ସିଦ୍ଧୁଙ୍କ ହତ୍ୟା ପରେ ଟାର୍ଗେଟ ରେ ସଲମାନ ଖାଁ , କଡାକଡି ହେଲା ସୁରକ୍ଷା

156

ପଞ୍ଜାବ ର ପ୍ରସିଦ୍ଧ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଟାର୍ଗେଟ ରେ ଅଛନ୍ତି ବଲିଉଡ ଅଭିନେତା ସଲମାନ ଖାଁ I ତିହାର ଜେଲ ରେ ବନ୍ଦ ଥିବା ଲୋରେନ୍ସ ବିଷ୍ଣୋଇ ଏକ ଭିଡିଓ ଭାଇରାଲ କରି ଖୁଲମ ଖୁଲା ଏହି ଧମକ ଦେଇଛନ୍ତି I ଏହାକୁ ଦୃଷ୍ଟିରେ ରଖି ପୁଲିସ ତାଙ୍କ ପ୍ରତି ବିପଦର ସ୍ତର ବିଶ୍ଳେଷଣ କରିବା ପରେ ସଲମାନ ଖାନଙ୍କ ସୁରକ୍ଷା ବଢାଇବାକୁ ନିଷ୍ପତ୍ତି ନେଇଛି। ତେବେ ଲରେନ୍ସ ବିଷ୍ଣୋଇ ଆଜିଠୁ ଚାରି ବର୍ଷ ପୂର୍ବେ ଅଭିନେତାଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲା। କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଜେଲରେ ରହି ତାଙ୍କ ନେଟୱାର୍କ ଚଲାନ୍ତି I ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ଦିଲ୍ଲୀ, ହିମାଚଳ ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିୟାଣାରେ ଅଛନ୍ତି। ତେବେ ଏହି ଘଟଣାର ସୂତ୍ରପାତ ଯୋଧପୁରରେ ଏକ ଫିଲ୍ମ ସୁଟିଂ ସମୟରେ ସଲମାନ ମୃଗ ଶିକାର କରିବା ଘଟଣାକୁ କେନ୍ଦ୍ର କରି ତା’ର ପ୍ରତିଶୋଧ ନେବାକୁ ତାଙ୍କୁ ସେହି ଯୋଧପୁରରେ ହିଁ ମାରିବାକୁ କହିଥଲା ଲରେନ୍ସ । କାରଣ ଲରେନ୍ସ ବିଶ୍ନୋଇ ସମାଜର। ବିଶ୍ନୋଇମାନେ ପ୍ରକୃତି ଓ ବନ୍ୟ ଜନ୍ତୁ ଙ୍କ ପ୍ରତି ଗଭୀର ଆସ୍ଥା ରଖନ୍ତି । ଏଣୁ ସଲମାନ କୃଷ୍ଣସାର ଶିକାର କରିଥିବାରୁ ଲରେନ୍ସ ଗଭୀର ଆଘାତ ପାଇଥିଲେ I

ସୂଚନା ଅନୁସାରେ ଭାଇରାଲ ହୋଇଥିବା ଭିଡିଓ ରେ ଲରେନ୍ସ ଏବଂ ସଂପତ ନେହେରା ଅଛନ୍ତି। ସଂପତ ଲରେନ୍ସଙ୍କର ଜଣେ ଘନିଷ୍ଠ ବନ୍ଧୁ ଏବଂ ରାଜସ୍ଥାନର ଜଣେ ଗ୍ୟାଙ୍ଗଷ୍ଟର I ସେ ସଲମାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟର ଏକ ‘ରେକୀ ‘ ମଧ୍ୟ କରିଥିଲେ I କିନ୍ତୁ ଯୋଜନା ସଫଳ ହେବା ପୂର୍ବରୁ ହରିୟାଣା ପୋଲିସ ତାଙ୍କୁ ଧରିଥିଲା। ଭିଡିଓରେ, ଲରେନ୍ସ କହୁଥିବାର ଶୁଣାଯାଉଥିଲା ଯେ – ‘ଯେତେବେଳେ କରିବି , ତୁମେ ଜାଣିବ, ସଲମାନଙ୍କୁ ହତ୍ୟା କରିବି , ଏହି ଯୋଧପୁରରେ ହତ୍ୟା କରିବି , ତେବେ ଜାଣିବ I ଏ ଯାଏଁ ମୁଁ କିଛି କରି ନାହିଁ ବିନା କାରଣରେ ମୋତେ ଏହି ମାମଲାରେ ଫସାଯାଉଛି I
ଏହାପରେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପୁଲିସକୁ ସଲମାନ ଖାନଙ୍କ ଉପରେ ଆକ୍ରମଣ ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ସଲମାନଙ୍କ ସହ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହିତ ଅଧା ଡଜନ ମୁମ୍ବାଇ ପୁଲିସ କନଷ୍ଟେବଳ ରହିବେ। ସୂଚନାଯୋଗ୍ୟ, ମୁସେୱାଲାଙ୍କ ହତ୍ୟା ପାଇଁ ପଞ୍ଜାବୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ର କାନାଡା ସାଥୀ ଗୋଲ୍ଡି ବ୍ରାର ନିଜକୁ ଦାୟୀ କରିଛି।

Comments are closed, but trackbacks and pingbacks are open.