ବରିଷ୍ଠ କଳାକାର ରାଇମୋହନ ଙ୍କ ମୃତ୍ୟୁ ରେ ଟ୍ୱିଟ କରି ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

26

ଓଡ଼ିଆ ସିନେ ଜଗତ ର ବରିଷ୍ଠ ଖଳ ଅଭିନେତା ରାଇ ମୋହନ ଙ୍କ ଆତ୍ମହତ୍ୟା I ଆଜି ପୂର୍ବାହ୍ନ ରେ ଏହି ଦୁଖଦଃ ଖବର ଶୁଣି ସମଗ୍ର ଓଲିଉଡ଼ ସମେତ ତାଙ୍କ ପ୍ରଶଂସକ ମାନେ ସ୍ତବ୍ଧ ହୋଇଯାଇଥିଲେ I ଏହି ପ୍ରସିଦ୍ଧ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍‌ କରି ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ।

ଟ୍ବିଟ୍‌ କରି ସେ ଲେଖିଛନ୍ତି, ‘‘ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି।’’

ସୂଚନାଯୋଗ୍ୟ, ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଙ୍କ ମୃତ ଶରୀର ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କ ପ୍ରାଚୀ ବିହାର ସ୍ଥିତ ଘରୁ ଉଦ୍ଧାର କରାଯାଇଥିଲା I ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନ ଥିବା ବେଳେ ପାରିବାରିକ ଅସନ୍ତୋଷ କାରଣରୁ ରାଇମୋହନ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏନେଇ ଖବର ପାଇବାପରେ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନଠାଇଛି। ରାଇମୋହନଙ୍କ ମୃତ୍ୟୁ ନେଇ ପଚରାଉଚରା କରୁଛି ପୁଲିସ।

Comments are closed, but trackbacks and pingbacks are open.