ମଧୁମେହ ରୋଗୀଙ୍କ ପାଇଁ ‘ବିଷ’ ସଦୃଶ ହୋଇଥାଏ ଏହି ୪ ଟି ପରିବା ,ଯଦି ଖାଉଥାନ୍ତି ତୁରନ୍ତ ଛାଡ଼ନ୍ତୁ
ଆମର ଅନିୟନ୍ତ୍ରିତ ଜୀବନ ଶୈଳୀ ପାଇଁ , ସମାଜରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରୋଗ ମୁଣ୍ଡ ଟକିଲାଣି I ସେମାନଙ୍କ ମଧ୍ୟରୁ ମଧୁମେହ ଏପରି ଏକ ରୋଗ ଏହା ଥରେ କାହାକୁ ହେଲେ , ଜୀବନସାରା ପାଇଁ ଛାଡିକି ଯାଏ ନାହିଁ I ବରଂ କିଛି ସମୟ ପାଇଁ ନର୍ମାଲ ହୋଇଯାଇଥାଏ I ପୁଣି ଖାଦ୍ୟପେୟ ରେ ଅନିୟମିତତା କିମ୍ବା ଅନିୟନ୍ତ୍ରିତ ଜୀବନ ଶୈଳୀ ପାଇଁ ଏହା ମୁଣ୍ଡ ଟେକିଥାଏ I ରୋଗୀମାନଙ୍କୁ ଏହି ସମୟ ମଧ୍ୟରେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିବ, ନଚେତ୍ ରକ୍ତରେ ଶର୍କରା ସ୍ତର ଅନିୟନ୍ତ୍ରିତ ହେବାର ଆଶଙ୍କା ଅଛି I ମଧୁମେହ ରୋଗୀଙ୍କୁ ଅନେକ ପ୍ରକାରର ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି, ସେଥିମଧ୍ୟରୁ ଶାକାହାରୀ ପାରିବ ମଧ୍ୟ ଅନ୍ତର୍ଭୁକ୍ତ | ଆସନ୍ତୁ ଜାଣିବା କେଉଁ ପରିବା ଗୁଡିକ ମଧୁମେହରେ ଖାଇବା ଉଚିତ୍ ନୁହେଁ ଇ
ମଧୁମେହ ରେ ଏହି ୪ ଟି ପରିବା ଖାଆନ୍ତୁ ନାହିଁ :
୧ . ଆଳୁ
ଆଳୁକୁ ପନିପରିବାର ରାଜା କୁହାଯାଏ କିନ୍ତୁ ଏଥିରେ ଶର୍କରା ,ଷ୍ଟାର୍ଚ୍ଚ ଏବଂ କାର୍ବୋହାଇଡ୍ରେଟ୍ ବହୁତ ପରିମାଣରେ ମିଳିଥାଏ I ତେଣୁ ମଧୁମେହ ରୋଗୀମାନେ ଆଳୁ ଭିତ୍ତିକ ଖାଦ୍ୟ ଯଥା ବରଗର , ଫ୍ରେଞ୍ଚ୍ ଫ୍ରାଏ ଏବଂ ଚିପ୍ସ ଖାଇବା ଉଚିତ୍ ନୁହେଁ I କାରଣ ଏଥିରେ ଥିବା ଶର୍କରା ଆପଣଙ୍କ ମଧୁମେହ କୁ ଦୁଇ ଗୁଣା ବଢ଼ାଇଦେବ I
୨ . ମକା
ସାଧାରଣ ଲୋକ ମକା ଖାଇବାର ଯେତେ ଲାଭ ହେଉନା କାହିଁକି, ମଧୁମେହ ରୋଗୀଙ୍କ ପାଇଁ ଏହାଠାରୁ ଦୂରରେ ରହିବା ଭଲ I ଅଧା କପ୍ ମକା ମଞ୍ଜିରେ ପ୍ରାୟ ୨୧ ଗ୍ରାମ କାର୍ବୋହାଇଡ୍ରେଟ୍ ଏବଂ ଶର୍କରା ରହିଥାଏ , ଯାହା ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ I
୩.ମଟର ଛୁଇଁ ବା ଗ୍ରୀନ ମଟର
ସବୁଜ ମଟର କାର୍ବୋହାଇଡ୍ରେଟ୍ , ଷ୍ଟାର୍ଚ୍ଚ ଏବଂ ଶର୍କରା ଜାତୀୟ ହୋଇଥାଏ I ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କ ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପଡିଥାଏ, ତେଣୁ ମଧୁମେହ ରୋଗୀମାନେ ଏହାକୁ ନ ଖାଇବା ଭଲ I
୪-କନ୍ଦମୂଳ
ଏଥିରେ କୌଣସି ସନ୍ଦେହ ନାହିଁ ଯେ କନ୍ଦମୂଳ ଏକ ଉତ୍ତମ ପରିବା ରେ ମଧ୍ୟ ଅନ୍ତର୍ଭୁକ୍ତ , କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ‘ବିଷ’ ପରି ହୋଇଥାଏ , କାରଣ ଏଥିରେ କାର୍ବୋହାଇଡ୍ରେଟ୍ ଏବଂ ବିଟା କାରୋଟିନ୍ ଭରପୂର ମାତ୍ରାରେ ଥାଏ I ତେଣୁ ଏହାର ସ୍ୱାଦ ମଧ୍ୟ ମିଠା ଲାଗିଥାଏ I ତେଣୁ ମଧୁମେହ ରୋଗୀମାନେ ଏହାଠାରୁ ଦୂରରେ ରହିବା ଭଲ I ଏକ ଗବେଷଣାରୁ ଜଣାପଡିଥିଲା ଯେ ମଧୁମେହ ରୋଗୀ ମାନେ ସିଝା କନ୍ଦମୂଳ ଖାଇପାରିବେ I କିନ୍ତୁ ଏହି ଗବେଷଣା ଵର୍ତମାନ ପର୍ଯ୍ୟନ୍ତ ଭାରତୀୟ ଚିକିତ୍ସା ପଦ୍ଧତିରେ କୌଣସି ମାନ୍ୟତା ପାଇ ନାହିଁ I
Comments are closed, but trackbacks and pingbacks are open.