ଦୈନିକ ଭାଗ୍ୟଫଳ

41

ରାଶିଫଳ -୨୦ -୦୬-୨୦୨୨ ସୋମବାର : ଧାର୍ମିକ କାର୍ଯ୍ୟରେ ରୁଚି ବଢିବ I ମେଷ -ଆକସ୍ମିକ ଧାନ ପ୍ରାପ୍ତି,ବୃଷ – ନୂତନ କର୍ମସଂସ୍ଥାନ ରେ ଯୋଗ ଦେବେ,ମିଥୁନ -ଭୋଗ ବିଳାସୀ ହେବେ I ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ :

ମେଷ : ମତ୍ତ୍ୱାକାଂକ୍ଷୀ ହେବେ । ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ I ବନ୍ଧୁ ପରିଜନ ଙ୍କ ସହିତ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ Iମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ଧାର୍ମିକ ସ୍ଥଳ କୁ ଭ୍ରମଣ ରେ ଯାଇ ପାରନ୍ତି । ଆକସ୍ମିକ ଧାନ ପ୍ରାପ୍ତି ହେବ I

ବୃଷ : ଦିନଟି ଭଲରେ କଟିବ I ନୂତନ କର୍ମସଂସ୍ଥାନ ରେ ଯୋଗ ଦେବେ I କର୍ମକ୍ଷେତ୍ରରେ ଉନ୍ନତି I ପଦୋନ୍ନତି ସହିତ ଦରମା ବୃଦ୍ଧି ହେବ I ବନ୍ଧୁ ପରିଜନ ରେ ଆଦରଣୀୟ ହେବେ I ମାନ ସମ୍ମାନ ଏବଂ ଉପହାର ପାଇବେ I

ମିଥୁନ : ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ନିଜର ଅଭୀଷ୍ଟ ପୂରଣ ପାଇଁ ମିଥ୍ୟାର ଆଶ୍ରୟ ନେବେନାହିଁ। ପତ୍ନୀ, ପୁତ୍ର ସୁଖ ଅନୁଭବ କରିବେ। ଭୋଗୀ, ବିଳାସୀ ଓ ଧନାଢ଼୍ୟ ହୋଇପାରନ୍ତି।

କର୍କଟ : ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ବଡ଼ ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ। ବନ୍ଧୁଙ୍କ ସହ ସମ୍ପର୍କ ମଧୁର ହେବ।

ସିଂହ : ସାମାନ୍ୟ କଥାରେ ବିବାଦ ଉପୁଜିପାରେ ।ପାରିବାରିକ ବିଷୟରେ ଉଦାସୀନ ରହିବେ । ବ୍ୟବସାୟ ଲାଭଜନକ ହେବ। ଅହଂକାରୀ ହୋଇପାରନ୍ତି। ବିବାହ ବିଳିମ୍ବିତ ହେବ। ଦାମ୍ପତ୍ୟ ଜୀବନ କଷ୍ଟପ୍ରଦ ହୋଇପାରେ।

କନ୍ୟା : ବହୁ ଶୁଭଫଳର ଅଧିକାରୀ ହେବେ। ଭ୍ରାତୃ ସ୍ନେହ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। କେତେକ କ୍ଷେତ୍ରରେ ପଛଘୁଞ୍ଚା ଦେଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ତୁଳା :ସୃଜନଶୀଳ ହେବେ I ପାରିବାରିକ କର୍ତବ୍ୟ ବଢିବ I ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଉତ୍ସାହଜନକ ହେବ I ଶରୀର ଏବଂ ମନ ସତେଜ ରହିବ I ଅତ୍ୟଧିକ ଚିନ୍ତାଧାରା ଦ୍ୱାରା ମନ ବିଚଳିତ ହେବ I ଆଜି କାହା ସହିତଆର୍ଥିକ ପ୍ରସଙ୍ଗ ରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା କରିବେ I

ବିଛା : ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମା’ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିପାରନ୍ତି I

ଧନୁ : ଆଧ୍ୟାତ୍ମିକ ଦିଗରେ ଅର୍ଥ ଖର୍ଚ୍ଚ କରିପାରନ୍ତି Iକୌଣସି ଗୁରୁତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। ମିଥ୍ୟା ଅପବାଦରେ ଅପମାନିତ ହେବେ। କାରବାରରେ ଉତ୍‍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ। ପାରିବାରିକ ପରିବେଶ ଆନଂଦ ଦାୟକ ରହିବ I

ମକର : ଭାଗ୍ୟଶାଳୀ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ​​କେତେକ ସ୍ଥାନରେ ବିବାଦଶୀଳ ହୋଇପାରନ୍ତି। କରଜ ଫେରସ୍ତ ପାଇବେ I

କୁମ୍ଭ : ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଖୁସି ହେବ I ଘରେ ସମ୍ପର୍କୀୟ, ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଏକ ଉତ୍ସବର ପରିବେଶ ରହିବ I ସୁଖାଦ୍ୟ ଭୋଜନ କରିବେ I ପିଲାମାନଙ୍କ ପଢାପଢି କୁ ନେଇ ଚିନ୍ତିତ ରହିବେ I ଆର୍ଥିକ ଦୃଷ୍ଟିକୋଣରୁ ଆଜି ଏକ ଲାଭଦାୟକ ଦିନ I ଆଧ୍ୟାତ୍ମିକତା ପ୍ରତି ରୁଚି ବଢିବ I

ମୀନ : ଆର୍ଥିକ ଯୋଜନା ଏବଂ ପୁଞ୍ଜି ବିନିଯୋଗ ରେ ଯତ୍ନବାନ ହୁଅନ୍ତୁ I ଆପଣ କମ୍ ଏକାଗ୍ରତା ଏବଂ ଅସ୍ଥିରତା ଅନୁଭବ କରିବେ I ଧାର୍ମିକ କାର୍ଯ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ I ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ମତଭେଦ ଦେଖାଦେବ I କୋର୍ଟ କଚେରୀ ମାମଲାରେ ଜଡିତ ନହେବା ଭଲ ହେବ I

Comments are closed, but trackbacks and pingbacks are open.