ଦୈନିକ ଭାଗ୍ୟଫଳ

25

ରାଶିଫଳ -୨୩-୦୬-୨୦୨୨-ଗୁରୁବାର : ଆଜି ଦିନଟି ବ୍ୟବସାୟ କ୍ଷେତ୍ରରେ ଫଳପ୍ରଦ ରହିବ I ମେଷ -ମୀନ ବାଣୀରେ ସଂଯମତା ରଖନ୍ତୁ I ବୃଷ -ମିଥୁନ : କର୍ମକ୍ଷେତ୍ରରେ ଉନ୍ନତି ,କନ୍ୟା -ମକର ସୁଖଶାନ୍ତିରେ ଦିନ ବିତିବ I ଜାଣନ୍ତୁ ଆପଣଙ୍କ ରାଶିଫଳ ବିଷୟରେ I

ମେଷ : ବାଣୀରେ ସଂଯମତା ରଖନ୍ତୁ I ପ୍ରିୟଜନଙ୍କ ସହିତ ବିବାଦ ହୋଇପାରେ I ଆୟ ଠାରୁ ବ୍ୟୟ ବଢିବ I ଦିନଟି ମାନସିକ ଦ୍ୱନ୍ଦ୍ୱରେ କାଟିବ I କର୍ମକ୍ଷେତ୍ରରେ ଉନ୍ନତି I ଆପଣ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସମର୍ଥ ହେବେ I ସ୍ୱାସ୍ଥ୍ୟ ଭଲ ରହିବ I ଭବିଷ୍ୟତ ପାଇଁ ଆର୍ଥିକ ଯୋଜନା କରିବେ I

ବୃଷ : ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବ I କାର୍ଯ୍ୟକ୍ଷେତ୍ରରେ ଉନ୍ନତି ସହିତ ବ୍ୟବସାୟରେ ଲାଭ ବାନ ହେବେ I ବନ୍ଧୁ ସମ୍ପର୍କ ଉତ୍ତମ ରହିବ I କାହାରି ମାନଭୂଲାଣିଆ କଥାରେ ନ ମାତି ବୁଝି ବିଚାରି କାର୍ଯ୍ୟ କଲେ ଦ୍ୱନ୍ଦ୍ୱ ଦୂର ହେବ I ଆଇନଗତ ପ୍ରସଙ୍ଗରେ ସତର୍କ ରୁହନ୍ତୁ I ପାରିବାରିକ ଜୀବନ ସୁଖମୟ ହେବ I

ମିଥୁନ : କର୍ମକ୍ଷେତ୍ରରେ ବହୁତ ଉନ୍ନତି କରିବେ I ଚାକିରିରେ ଥିବା ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇପାରନ୍ତି | ପିତା ଏବଂ ଗୁରୁଜନ ମାନଙ୍କ ଆଶୀର୍ବାଦ ପାଇବେ I ଆର୍ଥିକ ପ୍ରସଙ୍ଗ ରେ ବଡ଼ ମାନଙ୍କ ପରାମର୍ଶ ନିଅନ୍ତୁ I ସାମାଜିକ କାର୍ଯ୍ୟରେ ଯୋଗ ଦେବେ I ଅଚାନକ ଧନ ଲାଭ ହେବ I

କର୍କଟ : ଦିନଟି ଆରାମଦାୟକ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତ ହେବ I ନିର୍ମାଣ ଓ କାର୍ଯ୍ୟରେ ଧନ ଉପାର୍ଜନ କରିବେ। କର୍ମଚଞ୍ଚଳ ରହିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ପରିବାର ତରଫରୁ ମାନସିକ ଚାପ ବଢିବ I

ସିଂହ : କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ I ପଦୋନ୍ନତି ଯୋଗୁଁ ଖୁସି ରହିବେ ।ଅନ୍ୟମନସ୍କ ହେଲେ କ୍ଷତିଗ୍ରସ୍ତ ହେବେ । ମିତ୍ର ଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ ।

