଵରରେ ପିଡୀତ ଥିବା ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଛନ୍ତି । ଏହି ସମୟରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିର୍ଣ୍ଣ ଚେରମୂଳି ମହୋସଧି ଦ୍ଵାରା ସେବା କରାଯାଉଛି | ଏହାରି ମଧ୍ୟରେ ଆଜି ନବମୀ ତିଥିରେ ମହାପ୍ରଭୁଙ୍କ ପାଇଁ ଆସିଛି ଫଳ ଭାର। ତେବେ ପ୍ରଭୁଙ୍କ ପାଖରେ ଏହି ସମୟରେ ମହାପ୍ରସାଦ ପରିବର୍ତ୍ତେ ଫଳମୂଳ ପ୍ରସାଦ ଭାବରେ ଅର୍ପଣ କରାଯାଇଥାଏ | ନବମୀ ତିଥିରେ ପ୍ରାଚୀ ନଦୀ ତଟ ଦେଉଳି ମଠ,ବିଶ୍ଵାମିତ୍ର ମଠ ଓ ପୁରୀ ହାତୀ ଆଖଡ଼ା ମଠ ପକ୍ଷରୁ ମହାପ୍ରଭୁଙ୍କ ପାଇଁ ଫଳ ଭାର ଆସିଛି।

ପ୍ରଭୁ ହନୁମାନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବାବେଳେ ମହାପ୍ରଭୁ ଜ୍ଵରରେ ପୀଡ଼ିତ ଥିବା ଜାଣି ଅଣସର ସମୟରେ ବିଭିନ୍ନ ପ୍ରକାର ଫଳ ଭାର ନେଇ ଆସିଥିଲେ।ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ଦୀର୍ଘ ବର୍ଷ ହେବ ହାତୀ ଆଖଡ଼ା ମଠ, ମହର୍ଷି ବିଶ୍ଵାମିତ୍ର ଆଶ୍ରମରୁ ପକ୍ଷରୁ ଅଣସର ନବମୀ ତିଥିରେ କଦଳୀ,ପଣସ,ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ମୂଳ ନେଇ ଶ୍ରୀମନ୍ଦିର ଗାରଦ କାର୍ଯ୍ଯାଳୟରେ ଜିମା ଦେଇଛନ୍ତି।

ସେପଟେ ଆଉ ମାତ୍ର ୮ ଦିନ ପରେ ବିଶ୍ଵନିୟନ୍ତାଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ।ଆଜି ତିନି ରଥର ସମୁଦାୟ ୧୨ଟି ଦୁଆର ଘଡା ର୍ନିମାଣ ସରିଛି।ରଙ୍ଗ ପରେ ଆସନ୍ତା କାଲି ଦୁଆର ଘଡ଼ା ଉଠାଯିବ। ତିନି ରଥର ପାରାଭାଡି,ଖପୁରୀ ସହ ୧୩ ପରସ୍ତ ପୋଟଳ ଉଠା କାର୍ଯ୍ଯ ସରିଛି। ରଥ କଳସ ରଙ୍ଗ କାମ ମଧ୍ୟ ଚାଲିଛି।ପ୍ରଭ,ସିଂହାସନ ର୍ନିମାଣ କାମ କରୁଛନ୍ତି ମହାରଣା। ଏହି ପରମ୍ପରା ମାଧ୍ୟମରେ କାକଟପୁରର ମହର୍ଷି ବିଶ୍ଵାମିତ୍ର ଆଶ୍ରମରୁ ଆଜି ଫଳଭାର ଯାଇଛି | ବିଭିର୍ଣ୍ଣ ଭକ୍ତ ମାନଙ୍କ ବାଡ଼ିରୁ ସଂଗ୍ରହ କରାଯାଇଥିବା ଆମ୍ବ ,ପଣସ,କଦଳୀ ,ସପୁରି ,ନଡିଆ ସହ ଭଳିକି ଭଳି ଫଳ ଭାର ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଛି |

Comments are closed, but trackbacks and pingbacks are open.