ଗଣପତିଙ୍କ କୃପାରୁ ମିଳିବ ପ୍ରତ୍ୟକ କାର୍ଯ୍ୟରେ ସଫଳତା, ଘରକୁ ଆଣନ୍ତୁ ଏହି ଛୋଟ ଜିନିଷ ଟିଏ

38

ପ୍ରତ୍ୟକ ଲୋକଙ୍କର ଇଛା ଥାଏ ,ଘରେ ସମସ୍ତ ପ୍ରକାର ସୁଖ ସୁବିଧା,ଅଭାବ ଅନାଟନ ଦୂର ହେଇଯାଉ I ଏଥିପାଇଁ ବ୍ୟକ୍ତି ନିରନ୍ତର ପୂଜା ପାଠ ସହିତ ବାସ୍ତୁ ଅନୁଯାୟୀ ଘରେ ବିଭିନ୍ନ ପଦକ୍ଷେପ ନିଅନ୍ତି I କାରଣ ଘରେ ଯଦି ବାସ୍ତୁ ତ୍ରୁଟି ରହିଥାଏ ତେବେ ଘରର ଉନ୍ନତି ପଥରେ ବାଧା ଆସିଥାଏ Iସେହିଭଳି ବାସ୍ତୁ ଶାସ୍ତ୍ରରେ ଏଇଭଳି କିଛି ସହଜ ଉପାୟ ରହିଛି ଯାହାକୁ ଗ୍ରହଣ କଲେ ଘରକୁ ସୁଖ ସମୃଦ୍ଧି ଫେରିଥାଏ I ବାସ୍ତୁ ଅନୁସାରେ ଏଭଳି ଗୋଟିଏ ଛୋଟ ଜିନିଷ ରହିଛି ତାହା ହେଉଛି ରୂପାର ଛୋଟ ହାତୀ I

ବାସ୍ତୁ ଶାସ୍ତ୍ରରେ ହାତୀ କୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଇଥାଏ I ହାତୀ ହେଉଛି ଦେବରାଜ ଇନ୍ଦ୍ରଙ୍କ ବାହନ I ଏଥିସହିତ ଗଣେଶ ଜୀ ଙ୍କ ର ମଧ୍ୟ ଗଜ ମୁଖ ହୋଇଥାଏ I ତେଣୁ ଗଣେଶଜୀ ଙ୍କୁ ଗଜାନନ ମଧ୍ୟ କୁହାଯାଏ I ତେଣୁ ନିୟମ ଅନୁଯାୟୀ ଘରେ ହାତୀ ରଖିବା ଦ୍ୱାରା ଗଣେଶଙ୍କ ଆଶୀର୍ବାଦ ମିଳିଥାଏ। ଏବଂ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହୁଏ | ଦେବୀ ଲକ୍ଷ୍ମୀଙ୍କ ସହ ହାତୀର ସମ୍ପର୍କ ମଧ୍ୟ କୁହାଯାଇଛି। ଘରେ ଏକ ରୂପା ହାତୀ ରଖିବା ଭସ୍ତୁ ଶାସ୍ତ୍ରୀରେ ଶୁଭ ବୋଲି ବିବେଚନା କରାଯାଏ | ଏହାର ଲାଭ ଏବଂ ସଠିକ୍ ଦିଗ ବିଷୟରେ ଆସନ୍ତୁ ଜାଣିବା :

ରୂପା ହାତୀ ଘରେ ରଖିଲେ କଣ ହୁଏ :
ପୂଜା ଘରେ ଏକ ଛୋଟ ରୂପା ହାତୀ ରଖିଲେ ଘରେ ସକରାତ୍ମକ ଶକ୍ତି ଆଣିଥାଏ I ପରିବାର ସଦସ୍ୟ ମାନେ ବହୁତ ଉନ୍ନତି କରିଥାନ୍ତି I ଏହା ସହିତ ପ୍ରଭୁ ଗଣେଶ ଙ୍କର କୃପାରୁ ଘରେ ପ୍ରତ୍ୟକ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଆସିଥାଏ I ଏହାସହିତ ଘରର ଆର୍ଥିକ ଅବସ୍ଥା ଶକ୍ତିଶାଳୀ ହୁଏ I କ୍ୟାରିଅର,ବ୍ୟବସାୟ ର ଉନ୍ନତି ସାଙ୍ଗକୁ ସମୃଦ୍ଧିର ବାଟ ଫିଟିଥାଏ I

କେଉଁ ଦିଗରେ ରଖିବେ
ଏହାକୁ ଆପଣ ଗୁରୁବାର ଦିନ ଘରକୁ ଆଣନ୍ତୁ Iରୂପା ହାତୀ କୁ ଆପଣ ପୂଜା ଘରେ କିମ୍ବା ଲିଭିଂ ରୁମ ରେ ରଖିପାରିବେ ଏହାକୁ ସର୍ବଦା ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ରଖନ୍ତୁ Iଏଥିସହ ମନେରଖନ୍ତୁ ଯେ ଏହାକୁ ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ଭୁଲ ରେ ମଧ୍ୟ ରଖିବେ ନାହିଁ I

ରୂପା ବ୍ୟତୀତ ଏହି ଧାତୁରେ ମଧ୍ୟ ହାତୀ ରଖି ପାରିବେ
ଯଦି ଆପଣ ରୂପା ହାତୀ କିଣି ପାରିବେ ନାହିଁ, ତେବେ ପିତ୍ତଳ,ମାଟି କିମ୍ବା ପଥର ହାତୀ ମଧ୍ୟ ରଖାଯାଇପାରିବ I ଘରେ ପ୍ଲାଷ୍ଟିକ୍ କିମ୍ବା ପ୍ଲାଷ୍ଟର ଅଫ ପ୍ୟାରିସ ରେ ନିର୍ମିତ ହାତୀ ମୂର୍ତ୍ତି ରଖନ୍ତୁ ନାହିଁ I ଏହା ସହିତ ହାତୀ ମୂର୍ତି କିଣିବାବେଳେ ମାନେ ରଖନ୍ତୁ ଏହାର ଶୁଣ୍ଢ ଉପରକୁ ରହିବା ଉଚିତ ଇ ଏହାସହିତ ଛୋଟ ହାତୀର ପିତ୍ତଳ ମୂର୍ତ୍ତିକୁ ଲାଲ କପଡ଼ାରେ ଗୁଡ଼ାଇ ଟଙ୍କା ବାକ୍ସରେ ରଖିଲେ,ଘରେ ଅଯଥା ଏହଂ ଖର୍ଚ୍ଚ ହୁଏ ନାହିଁ I

ସେହିଭଳି ଦାମ୍ପତ୍ୟ ଜୀବନରେ କଳହ ହେଉଥିଲେ ହାତୀର ଯୋଡ଼ା ଆଣି ଶୋଇବା ଘରେ ରଖନ୍ତୁ I ମାଟି ନିର୍ମିତ ହାତୀର ଯୋଡ଼ାକୁ ମୁଖ୍ୟ ଦ୍ୱାର ର ଦୁଇ ପାର୍ଶ୍ୱରେ ରଖିଲେ ଘରକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ I

Comments are closed, but trackbacks and pingbacks are open.