କମ୍ୟୁନିଟି ହଲ୍, ଯୋଗକେନ୍ଦ୍ର ସହ ଅତ୍ୟାଧୁନିକ ସୁବିଧାର ଭିତ୍ତିପ୍ରସ୍ତରବୀରଗୋବିନ୍ଦପୁର, ପୁରୀ

25
  • ବୀରଗୋବିନ୍ଦପୁର ଗ୍ରାମ ସମ୍ମୁଖରେ ଏକ ଉଚ୍ଚ ତୋରଣକୁ ଦେଖିଲି । ସେହିପରି ଏହି ଗାଁର ଦୁଇ ମୁଣ୍ଡରେ ଦୁଇଟି ପୋଖରୀ, ଦୁର୍ଗା ମାଧବ ମନ୍ଦିର, ନୋଡାଲ ବିଦ୍ୟାଳୟ ଏବଂ ଦୁଇ ପଟେ ଧାଡ଼ି ଧାଡ଼ି ଘର ଓ ନଡ଼ିଆ ଗଛ ଗ୍ରାମର ଶୋଭାବର୍ଦ୍ଧନ ଅଭୂତପୂର୍ବ । ଆଉ ଏହି ଶୋଭାବର୍ଦ୍ଧନକୁ ଆହୁରି ଭବ୍ୟ କରିବା ପାଇଁ ଆଜି ଇଣ୍ଡିଆନ ଅଏଲ ପକ୍ଷରୁ ଅତ୍ୟାଧୁନିକ ସୁବିଧା ଦେବାର ଭିତ୍ତିପ୍ରସ୍ତର ଦିଆଯାଇଛି ।
  • ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱବୋଧ(ସିଏସଆର) ଅନ୍ତର୍ଗତ 2 କୋଟି 39 ଲକ୍ଷ ଟଙ୍କା ବ୍ୟୟରେ ମା’ ଦକ୍ଷିଣକାଳୀଙ୍କ ପୀଠ ତଥା ବୀରଗୋବିନ୍ଦପୁର ଗ୍ରାମରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାମ ହେବ –
  • କମ୍ୟୁନିଟି ହଲ୍ ନିର୍ମାଣ
  • ଯୋଗ ସେଣ୍ଟର ପ୍ରତିଷ୍ଠା
  • ଦୁଇଟି ପୋଖରୀର ସଫେଇ କାର୍ଯ୍ୟ
  • ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା
  • ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ
  • 50 ସୋଲାର୍ ଲାଇଟର ବ୍ୟବସ୍ଥା କରାଯାଇ ଆଲୋକୀକରଣର ବ୍ୟବସ୍ଥା ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣର କାମ
  • ଶିଶୁ ଉଦ୍ୟାନ
  • କାଳୀ ପୂଜା ଏହି ବୀରଗୋବିନ୍ଦପୁର ଶାସନ ଗ୍ରାମର ପ୍ରସିଦ୍ଧ ଏବଂ ବଡ଼ ପର୍ବଅଟେ । କାଳୀ ପୂଜା ଦିନ ମାଙ୍କର ମୃଣ୍ମୟୀ ମୂର୍ତ୍ତି ଦର୍ଶନ ପାଇଁ ପ୍ରତିବର୍ଷ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ମାନେ ଛୁଟିଆସନ୍ତି । ମାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।
  • ବୀରଗୋବିନ୍ଦପୁର ଗ୍ରାମରେ ଇଣ୍ଡିଆନ ଅଏଲ ପକ୍ଷରୁ ହେବାକୁ ଥିବା ଏହି ସୁବିଧା କେବଳ ଗ୍ରାମବାସୀଙ୍କୁ ନୁହେଁ ବରଂ ଲକ୍ଷାଧିକ ଶ୍ରଦ୍ଧାଳୁ ଉପକୃତ ହେବେ ।

କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର ପ୍ରକଳ୍ପ) :

  • ଫନୀ ପରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ମନ୍ଦିରର ମରାମତି, ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ କାମ ପାଇଁ ଇଣ୍ଡିଆନ ଅଏଲ ଏବଂ ଓଏନଜିସି ୫ କୋଟି ଲେଖାଏଁ ଟଙ୍କା ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସଆଇ)କୁ ଦେଇଛନ୍ତି।
  • ପୁରୀରେ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସିଏସଆର ଅଧୀନରେ ୨୭ କୋଟିର ପ୍ରକଳ୍ପ କ୍ରିୟାନ୍ୱୟନ।
  • ଇଣ୍ଡିଆନ ଅଏଲ ପକ୍ଷରୁ ମହୋଦଧୀ ମହାବିର କ୍ଲବ ଠାରେ କମ୍ୟୁନିଟି ସେଂଟର ଏବଂ ସର୍ବସାଧାରଣଙ୍କ ପାଇଁ ଲାଇବ୍ରେରୀ ପ୍ରତିଷ୍ଠା କରାଯାଇଛି ।
  • ନିକଟରେ ପୁରୀ ସହରର ବାସେଳି ସାହି ମୁଦୁଲି ଜାଗା ଠାରେ ନବୀକରଣ ହୋଇଥିବା କଲ୍ୟାଣ ମଣ୍ଡପ ଏବଂ ଝାଡ଼େଶ୍ୱରୀ କ୍ଲବ ଠାରେ କମ୍ୟୁନିଟି ସେଂଟରର ଉଦଘାଟନ ଓ ବାଲିସାହୀ ସ୍ଥିତ ହିଞ୍ଜିଳ ଜାଗାରେ କମ୍ୟୁନିଟି ହଲର ଭିତିପ୍ରସ୍ତର ସ୍ଥାପନ କରାଯାଇଛି । 
  • ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦରେ ୧୬ଟି ଗ୍ରାମ ପଂଚାୟତ ପାଇଁ ଓଏନଜିସି ଦ୍ୱାରା ଦିବ୍ୟାଙ୍ଗଙ୍କ ପାଇଁ ସମନ୍ୱୟ ଓ ସସକ୍ତିକରଣ କରାଯାଇଛି ।
  • କୃଷ୍ଣପ୍ରସାଦର ଅଳନ୍ଦା ଟିଚିନି ସ୍ଥିତ ବୀଣାପାଣି ଯୁବ କ୍ଲବରେ ଆଇଓସିଏଲ ଦ୍ୱାରା କମ୍ୟୁନିଟି ଲାଇବ୍ରେରୀର ନିର୍ମାଣ ।
  • କୃଷ୍ଣପ୍ରସାଦର ବିଭିନ୍ନ ଗ୍ରାମ ପଂଚାୟତରେ ଓଏନଜିସି ଦ୍ୱାରା ୨୪୦ଟି ସୋଲାର ଏଲଇଡ଼ି ଲାଇଟ୍ ସ୍ଥାପନ କରାଯାଇଛି ।
  • ପୁରୀର କଣାସ ଠାରେ ଥିବା ଗୋପିନାଥ ଉଚ୍ଚ ବିଦ୍ୟାଳୟରେ ଓଏନଜିସି ଦ୍ୱାରା ସାଇନ୍ସ ଲ୍ୟାବ୍ ଏବଂ ଟିଏଲଏମର ସ୍ଥାପନା କରାଯାଇଛି ।

Comments are closed, but trackbacks and pingbacks are open.