କନ୍ୟା : ସୁଖ ଶାନ୍ତିରେ ଦିନଟି ବିତିବ । ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଉତ୍ତମ ମନ୍ତ୍ରଣାଦାତା ହେବେ। କାବ୍ୟ ରଚନାରେ ସିଦ୍ଧହସ୍ତ ହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି। ବିଦ୍ୟାର୍ଥୀ ମାନଙ୍କର ଚିନ୍ତା ବଢିବ I

ତୁଳା : ଆଜି ଆପଣ ବ୍ୟବସାୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ I ଦୈନନ୍ଦିନ ଆୟ ବୃଦ୍ଧି ପାଇଁ ପ୍ରୟାସ ଫଳପ୍ରଦ ରହିବ I ବ୍ୟବସାୟରେ ଟଙ୍କା ବିନିଯୋଗ କରିବାର ଯୋଜନା ଆପଣ ସଂପୂର୍ଣ୍ଣ କରିବାକୁ ସକ୍ଷମ ହେବେ I ଆୟ ଠାରୁ ବ୍ୟୟ ବଢିବ I କୌଣସି ପ୍ରସଙ୍ଗରେ ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ I ବୈବାହିକ ଜୀବନ ସୁଖମୟ ରହିବ I

ବିଛା : ସାହିତ୍ୟ ଚର୍ଚା ପାଇଁ ଦିନଟି ଅନୁକୂଳ ରହିବ I ଯଶସ୍ବୀ ହେବେ Iଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଯେ କୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ବିନା ବାଧା, ବିଘ୍ନରେ ସଫଳତା ହାସଲ କରିବେ। ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ।

ଧନୁ : ଆଜି ସମସ୍ତ ପ୍ରସଙ୍ଗରେ ସତର୍କ ରୁହନ୍ତୁ I ମାତା ଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଫଳରେ ଚିନ୍ତା ବଢିବ I ଧାର୍ମିକ କାର୍ଯ୍ୟରେ ମନ ଲାଗିବ I ଆର୍ଥିକ ପ୍ରସଙ୍ଗ ରେ ଟାଣଟୁଣ ସ୍ଥିତି ଲାଗି ରହିବ I ଘରକୁ ନୂତନ ବନ୍ଧୁ ଆଗମନ କରି ପାରନ୍ତି I କର୍ମକ୍ଷେତ୍ରରେ ପରିବର୍ତନ ହେବ I

ମକର : ଭାଗ୍ୟବାନ ହେବେ I ଦିନଟି ଆପଣଙ୍କ ସପକ୍ଷରେ ଯିବ Iପାରିବାରିକ ଜୀବନ ସୁଖମୟ ହେବ I ଭାଇମାନଙ୍କ ସହିତ ସମ୍ପର୍କ ଉତ୍ତମ ହେବ I ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I ଶତ୍ରୁ ପରାଜିତ ହେବେ I ପରିବାରରେ ଗୁରୁଜନ ଙ୍କ ସ୍ୱାସ୍ଥ୍ୟ କୁ ନରି ଚିନ୍ତିତ ରହି ପାରନ୍ତି I

କୁମ୍ଭ : ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ I ମାନସିକ ଦୁଶ୍ଚିନ୍ତା ବଢିବ I ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ବ୍ୟଥିତ କରିପାରେ I ନୂତନ କର୍ମ ସଂସ୍ଥାନ ରେ ଯୋଗ ଦେବେ Iପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ I ଧର୍ମ କାର୍ଯ୍ୟରେ ମନ ଦେବେ I

ମୀନ : କାର୍ଯ୍ୟଭାର ବଢିବ I ପରିବାରରେ ଖୁସିର ପରିବେଶ ରହିବ I ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ I ଶାରୀରିକ ଏବଂ ମାନସିକ ଶାନ୍ତି ବଜାୟ ରହିବ I ନୂତନ କାର୍ଯ୍ୟ ପାଇଁ ଦିନଟିଶୁଭଙ୍କର ହେବ I ଆପଣ ବକ୍ତବ୍ୟ ଏବଂ ଆଚରଣ ରେ ସନ୍ତୁଳନ ରଖନ୍ତୁ I ପିଲାମାନଙ୍କ ପଢାପଢି ଜନିତ ଖର୍ଚ୍ଚ ବଢିବ I

Comments are closed, but trackbacks and pingbacks are open.