କେମିତି କଟିବ ଆଜିର ଦିନ

32

ରାଶିଫଳ : ୦୫-୦୬-୨୦୨୨ ରବିବାର : ଏହି ରାଶିର ବ୍ୟକ୍ତିମାନେ ଶୁଭ ଫଳ ପାଇବେ I ମେଷ -ମନରେ ଦୁଃଖିତ ହେବେ ,ବୃଷ – ସାହିତ୍ୟ ପ୍ରତି ରୁଚି ବଢିବ ,ମିଥୁନ -ଆର୍ଥିକ ସ୍ଥିତି ମଜବୁତ ହେବ I

ମେଷ : ଆଜି ଆପଣ ସତର୍କ ରୁହନ୍ତୁ I କୌଣସି କାରଣରୁ ଆପଣଙ୍କ ମନ ଦୁଃଖିତ ହୋଇପାରେ,ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତିତ ରହିବେ , ଦିନଟି ଛାତ୍ରମାନଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ, ସମ୍ପତ୍ତି ବାଡ଼ି କରେ ବିକ୍ରୟ ପାଇଁ ଦିନଟି ଉତ୍ତମ ନୁହେଁ I

ବୃଷ : ଦିନଟି ନିଶ୍ଚିନ୍ତ ହେବେ I ମନରେ ସ୍ନେହ ଭାବ ବଢିବ I ସୃଜନଶୀଳତା ଏବଂ ସାହିତ୍ୟ ପ୍ରତି ରୁଚି ବଢିବ I ଧାର୍ମିକ ହେବେ I ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇବ I ଦିନଟି ଆନନ୍ଦ ଦାୟକ ହେବ I

ମିଥୁନ: ନିର୍ଧାରିତ ସମୟରେ କାର୍ଯ୍ୟସାରି ଖୁସି ହେବେ I ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ। ଆର୍ଥିକ ସ୍ଥିତି ମଜବୁତ ହେବ I ନୂତନ କାର୍ଯ୍ୟରୁ ଲାଭ ପାଇବେ I

କର୍କଟ: ବନ୍ଧୁ ପରିଜନ ଙ୍କ ସହିତ ଦିନଟି ସୁଖରେ କଟିବ Iସବୁ ଦିଗରୁ ସଫଳତା ମିଳିବ। ଦୁଃଶ୍ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ଦୃଢ଼ ହେବ।

ସିଂହ: ଆଇନ କାନୁନ ମାମଲା ଆପଣଙ୍କ ସପକ୍ଷରେ ଯିବ ଇ ମନରେ ଚିନ୍ତିତ ରହି ପାରନ୍ତି I କୌଣସି ସ୍ଥାନରୁ ଶୁଭ ଖବର ପାଇବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ।

କନ୍ୟା: ଅନେକ କ୍ଷେତ୍ରରୁ ମାନ ,ସମ୍ମାନ ମିଳିବ I ମହିଳା ମିତ୍ରଙ୍କ ଠାରୁ ସାହାଯ୍ୟ ପାଇବେ I ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। ଆୟ ବଢ଼ିବ। କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ହେବ I

ତୁଳା : ଘର ଏବଂ ଅଫିସରେ ଭଲ ପରିବେଶ ରହିବ I ଦିନସାରା ମନ ରେ ଆନନ୍ଦ ଅନୁଭବ କରିବେ I ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବୃତିରେ ଉଚ୍ଚ ପଦବୀ ପାଇବାକୁ ସକ୍ଷମ ହେବେ, ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ, ଆପଣଙ୍କ ପରିବାରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ I , ମା’ଙ୍କଠାରୁ ଆର୍ଥିକ ଲାଭ ପାଇବେ I ସରକାରୀ କାର୍ଯ୍ୟରେ ସଫଳତା ମିଳିବ I

ବିଛା: ଦିନଟି ଅଳସୁଆ ଲାଗିବ । ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ପ୍ରତିଯୋଗିତାରେ ସଫଳ ହେବେ। ପିଲାମାନଙ୍କ ଠାରୁ ସୁଭାଖବର ପାଇବେ I ଆର୍ଥିକ ଦିଗଟି ସୁଦୃଢ ହେବ I

ଧନୁ: ମାନସମ୍ମାନ ମିଳିବ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମକର: ଆପଣଙ୍କ ପାଇଁ ଦିନଟି ବେଶ୍‌ ଅନୁକୂଳ ରହିବ। ମନମୁତାବକ କାର୍ଯ୍ୟ କରିବାକୁ ସମର୍ଥ ହେବେ। ଆର୍ଥିକ ଉନ୍ନତି ଘଟିବ। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ଓ ମାନସମ୍ମାନ ଲାଭ କରିବେ।

କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ କାମ କୁ ନେଇ ପ୍ରସଂଶିତ ହେବେ I ସହକର୍ମୀଙ୍କ ଠାରୁ ସାହାଯ୍ୟ ପାଇବେ I ପରିବାରରେ ଶାନ୍ତି ଶୃଙ୍ଖଳା ରହିବ I ପିଲାମାନଙ୍କ ପ୍ରତି ଧ୍ୟାନ ରହିବ I

ମୀନ: ଆଜି ଆପଣଙ୍କ କଳ୍ପନା ଶକ୍ତି ର ବହୁତ ଉନ୍ନତି କରିବେ , ସାହିତ୍ୟ କ୍ଷେତ୍ରରେ ରୁଚି ବଢିବ I ସାମାଜିକ ପ୍ରତିଷ୍ଠା ବଢ଼ିବ। ଶତୃମାନେ ପରାଜିତ ହେବେ। ବ୍ୟବସାୟ ପାଇଁ ଦିନଟି ଅନୁକୂଳୁ ରହିବ। ଆୟ ବଢ଼ିବ। ଦାମ୍ପତ୍ୟ ଜୀବନ ଉତ୍ତମ ରହିବ।

Comments are closed, but trackbacks and pingbacks are open.