ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ , ଆରଟିଆଇ ପରିସରକୁ ଆସିବ ଭିଜିଲାନ୍ସ

36

ଆରଟିଆଇ ପରିସରକୁ ଆସିବ ଭିଜିଲାନ୍ସ । ଏନେଇ ସୋମବାର ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆରଟିଆଇ ରୁ ଭିଜିଲାନ୍ସକୁ ବାଦ ଦେବା ନେଇ ୨୦୧୬ରେ ଜାରି ହୋଇଥିଲା ବିଜ୍ଞପ୍ତି । ଏହାକୁ ବିରୋଧ କରି ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ସୂଚନା ଅଧିକାର ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବେଦନଶୀଳ ଓ ଗୁପ୍ତ ତଥ୍ୟ ଦେବାକୁ ବାଧ୍ୟ ନୁହେଁ ଭିଜିଲାନ୍ସ ବୋଲି ଯୁକ୍ତି ଅଣା ଯାଇଥିଲା । ଏହାବ୍ୟତୀତ ଅନ୍ୟ ତଥ୍ୟ ଦେଇପାରିବ ଭିଜିଲାନ୍ସ ବିଭାଗ । ଦୁର୍ନୀତି ଓ ମାନବିକ ଅଧିକାର ଭଳି ତଥ୍ୟ ଆରଟିଆଇ ଅନୁଯାୟୀ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସମ୍ପର୍କିତ ସଂଶୋଧିତ ବିଜ୍ଞପ୍ତି ଚାରି ସପ୍ତାହ ମଧ୍ୟରେ ପ୍ରକାଶ ପାଇବ । ଗୋପନୀୟ ଓ ସମ୍ବେଦନଶୀଳ ପ୍ରସଙ୍ଗ ଛାଡି ଅନ୍ୟ ସବୁ ଆରଟିଆଇକୁ ଆସିବ । ବିଭାଗର ଅନ୍ୟ ସମସ୍ତ ଅଂଶ ପବ୍ଲିକ ଡୋମେନରେ ଦେବାକୁ କୁହାଯାଇଛି । ସରକାରୀ ଭାବେ ସୂଚନା ଦେବା ଏକ ସାଧାରଣ କଥା । କିନ୍ତୁ ନଦେବା ଏକ ବ୍ୟତିକ୍ରମ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ନେଇ ରୁଜୁ ଏକ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ ।

Comments are closed, but trackbacks and pingbacks are open.