ଆଜି ଶେଷ ରଜ, ଆସନ୍ତାକାଲି ବସୁମତି ସ୍ନାନ: ଜମୁଛି ପୁଚି ଖେଳ ,ଲୁଡୋ ଏବଂ ତାସ ର ଆସର

239

ଏଥର ରଜ ପାଗ ନ ଥିଲେ ମଧ୍ୟ କମି ନାହିଁ ରଜ ମୌଜ । ଗାଁ ଠାରୁ ସହର ଚାରିଆଡେ ଦୋଳି, ପୋଡ଼ପିଠା ଓ ରାଜ ମିଠା ପାନ ର ମହା ମହା ବାସ୍ନାରେ ପାଳିତ ହେଉଛି ଓଡ଼ିଶାର ଅନନ୍ୟ ଗଣପର୍ବ ରଜଉତ୍ସବ । ଆଜି ଶେଷ ରଜ। ଆସନ୍ତାକାଲି ବସୁମତି ସ୍ନାନ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜ ଦୋଳିର ଆନନ୍ଦ ଉଠାଉଛନ୍ତି କୁଆଁରୀ ଝିଅ ଓ ବୋହୂମାନେ । ଦୋଳିଖେଳ ସାଙ୍ଗକୁ ପୁଚି ଖେଳ ,ଲୁଡୋ ଏବଂ ତାସ ର ଆସର ଜମିଛି I

କୋଭିଡ ପାଇଁ ୨ବର୍ଷ ଧରି ଧୁମଧାମରେ ପାଳନ କରିପାରିନଥିଲେ ଲୋକେ। ଏଥର କିନ୍ତୁ ଏକାଠି ହୋଇ ପାଳିଛନ୍ତି ରଜ। ବିଭିନ୍ନ ଭେରାଇଟର ପିଠା ସହ ରଜ ପାନ ଖାଇ ଉପଭୋଗ କରୁଛନ୍ତି। ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ ସହ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ହେଉଛି।

Comments are closed, but trackbacks and pingbacks are open.