କେନ୍ଦ୍ର ସରକାର ଙ୍କ’ଅଗ୍ନିପଥକୁ ଯୋଜନା’ : ଜୁନ ୨୪ ରୁ ଆରମ୍ଭ ହୋଇଯିବ ଭର୍ତ୍ତି ପ୍ରକ୍ରିୟା

22

କେନ୍ଦ୍ର ସରକାରଙ୍କ ସ୍ୱଳ୍ପଅବଧି ସେନା ଚାକିରୀ ‘ଅଗ୍ନିପଥ’ଯୋଜନା କୁ ନେଇ ସାରା ଦେଶରେ ବିରୋଧ ଚାଲିଛି । ଏପଟେ ଅଗ୍ନିବୀରଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆଗକୁ ବଢିବାରେ ଲାଗିଛି । ଆସନ୍ତା ଶୁକ୍ରବାର ୨୪ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ । ଏହାସହ ଅଗ୍ନିପଥ ନିଯୁକ୍ତି ଯୋଜନାର ବୟସ ସୀମା ମଧ୍ୟ ବଢାଯାଇଥିବା ନେଇ ସୂଚନା ଦେଇଛନ୍ତି ଏୟାର ଚିଫ୍ ମାର୍ଶଲ । କେନ୍ଦ୍ର ସରକାର ସେନା ବାହିନୀ ପାଇଁ ଅଗ୍ନିପଥ ନିଯୁକ୍ତି ଯୋଜନାରେ ବୟସ ସୀମା ବୃଦ୍ଧି କରିଛନ୍ତି । ପ୍ରଥମ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ବଢାଇ ୨୧ରୁ ୨୩ ବର୍ଷ କରାଯାଇଛି । ଏବେ ଏହି ଯୋଜନାରେ ୨୩ ବର୍ଷ ବୟସର ଯୁବକ ଯୁବତୀମାନେ ବି ନିଯୁକ୍ତି ପାଇପାରିବେ । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇନଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଏହି ବର୍ଦ୍ଧିତ ବୟସ ସୀମା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏଥିସହିତ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ, ଆସନ୍ତା ଶୁକ୍ରବାର ଅର୍ଥାତ୍ ଜୁନ୍ ୨୪ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଜେନେରାଲ ପାଣ୍ଡେ କହିଛନ୍ତି, ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨ ଦିନ ମଧ୍ୟରେ http://joinindianarmy.nic.inରେ ବିଜ୍ଞପ୍ତି ଜାରି କରାଯିବ। ଏହାପରେ ସେନା ନିଯୁକ୍ତିର ବିସ୍ତୃତ ବିବରଣୀ ଦିଆଯିବ।

Comments are closed, but trackbacks and pingbacks are open.