କେମିତି କଟିବ ଆଜିର ଦିନ

39

ରାଶିଫଳ : ୦୬-୦୬-୨୦୨୨ ସୋମବାର : ଆଜି ସୂର୍ଯ୍ୟଙ୍କ ଭଳି ଚମକିବେ ଏହି ରାଶିର ବ୍ୟକ୍ତିମାନେ I ମେଷ – ବନ୍ଧୁ ସାହାଯ୍ୟ ପାଇବେ I ବୃଷ – ବ୍ୟବସାୟରେ ଉନ୍ନତି I ମିଥୁନ – ଆୟ ଠାରୁ ବ୍ୟୟ ବଢିବ I ପରିବାରରେ ସୁଖଶାନ୍ତି ବଜାୟ ରହିବ I ଆସନ୍ତୁ ଜାଣିବା ଆପଣଙ୍କ ରାଶି ବିଷୟରେ :

ମେଷ : ମନ ଶାନ୍ତ ରହିବ I ବ୍ୟବସାୟରେ ଉନ୍ନତି ହେବ I ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ପାଇପାରିବେ I ଘରୋଇ ଖର୍ଚ୍ଚ ବୃଦ୍ଧି ପାଇବ I ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ I ଆତ୍ମନିର୍ଭରଶୀଳ ହୁଅନ୍ତୁ I ବ୍ୟବସାୟରେ ଆପଣ ବନ୍ଧୁଙ୍କ ସମର୍ଥନ ପାଇପାରିବେ I

ବୃଷ : ଧାର୍ମିକ ହେବେ I ମନର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ I କାର୍ଯ୍ୟ କ୍ଷେତ୍ରରେ ଏକ ପରିବର୍ତ୍ତନ ହୋଇପାରେ I ବିଦେଶ ଭ୍ରମଣ କରିବାର ସମ୍ଭାବନା ଅଛି I ଆତ୍ମବିଶ୍ୱାସୀ ହେବେ , କିନ୍ତୁ ଅତ୍ୟଧିକ ପରିଶ୍ରମରୁ ଦୂରେଇ ରୁହନ୍ତୁ I କର୍ମକ୍ଷେତ୍ରରେ ଅନୁକୂଳ ଅବସ୍ଥା ରହିବ I ବାର୍ତ୍ତାଳାପରେ ମଧୁରତା ରହିବ I ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ଆରମ୍ଭ ହୋଇପାରିବ I ମା’ଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହୋଇପାରେ I

ମିଥୁନ : ମନରେ ନିରାଶା ଏବଂ ଅସନ୍ତୋଷ ରହିବ I ଧୈର୍ଯ୍ୟବାନ ହୁଅନ୍ତୁ I ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି | ଆୟ ବୃଦ୍ଧି ପାଇବ I ଚାକିରିରେ କିଛି ଅତିରିକ୍ତ ଦାୟିତ୍ୱ ମିଳିବ I ପାରିବାରିକ ଜୀବନ ସୁଖମୟ ହେବ I ଆୟ ଠାରୁ ବ୍ୟୟ ଅଧିକ ହେବ I ପିଲାମାନଙ୍କ କାର୍ଯ୍ୟକଳାପ ଆନନ୍ଦ ଦାୟକ ହେବ I

କର୍କଟ : ଆପଣ ସ୍ୱଭାବରେ ଦୟାଳୁ ହେବେ I ବାଣୀରେ ମଧୁରତା ରହିବ I ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇପାରିବେ I ସାହିତ୍ୟ କ୍ଷେତ୍ରରେ ରୁଚି ବଢିବ I ବ୍ୟବସାୟରେ ଲାଭ ବୃଦ୍ଧି ପାଇବ I ସାମୟିକ ସମସ୍ୟା ପାଇଁ କ୍ରୋଧର ଏବଂ ଅସନ୍ତୋଷର ଭାବନା ମନରେ ରହିବ I ପରିବାରରେ ସୁଖ ଏବଂ ଶାନ୍ତି ବଜାୟ ରହିବ | ଭାଇ ଓ ଭଉଣୀଙ୍କ ସହଯୋଗରେ କାର୍ଯ୍ୟରେ ଅଗ୍ରଗତି କରିବେ I

ସିଂହ : ମନରେ ଶାନ୍ତି ଏବଂ ସୁଖ ରହିବ I ଆତ୍ମବିଶ୍ୱାସ ସହକାରେ କାର୍ଯ୍ୟରେ ଅଗ୍ରଗତି କରିବେ I ପଢାପଢି ପ୍ରତି ଧ୍ୟାନ ଦିଅନ୍ତୁ I ବ୍ୟବସାୟରେ ବ୍ୟାଘାତ ଆସିପାରେ I ନକାରାତ୍ମକ ପରିସ୍ଥିତିକୁ ଏଡାନ୍ତୁ ଇ ପରିବାରରେ ଉତ୍ତମ ବୁଝାମଣା ରହିବ ଇ ଆୟ ଦେଖି ବ୍ୟୟ କରନ୍ତୁ I

