ଦୈନିକ ଭାଗ୍ୟଫଳ

33

ରାଶିଫଳ :୧୯-୦୬-୨୦୨୨ ରବିବାର : ରବିବାର ଦିନ, ବନ୍ଧୁମାନଙ୍କ ସହିତ ଆନନ୍ଦରେ ଦିନଟି ଅତିବାହିତ ହେବ I ମେଷ – ସାମାଜିକ କାର୍ଯ୍ୟରେ ଯୋଗଦେବେ ,ବୃଷ -ପଦୋନ୍ନତି ର ସୁଯୋଗ ରହିଛି ,ମିଥୁନ – ଆର୍ଥିକ କ୍ଷେତ୍ରରେ ପ୍ରତିବନ୍ଧକ ଆସିବ I

ମେଷ : ସାମାଜିକ କାର୍ଯ୍ୟରେ ଯୋଗ ଦେବେ I ବନ୍ଧୁ ଓ ପ୍ରିୟଜନଙ୍କ ସହିତ ସୁଖଦ ଆଲୋଚନା ହେବ I ଖର୍ଚ୍ଚାନ୍ତ ହେବେ I ଭ୍ରମଣ ରେ ଯିବାପାଇଁ ଯୋଜନା କରିବେ I ପିଲାମାନଙ୍କଠାରୁ ଭଲ ଖବର ପାଇବେ Iଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଫେରିବ I ଆୟ ବୃଦ୍ଧି ହେବ I

ବୃଷ : ଯେଉଁମାନେ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ କିମ୍ବା ଯୋଜନା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦିନଟି ବହୁତ ଭଲ I ଆଜି ଆପଣ ଚାକିରି କିମ୍ବା ବ୍ୟବସାୟରେ ଲାଭଜନକ ଫଳ ମିଳିବ I ପଦୋନ୍ନତି ର ସୁଯୋଗ ରହିଛି I ବ୍ୟବସାୟରେ ନୂତନ ସୁଯୋଗ ଉପଲବ୍ଧ ହେବ, ସରକାରୀ ସ୍କିମ ରୁ ଉପକୃତ ହେବେ I ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ I ବୈବାହିକ ଜୀବନ ସୁଖମୟ ହେବ I

ମିଥୁନ : ଆଜି ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ I ସ୍ୱାସ୍ଥ୍ୟରେ କିଛି ଦୁର୍ବଳତା ଦେଖାଯିବ I କାର୍ଯ୍ୟରେ ଉତ୍ସାହ କମ ଦେଖାଯିବ I ଆର୍ଥିକ କ୍ଷେତ୍ରରେ ପ୍ରତିବନ୍ଧକ ଆସିବ I ମାନସିକ ଚାପ ବଢିବ I ବିବାଦ ରୁ ଦୁରେଇ ରୁହନ୍ତୁ I

କର୍କଟ : ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରିବେ । ଆଜି ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ହୋଇଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇ ମନ ଖୁସି ରହିବ ।

ସିଂହ: ଆଜି ଆପଣ ମନୋରଞ୍ଜନ ଏବଂ ଭ୍ରମଣରେ ସମୟ ଅତିବାହିତ କରିବେ I ତଥାପି କୌଣସି କଥାକୁ ନେଇ ଚିନ୍ତିତ ରହିବେ । ଯଗି ରଖି ଯାନ ବାହନ ଚଳାଚଳ କରନ୍ତୁ। ଶରୀରରେ ଆଘାତ ଲାଗିପାରେ। ବ୍ୟବସାୟରେ ବିଶେଷ ଲାଭବାନ ହେବେ ନାହିଁ I

କନ୍ୟା : ପରିବାରରେ ଆନନ୍ଦ ଏବଂ ଉତ୍ସାହର ପରିବେଶ ରହିବ I ସ୍ୱାସ୍ଥ୍ୟ ରେ ଉନ୍ନତି ହେବ I କାର୍ଯ୍ୟରେ ସଫଳତା ପାଇବେ ସହକର୍ମୀମାନେ ଅଫିସରେ ସହାୟକ ହେବେ I ବିରୋଧୀ ପରାସ୍ତ ହେବେ I ଆୟ ରେ ବୃଦ୍ଧି ହେବ ଇ ନୂତନ କାର୍ଯ୍ୟ ପାଇଁ ଯୋଜନା କରିବେ I

ତୁଳା : ସୃଜନଶୀଳ ହେବେ I ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ । ପାରସ୍ପରିକ ମତଭେଦ କାରଣରୁ ପରିବାରରେ ଅଶାନ୍ତିଜନିତ ଦୁଃଖୀ ହୋଇପାରନ୍ତି । ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରିବେ ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଆଗକୁ ପଦୋନ୍ନତି ର ସମ୍ଭାବନା ରହିଛି I

ବିଛା : ଆଜି ଦିନଟି ଶାନ୍ତିରେ ବିତିବ Iଶାରିରୀକ ଅସୁସ୍ଥତା ଦେଖାଦେଇପାରେ। ବିଶେଷ କରି ଶ୍ୱାସ ଜନିତ ପିଡା ଅନୁଭବ କରି ପାରନ୍ତି। ବ୍ୟବସାୟରୁ ଅଧିକ ଲାଭ ପାଇବେ। ପରିବାର ରେ କାର୍ଯ୍ୟଭାର ବଢିବ ଇ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ I

ଧନୁ :ଘରକୁ ବନ୍ଧୁ ଆଗମନ କରିବେ । ଆଜି ଆପଣଙ୍କୁ ନୀଚ୍ଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ସମାଲୋଚିତ ହେବାକୁ ପଡିପାରେ । ନୂତନ ଗୃହରାମ୍ଭ, ଜମିଜମା କାରବାର ସକାଶେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇପାରେ ।

ମକର: ବାଣୀ ଉପରେ ସଂଯମତା ରଖନ୍ତୁ I ପାରିବାରିକ ପରିବେଶ ଉଷ୍ମତା ପୂର୍ଣ୍ଣ ରହିବ Iକାର୍ଯ୍ୟକ୍ଷେତ୍ରରେ ମାନ-ସମ୍ମାନ ମିଳିବ। ରାଜନିତୀ କ୍ଷେତ୍ରରେ ସଫଳତା ପାଇବେ। ହଜି ଯାଇଥିବା ଜିନିଷ ହଠାତ୍ ମିଳିପାଇପାରେ।

କୁମ୍ଭ: ଶାରୀରିକ, ମାନସିକ ଏବଂ ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ବୋଲି ପ୍ରମାଣିତ ହେବ I ପରିବାର ସଦସ୍ୟଙ୍କ ସହିତ ସୁଖାଦ୍ୟର ମଜା ଉଠାଇବେ I କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତିହେବ। ଆକସ୍ମିକ ଧନଲାଭ ହୋଇପାରେ। କିନ୍ତୁ ପାରିବାରିକ ଚିନ୍ତା ଲାଗିପାରେ ।

ମୀନ: ଲୋଭରୁ ବଞ୍ଚନ୍ତୁ I ଭୁଲ ଜାଗାରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ I କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ସାମୟିକ ଭାବରେ ସ୍ୱାସ୍ଥ୍ୟ ଖରାପ ହୋଇପାରେ Iମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ପାରନ୍ତି। ପାରିବାରିକ ଜୀବନ ରେ ଅଶାନ୍ତି ଦେଖାଦେବ I

Comments are closed, but trackbacks and pingbacks are open.