ହେଟ ସ୍ପିଚ ମାମଲା : ନୁପୁର ଙ୍କ ପରେ ଓୱେସୀ ଙ୍କ ନାଁରେ ଏଫଆଇଆର

37

ଦେଶରେ ବଢୁଛି ହେଟସ୍ପିଚ୍ ମାମଲା । ନୂପୁରଙ୍କ ପରେ ଓୱେସୀଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି । ହେଟସ୍ପିଚ୍ ମାମଲା ବୃଦ୍ଧି ପରେ ଆକ୍ସନରେ ଦିଲ୍ଲୀ ପୁଲିସ । ସୋସିଆଲ ମିଡିଆରେ ଘୃଣାଭାବନା ସୃଷ୍ଟି କରୁଥିବା ଅଭିଯୋଗରେ ଏବେ ବଡ ଆକ୍ସନ ନେଇଛି ଦିଲ୍ଲୀ ପୁଲିସର ସାଇବର ସେଲ । ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଉଥିବା ଓ ବିବାଦୀୟ ବୟାନ ତଥା ସୋସିଆଲ ମିଡିଆରେ ଘୃଣାଭାବନା ସୃଷ୍ଟି କରିବା ଅଭିଯୋଗରେ ଏଆଇଏମଆଇଏମ ମୁଖ୍ୟଙ୍କ ଅସଉଦ୍ଧିନଙ୍କ ଓୱେସୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏଥିସହ ଦିଲ୍ଲୀ ସାଇବର ପୁଲିସ ସ୍ୱାମୀ ନରସିଂହାନ୍ଦଙ୍କ ନାଁରେ ମାମଲା ରୁଜୁ ହୋଇଛି I
ଦିଲ୍ଲୀ ପୁଲିସ କହିଛି ଓୱେସୀ ଓ ନରସିଂହାନନ୍ଦ ସୋସିଆଲ ମିଡିଆରେ ମାଧ୍ୟମରେ ସମାଜରେ ଘୃଣାଭାବନା ବିସ୍ତାର କରିବା, ଭୁଲ ବାର୍ତ୍ତା ପଠାଇବା ଓ ଧାର୍ମିକଭାବନାକୁ ଆଘାତ ଦେବା ଅଭିଯୋଗ ରହିଛି । ସେପଟେ ଏଆଇଏମଆଇଏମଙ୍କ ନାଁରେ ମାମଲା ରୁଜୁ ହେବା ପରେ ଦଳୀୟନେତା,କର୍ମୀ ବିିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ କରୁଛନ୍ତି । ପୁଲିସ କିଛି ପ୍ରଦର୍ଶନକାରୀଙ୍କ ଗିରଫ କରିଛି ।

Comments are closed, but trackbacks and pingbacks are open.