ବ୍ରଜରାଜନଗର ଉପନିର୍ବାଚନ : ମତଦାନ ଆରମ୍ଭ,ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟଗ୍ରହଣ

30

ଆଜି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ । ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଉପନିର୍ବାଚନର ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ। ବ୍ରଜରାଜନଗରର ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି।

ସେପଟେ ଉପନିର୍ବାଚନକୁ ସୁରୁଖୁରୁରେ ସାରିବI ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୧ ହଜାର ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ଛତିଶଗଡ଼ ସୀମାକୁ ମଧ୍ୟ ସିଲ୍ କରାଯିବା ସହ ଝାରସୁଗୁଡ଼ାର ଜିଲ୍ଲାକୁ ସମସ୍ତ ପ୍ରବେଶ ପଥରେ ପୋଲିସର କଡ଼ା ପହରା ଦେଖିବାକୁ ମିଳୁଛି । ୬୦ ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବରେ ଚିହ୍ନଟ କରାଯାଇଛି । ଉପନିର୍ବାଚନ ପାଇଁ ସମୁଦାୟ ୧୨୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ସକାଳୁ ନିଜ ନିଜ ବୁଥକୁ ଆସି ଭୋଟ୍ ଦେଉଛନ୍ତି ଭୋଟର । ଜୁନ୍ ୩ ରେ ହେବ ଭୋଟ୍ ଗଣତି ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ମୃତ୍ୟୁ ପରେ ଏହି ଆସନ ଖାଲି ରହିଥିଲା । ଉପନିର୍ବାଚନରେ ବିଜେଡିରୁ ସ୍ୱର୍ଗତ କିଶୋର ମହାନ୍ତି ପତ୍ନୀ ଅଳକା ମହାନ୍ତି, କଂଗ୍ରେସରୁ କିଶୋର ପଟେଲ, ବିଜେପିରୁ ରାଧାରାଣୀ ପଣ୍ଡା ନିର୍ବାଚନ ଲଢ଼ୁଛନ୍ତି ।

Comments are closed, but trackbacks and pingbacks are open.