କନ୍ୟା : ପରିବାର ସହିତ ଧାର୍ମିକ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ଆସିବ I ଖର୍ଚ୍ଚ ବୃଦ୍ଧି ପାଇବ I ଆପଣ ଜଣେ ରାଜନେତାଙ୍କୁ ଭେଟି ପାରନ୍ତି I ପାରିବାରିକ ଦାୟିତ୍ ବଢିବ I କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ I ପରିଶ୍ରମ ର ଫଳ ପାଇବ I ମାଲିମକଦ୍ଦମା ରୁ ଦୂରରେ ରୁହନ୍ତୁ I

ତୁଳା : ଭ୍ରମଣ ଜନିତ କ୍ଲାନ୍ତି ଅନୁଭବ କରିବେ I ଆଶା ଏବଂ ନିରାଶାର ଭାବନା ମନରେ ରହିପାରେ I ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ I ପରିବାରରୁ ଗୁରୁଜନ ମାନଙ୍କ ସମର୍ଥନ ପାଇବେ I ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ | ଧାର୍ମିକ କାର୍ଯ୍ୟପ୍ରତି ରୁଚି ବଢିବ I କର୍ମକ୍ଷେତ୍ରରେ ମାନ ସମ୍ମାନ ବଢିବ I ଆୟ ଠାରୁ ବ୍ୟୟ ଅଧିକ ହେଇଯିବ I

ବିଛା : ଅଳସୁଆ ହେବେ I କୌଣସି କଥାକୁ ନେଇ ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ I ପଢ଼ାପଢ଼ିରୁ ସୁଖଦ ଫଳାଫଳ ମିଳିବ I ବସ୍ତ୍ର ଆଭୂଷଣ ପ୍ରିୟ ହେବେ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଙ୍କ ସମର୍ଥନ ପାଇବେ I ସ୍ୱଭାବରେ ନମ୍ର ହେବେ I ମନରେ ନକାରାତ୍ମକ ଚିନ୍ତାଧାରାର ପ୍ରଭାବ ରହିବ I କପରିବାର ସହିତ ଭ୍ରମଣରେ ଯାଇପାରନ୍ତି I

ଧନୁ : ସଙ୍ଗୀତ କଳା ପ୍ରତି ଆଗ୍ରହ ବୃଦ୍ଧି ପାଇବ I ଚାକିରିରେ ଥିବା ଅଧିକାରୀମାନଙ୍କ ସହିତ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ I କଥାବାର୍ତ୍ତାରେ ସଂଯମତା ରଖନ୍ତୁ I ପାରିବାରିକ ସୁଖ ଅତୁଟ ରହିବ I ଘରୋଇ ସମସ୍ୟା ଗୁଡିକ ଦୂର ହେବ ଇ ବନ୍ଧୁ ସମର୍ଥନ ମିଳିବ I

ମକର : ପରିବାରରେ ପକ୍ଷ ପାତୀତା ଠାରୁ ଦୂରେଇ ରୁହନ୍ତୁ I ମନରେ ନକରତ୍ମକ ଭାବନାକୁ ସ୍ଥାନ ଦିଅନ୍ତୁ ନାହିଁ Iନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I କାର୍ଯ୍ୟରେ ପିତାଙ୍କ ସମର୍ଥନ ମିଳିବ I ସୁଖାଦ୍ୟ ଭୋଜନ କରିବେ I କେଉଁଠାରୁ ଶୁଭ ଖବର ମିଳିପାରେ I

କୁମ୍ଭ : ମନ ଖୁସି ହେବ I ଆତ୍ମବିଶ୍ୱାସୀ ହେବେ I ଚାକିରିରେ ପରିବର୍ତ୍ତନ ପାଇଁ ସୁଯୋଗ ଆସିବ I ଆୟ ବୃଦ୍ଧି ପାଇବ I ଆପଣ ବନ୍ଧୁଙ୍କ ସାହାଯ୍ୟ ପାଇପାରିବେ I ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ I କାର୍ଯ୍ୟରେ ପିତାମାତାଙ୍କ ସମର୍ଥନ ପାଇବେ I

ମୀନ : ପଢାପଢି ରେ ଆଗ୍ରହ ବଢିବ ।ସତର୍କ ରୁହନ୍ତୁ I ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ I ବ୍ୟବସାୟରେ ଅଧିକ ପରିଶ୍ରମ ହେବ | ଭ୍ରମଣ ଜନିତ ଖର୍ଚ ବଢିପାରେ I ମାନସିକ ସ୍ତରରେ ଶାନ୍ତ ରହିବେ I କଳା ଏବଂ ସଙ୍ଗୀତ ପ୍ରତି ଆକର୍ଷିତ ହେବ I କାର୍ଯ୍ୟରେ ପରିବାରର ସମର୍ଥନ ପାଇବେ I

Comments are closed, but trackbacks and pingbacks are open.