ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ : ଜନମତ କୁ ସମ୍ମାନ ଜଣାଉଛି, ଧର୍ମେନ୍ଦ୍ର ପ୍ରଧାନ

44

ଜରାଜନଗର ଉପନିର୍ବାଚନର ତ୍ରିମୁଖୀ ଲଢେଇ ର ଫଳାଫଳ ଘୋଷଣା ହୋଇଛି । ଏଥିରେ ବିଜେଡି ପ୍ରାର୍ଥୀନି ଅଳକା ମହାନ୍ତି ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି I
ହେଲେ ବିଜେପି ଏଥର ଏହି ଆସନରେ ତୃତୀୟ ସ୍ଥାନକୁ ଖସି ଆସିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇଛନ୍ତି । ସେ କହିଛନ୍ତି କି ଗଣତନ୍ତ୍ରରେ ଜନତାଙ୍କ ରାୟ ହେଉଛି ସବୁଠାରୁ ଉପରେ ।

ହେଲେ ଦଳ କାହିଁକି ଏତେ ନୈରାଶ୍ୟଜନକ ପ୍ରଦର୍ଶନ କଲା ତାହାକୁ ନେଇ ସେ କହିଛନ୍ତି କି, ଆଗାମୀ ଦିନରେ ସଂଗଠନକୁ କିଭଳି ମଜବୁତ କରାଯାଇ ପାରିବ ତା ଉପରେ ମାନସମନ୍ଥନ କରାଯିବ । ଏହାସହ ଜନକଲ୍ୟାଣ ଯୋଜନା ମାଧ୍ୟମରେ କିଭଳି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବୁ ତାହାକୁ ନେଇ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ଉପ ନିର୍ବାଚନରେ ଦଳର କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ପାଇଁ ସେ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ବିଜେଡିର ବିଜୟୀ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Comments are closed, but trackbacks and pingbacks are open.