ମେଡିକାଲ ବିଜ୍ଞାନରେ ଚମତ୍କାର : ପ୍ରଥମ ଥର ପାଇଁ ଔଷଧ ଖାଇ ସୁସ୍ଥ ହେଲେ କ୍ୟାନସର ପୀଡ଼ିତ

29

ଡାକ୍ତରୀ ବିଜ୍ଞାନରେ ଚମତ୍କାର I ଏଭଳି ପରିସ୍ଥିତିରେ ପୁଣି ଥରେ ଏକ ଉଲ୍ଲେଖନୀୟ ସଫଳତା ସାମ୍ନାକୁ ଆସିଛି I ଔଷଧ ଦ୍ୱାରା ରେକ୍ଟାଲ୍(ମଳ ଦ୍ୱାର) କ୍ୟାନସର ଭଳି ମରାତ୍ମକ ରୋଗର ଚିକିତ୍ସା କରାଯାଇଛି । ପ୍ରାଥମିକ ସ୍ତରରେ ଏହି ଔଷଧ ବ୍ୟବହାର କରି ୧୮ ଜଣ କ୍ୟାନସରରୁ ମୁକ୍ତି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଥମିକ ଭାବେ ବହୁତ ଛୋଟିଆ ଟ୍ରାଏଲ କରାଯାଇଥିଲା । ଏଥିରେ ୧୮ ଜଣ ଲୋକ ସାମିଲ ଥିଲେ ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଥମିକ ଭାବେ ବହୁତ ଛୋଟିଆ ଟ୍ରାଏଲ କରାଯାଇଥିଲା I ଏଥିରେ ପ୍ରଥମ ଥର ପାଇଁ ୧୮ ଜଣ ଲୋକ ସାମିଲ ଥିଲେ। ସମସ୍ତଙ୍କୁ Dostarlimab (‘ଡୋଷ୍ଟାରଲିମ୍ୟାବ’)ନାମକ ଏକ ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା। ନିର୍ଦ୍ଧାରିତ ଅବଧି ପରେ, ରୋଗୀ ମାନଙ୍କ ର ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । ଟ୍ରାଏଲର ଶେଷରେ ଦେଖାଯାଇଥିଲା ୧୮ ଜଣ ରୋଗୀଙ୍କ ଶରୀରରୁ କ୍ୟାନସର ର ଲକ୍ଷଣ ସମ୍ପୂର୍ଣ ରୂପେ ନିଶ୍ଚିହ୍ନ ହୋଇଥିଲା । ମଣିଷ ଶରୀରରେ ବିକଳ୍ପ ଆଂଟିବଡି ଭାବେ କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁଲ୍ ଏହି ଔଷଧରେ ରହିଛି ଏହି ଗବେଷଣା ବିଷୟରେ ରବିବାର (ଜୁନ୍ ୬ ) ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍ ରେ ପ୍ରକାଶିତ ହୋଇଥିଲା I ଔଷଧ ନିର୍ମାତା ଗ୍ଲାକ୍ସୋ ସ୍ମିଥକାଇନ୍ ଦ୍ୱାରା ଏହି ଅଧ୍ୟୟନ ସମର୍ଥିତ I ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏଥିରେ କୌଣସି ‘କେମୋ’ ଥେରାପି କିମ୍ବା କୌଣସି ‘ରେଡ଼ିଏସନ’ ବ୍ୟବହାର କରାଯାଇ ନ ଥିଲା I ସମ୍ଭବତଃ କ୍ୟାନସର ଇତିହାସ ରେ ପ୍ରଥମ ଥର ପାଇଁ ଏ ଭଳି ଚମତ୍କାର ଘଟିଛି I
କର୍କଟ ରୋଗୀମାନଙ୍କୁ ସାଧାରଣତଃ କଠିନ ଚିକିତ୍ସା ପଦ୍ଧତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଥିରେ ଅସ୍ତ୍ରୋପଚାର, କେମୋଥେରାପି ଓ ବିକିରଣ ଭଳି ପଦ୍ଧତି ରହିଛି। ଏହାଦ୍ୱାରା ବେଳେ ବେଳେ ମୂତ୍ରାଶୟ ଓ ସେକ୍ସୁଆଲ ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। Dostarlimabର ଟ୍ରାଏଲରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରାଥମିକ ଭାବେ ଏହି ଔଷଧ ଦିଆଯିବ ବୋଲି କହିଥିଲେ। କିନ୍ତୁ ଏହି ଔଷଧ ନେବା ପରେ ସେମାନଙ୍କୁ ଆଉ ଅତିରିକ୍ତ ଚିକିତ୍ସାର ଆବଶ୍ୟକ ପଡ଼ିନି।

ଏହି ଖବର ଏବେ ମେଡିକାଲ ଜଗତରେ ନୂଆ ଆଶା ସଞ୍ଚାର କରିଛି। ତେବେ ଏଥିପାଇଁ ବଡ଼ ଧରଣର ଟ୍ରାଏଲ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Comments are closed, but trackbacks and pingbacks are open.