ରାଜଧାନୀ ରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ,୩ ଗିରଫ

38

ରାଜଧାନୀ ଭୁବନେଶ୍ୱରରୁ ପୁଣି ବିପୁଳ ପରିମାଣର ବ୍ରାଉନ୍ସୁଗାର ଜବତ ହୋଇଛି । ଭୁବନେଶ୍ୱର ଏମସ ନିକଟରେ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏସଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇ ୨କେଜି ୫୮ ଗ୍ରାମ୍‌ ଧଳାଜହର ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଡିଲ ହେଉଥିଲା। ଗିରଫ ଅଭିଯୁକ୍ତଙ୍କ ଠାରୁ ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨.୫କୋଟି ଟଙ୍କା ହେବ। ବ୍ରାଉନ୍ସୁଗାର ଡ଼ିଲ ଘଟଣାରେ ୩ଜଣଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍‌ । ଗିରଫ ବ୍ରାଉନ ସୁଗାର ବେପାରୀ ହେଲେ ଭାଗୀରଥି ଭଟ୍ଟ, ଚନ୍ଦନ ମଳିକ ଓ ବିଶ୍ୱଜିତ୍ ନାୟକ। ସେମାନଙ୍କ ଘର ଯଥାକ୍ରମେ ଖୋର୍ଦ୍ଧା ଜିଲ୍ଲା ରଣସିଂହପୁର, ଖଣ୍ଡଗିରି ଓ ବାଲିପାଟଣା ଅଂଚଳରେ । ପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ଧଳାଜହର ଜବତ ହେବା ସହ ଅନେକ ଅଭିଯୁକ୍ତ ଗିରଫ ହୋଇଛନ୍ତି । ୨୦୨୦ରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସ୍ପେଶାଲ ଡ୍ରାଇଭ୍ କରି ୫୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କଲାଣି।ହେଲେ ରାଜଧାନୀକୁ ବାରମ୍ବାର ଏତେ ପରିମାଣରେ ବ୍ରାଉନ୍ସୁଗାର କେଉଁଠାରୁ ଆସୁଛି ତାହା ଖୋଳତାଡ଼ କରୁଛି ଏସଟିଏଫ I ବିଭିନ୍ନ ସୂତ୍ରରୁ ଯାହା ଜଣା ପଡିଛି ଜଳେଶ୍ୱରର ସେକ ସମିରୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ବ୍ରାଉନସୁଗାର ଆଣି ଅଭିଯୁକ୍ତମାନେ ରାଜଧାନୀ ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି । ଏ ସମ୍ପର୍କ ରେ ଅଧିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ I

Comments are closed, but trackbacks and pingbacks are open.