ଆଇପିଏଲ୍ ୨୦୨୨ : ଫାଇନାଲରେ ରାଜସ୍ଥାନର ପରାଜୟ ପରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରଶଂସକ
ପ୍ରାୟ ଦୁଇମାସ ଧରି ଚାଲିଥିବା ଟି -୨୦ କ୍ରିକେଟ୍ ଲିଗ୍ ଆଇପିଏଲର ଫାଇନାଲରେ ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ସଂଘର୍ଷ ହୋଇଥିଲା ଇ ଫାଇନାଲ ରେ ନୂତନ ଦଳ ଗୁଜୁରାଟ ଟାଇଟଲ କରିନେଇଛି । କିନ୍ତୁ ଫାଇନାଲ ମ୍ୟାଚ ରେ ରାଜସ୍ଥାନ ରୟାଲ୍ସର ପରାଜୟ ଫଳରେ ପ୍ରଶଂସକମାନେ ଦୁଖୀ ହେବା ସହିତ ଜଣେ ଛାତ୍ର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି I
ଏହି ୨୦ ବର୍ଷୀୟ ଛାତ୍ର ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର Iପୋଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଚୌଧୁରୀ ପୋଲିସ ଥାନା ଅନ୍ତର୍ଗତ ର ବ୍ୟାଙ୍କକ ଗାଁର ବାସିନ୍ଦା ରାକେଶ ପଟେଲ ରବିବାର ରାତିରେ ଆଇପିଏଲର ଅନ୍ତିମ ମ୍ୟାଚ୍ ଦେଖୁଥିଲେ। ତେବେ ରାଜସ୍ଥାନ ଦଳ ଗୁଜରାଟ ନିକଟରୁ ପରାସ୍ତ ହେବା ପରେ ,ସେ ଘରୁ ବାହାରି ଚାଲି ଯାଇ ଥିଲେ I ମଙ୍ଗଳବାର ସକାଳେ ସ୍ଥାନୀୟ ରେଲ୍ୱେ ଲାଇନ ରେ ତାଙ୍କର ବିଖଣ୍ଡିତ ଶରୀର ପଡିଥିବାର ଦେଖିବାକୁ ମିଳିଥିଲା I ତେବେ ପୋଲିସ ପକ୍ଷରୁ ଈପଲ ବେଟିଂରେ ଟଙ୍କା ଲଗାଇ ହାରିଯାଇଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି I
ସୂଚନା ଅନୁସାରେ ଗତ କାଲି ୨୯-୦୫ ର ଆଇପିଏଲ ର ଫାଇନାଲ ମ୍ୟାଚ ରେ ରାଜସ୍ଥାନ ରୟାଲ୍ସକୁ ସାତ ଓ୍ଵିକେଟରେ ଗୁଜରାଟ ଟାଇଟନ୍ସ ଠାରୁ ପରାସ୍ତ ହୋଇଥିଲା I ଆଉ ରାଜସ୍ଥାନର ଦୀର୍ଘ ୧୩ ବର୍ଷ ପରେ ଟାଇଟଲ୍ ଜିତିବାର ସ୍ଵପ୍ନ ଅଧୁରା ରହି ଯାଇଛି।
Comments are closed, but trackbacks and pingbacks are open.