ସନ୍ଦେହ ଘେରରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଙ୍କ ମୃତ୍ୟୁ : ସୁଇସାଇଡ୍ ନୋଟ୍ ଜବତ

44

ସନ୍ଦେହ ଘେରରେ ଟେଲି ଅଭିନେତ୍ରୀ ଙ୍କ ମୃତ୍ୟୁ । ଗତ କାଲି ରାତିରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ଧାରାବାହିକ କେମିତି କହିବି କହରେ ସେ ଅଭିନୟ କରିଥିଲେ । ନୟାପଲ୍ଲୀ ଥାନା ଅନ୍ତର୍ଗତ ବଡ଼ ସାହିରେ ରଶ୍ମି ଭଡ଼ାରେ ରହୁଥିଲେ । ରବିବାର ବିଳମ୍ବିତ ରାତିରେ ରଶ୍ମିଙ୍କ ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରିଥିଲା। ଘର ଭିତରୁ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଜବତ କରିଛି ପୁଲିସ। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ସୁଇସାଇଡ଼୍‌ ନୋଟରେ ଉଲ୍ଲେଖ କରିଛନ୍ତି। ଅର୍ଥାତ୍ ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି । ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ୍ I ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରଶ୍ମୀରେଖା ଓ ତାଙ୍କର ତଥାକଥିତ ବୟଫ୍ରେଣ୍ଡ ଲିଭ ଇନ ରେ ରହୁଥିଲେ I ଏବଂ ନିଜକୁ ସ୍ୱାମୀ ସ୍ତ୍ରୀ ବୋଲି ପରିଚୟ ଦେଇ ରଶ୍ମି ସାବିତ୍ରୀବ୍ରତ ପୂଜା ମଧ୍ୟ କରିଥିଲେ I

ରଶ୍ମିଙ୍କ ଘର ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ସଙ୍କେତପାଟଣାରେ । ତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ରଶ୍ମିଙ୍କ ମୁଣ୍ଡରେ ମାଡ଼ ଚିହ୍ନ ହୋଇ ଫୁଲିଯାଇଥିବାବେଳେ ଆଖି ଓ ନାକରୁ ରକ୍ତ ବୋହିବାର ଚିହ୍ନ ଥିଲା I ତେଣୁ ପରିବାର ଲୋକେ ରଶ୍ମି ଙ୍କୁ ହତ୍ୟାକାରୀ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ପ୍ରକୃତରେ ଆତ୍ମହତ୍ୟା ନାଁ ଆଉ କିଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Comments are closed, but trackbacks and pingbacks are open.