ଶ୍ରୀମନ୍ଦିର ଦର୍ଶନ ପାଇଁ ଚରମ ବିଶୃଙ୍ଖଳା : ମନ୍ଦିର ପ୍ରଶାସନ ନିରବ ଦ୍ରଷ୍ଟା

25

ପୁରୀ : ଶ୍ରୀମନ୍ଦିର ଦର୍ଶନ ରେ ଚରମ ବିଶୃଙ୍ଖଳା I ମହାପ୍ରଭୁଙ୍କ ସ୍ନାନ ଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବାବେଳେ ,ମନ୍ଦିର ରେ ପ୍ରବଳ ଭିଡ଼ ହେଉଛି I ରବିବାର ଠାରୁ ପ୍ରବଳ ଖରା ଗରମ ଗୁଳୁଗୁଳି ହେଉଥିବାରୁ ଭକ୍ତଙ୍କ ଭିତରେ ଠେଲାପେଲା ,ଧସ୍ତIଧସ୍ତି ଚାଲିଛି I ମନ୍ଦିର ଭିତରେ ଭକ୍ତଙ୍କ ପ୍ରବଳ ଗହଳି କୁ କୌଣସି ପ୍ରକାରେ ନିୟନ୍ତ୍ରଣ କୁ ନ ଆଣି ,ପ୍ରଶାସନ କେବଳ ନିରବ ଦ୍ରଷ୍ଟା ସାଜିଛି I ଫଳରେ ଭକ୍ତ ମାନେ ଶୃଙ୍ଖଳିତ ଭାବରେ ଦର୍ଶନ କରି ପାରୁନାହାନ୍ତି I ସେହିପରି ଆଜି ଗୁପ୍ତ ସେନାପଟଇ,ଚାରମାଳ ବନ୍ଧା ନୀତି ଅନୁଷ୍ଠିତ ହେବ I ତେବେ ପୂର୍ବରୁ କୌଣସି ସୂଚନା ନ ଦେଇ ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଥିଲା । କିନ୍ତୁ ପ୍ରଶାସନ ହଠାତ୍ ୪ଦ୍ୱାର ବନ୍ଦ କରିଦେଇଥିଲା । ମନ୍ଦିର ଭିତରକୁ ପ୍ରବେଶ କରି ନ ପାରି ଦୂରରୁ ରହି ଭକ୍ତ ନୀଳଚକ୍ରଙ୍କୁ ଦର୍ଶନ କରୁ ଥିବାର ଦେଖା ଯାଇଥିଲା । ଏହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପରେ ୪ ଦ୍ୱାର ମଧ୍ୟରୁ କେବଳ ସିଂହଦ୍ୱାର ଖୋଲା ହୋଇଥିଲା । ସେବାୟତଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ପରେ ସିଂହଦ୍ୱାର ଖୋଲାଯାଇଛି। ଫଳରେ ଶ୍ରଦ୍ଧାଳୁମାନେ ପତିତପାବନଙ୍କୁ ଦର୍ଶନ କରିପାରିଛନ୍ତି।

ସେପଟେ ଆସନ୍ତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଥିବାରୁ ପୁରୀରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ପ୍ରବଳ ଗରମ ଅନୁଭୂତ ହେଉଥିଲେ ମଧ୍ୟ ଶନିବାର ଠାରୁ ପୁରୀରେ ଅସମ୍ଭବ ଭାବରେ ଭକ୍ତଙ୍କ ଭିଡ ବଢିଛି । ଶନିବାର ଏକାଦଶୀ ସହିତ ମହାପ୍ରଭୁ ଓ ରୁକ୍ମିଣୀ ଙ୍କ ବିବାହ ଥିଲା । ତେଣୁ ଗତକାଲି ରବିବାର ସକାଳ ୭ ଟା ପର୍ଯ୍ୟନ୍ତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇ ନ ଥିବାରୁ ଠାକୁର ଙ୍କ ନୀତି କାନ୍ତିରେ ବିଳମ୍ବ ହୋଇଥିଲା ଏବଂ ଏହା ସହିତ ଠାକୁରଙ୍କ ଦ୍ୱାର ଫିଟି ନ ଥିବାରୁ ରାତିରୁ ମହାପ୍ରଭୁଙ୍କ ଦର୍ଶନ ଭକ୍ତ ମାନେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ଼ ମଧ୍ୟରେ ଠିଆ ହୋଇ ରହିଥିଲେ I ସେ ମଧ୍ୟରେ ପ୍ରବଳ ଗରମ ଯୋଗୁଁ ଅନେକ ଭକ୍ତ ବେହୋସ ହୋଇଯାଇଥିଲେ । ଠେଲାପେଲା ଏବଂ ଗରମ ଯୋଗୁଁ ୧୪ରୁ ଅଧିକ ଅସୁସ୍ଥ ହୋଇପଡିଥିଲେ । ସେହିପରି ଦ୍ୱାର ଫିଟିବା ପରେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ୭ ପାହାଚ ନିକଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା I ଶ୍ରୀମନ୍ଦିର ଭିତରକାଠ ଏବଂ ବାହାର କାଠ ନିକଟରରେ ମଧ୍ୟ ପ୍ରବଳ ଗହଳି ଯୋଗୁଁ ଠେଲାପେଲା ସହିତ କିଛି ଅଣଓଡ଼ିଆ ପୁରୁଷ ଭକ୍ତ ମାନେ ମହିଳା ଭକ୍ତ ଙ୍କୁ ଆକ୍ରମଣ କରିବାର ଦେଖା ଯାଇଥିଲେ ମଧ୍ୟ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କର ସେଥିପ୍ରତି ନିଘା ନ ଥିଲା I

ଅନ୍ୟପଟେ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁମାନେ ମହାପ୍ରଭୁ ଙ୍କ ଦର୍ଶନ ରୁ ବଞ୍ଚିତ ରହିଥିଲେ I ବର୍ତ୍ତମାନ ପ୍ରବଳ ଭାବରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ବଢ଼ୁଥିଲେ ମଧ୍ୟ ବରିଷ୍ଠ ନାଗରିକ ଙ୍କ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବା ରୁ ଅନେକ ଶ୍ରଦ୍ଧାଳୁ ନିରାଶ ହେଉଛନ୍ତି I

ସୂଚନା ମୁତାବକ, ଆସନ୍ତା ମଙ୍ଗଳବାର ଦିନ ଶ୍ରୀଜିଉଙ୍କ ଦେବ ସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ । ଘୋଷଯାତ୍ରା ନୀତି ପାଇଁ ଗତକାଲିଠୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଦୁଇବର୍ଷ ଭକ୍ତମାନେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି ।

Comments are closed, but trackbacks and pingbacks are open.