କେରଳରୁ ଚିହ୍ନଟ ହେଲା ନୋରୋ ଭାଇରସ, ୨ ଶିଶୁ ସଂକ୍ରମିତ

35

କେରଳରେ ଚିହ୍ନଟ ହେଲେ ନୋରୋ ଭାଇରସ ଆକ୍ରାନ୍ତ । ରବିବାର ଦିନ କେରଳ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ଭିଜହିନଜାମ ଅଞ୍ଚଳର ୨ଜଣ ଶିଶୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଲେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ୨ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଲଏମଏସ୍‌ଏଲପି ସ୍କୁଲର ପିଲାମାନେ ଫୁଡ ପଏଜନିଂ ଓ ଡାଇରାଇରେ ପଡ଼ିବାରୁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହି ସମୟରେ ୨ ଜଣ ପିଲା ନୋରୋ ଭାଇରସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

ନଭେମ୍ବର ୨୦୨୧ରେ କେରଳରେ ପ୍ରଥମ ନୋରୋଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।’ଅତ୍ୟଧିକ ସଂକ୍ରାମକ’ ବୋଲି କୁହାଯାଉଥିବା ନୋରୋଭାଇରସ୍ ଦୂଷିତ ଜଳ ଏବଂ ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ। ଜୀବାଣୁଙ୍କର ଆକ୍ରମଣାତ୍ମକ ପ୍ରକୃତିକୁ ଦୃଷ୍ଟିରେ ରଖି କେରଳ ସରକାର ଲୋକଙ୍କୁ ସ୍ୱଚ୍ଛତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଦୂଷିତ ଖାଦ୍ୟ, ପାଣି ଓ ସଂକ୍ରମିତଙ୍କ ସଂଶ୍ପର୍ଶରେ ବ୍ୟାପିଥାଏ ନୋରୋ ଭାଇରସ । ବାନ୍ତି, ଝାଡା, ମୁଣ୍ଡବିନ୍ଧା ଏହାର ପ୍ରାଥମିକ ଲକ୍ଷଣ। ଶରୀରରେ ଜଳୀୟଅଂଶ କମିବା ଦ୍ୱାରା ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ। ତେଣୁ ଭଲ ଖାଦ୍ୟ ଓ ପାନୀୟ ସହ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.