କୃଷକ ନେତା ରାକେଶ ଟିକାୟତଙ୍କୁ ବେଙ୍ଗାଲୁରୁ ରେ କାଳି ମାଡ଼

38

କୃଷକ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼ I ବାଙ୍ଗାଲୋର ର ଗାନ୍ଧୀ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଟୀକାୟତ ଓ ତାଙ୍କ ସହଯୋଗୀ ଯୁଦ୍ଧବିର ସିଂ ଙ୍କୁ କାଳିମାଡ଼ ହୋଇଥିଲା I କାଳିମାଡ଼ ପରେ ଟିକାୟତ କହିଛନ୍ତି ସ୍ଥାନୀୟ ପୋଲିସ ପକ୍ଷରୁ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନଥିଲା । କାଳି ମାଡ଼ ପରେ ପ୍ରେସମିଟ୍‌ରେ ଥିବା ଲୋକମାନେ ପରସ୍ପର ଉପରକୁ ଚେୟାର ଫିଙ୍ଗା ଫୋପଡା କରିଥିଲେ । କାଳି ଫିଙ୍ଗିଥିବା ବ୍ୟକ୍ତିଙ୍କୁ କାବୁ କରିଛନ୍ତି ଟିକାୟତଙ୍କ ସମର୍ଥକ । ଏହି ଦୁର୍ବୃତ୍ତମାନେ ସ୍ଥାନୀୟ ଚାଷୀ ନେତା କୋଡିହାଲି ଚନ୍ଦ୍ରଶେଖରଙ୍କ ସମର୍ଥକ ବୋଲି ଜଣାପଡ଼ିଛି। ପୂର୍ବରୁ ଚନ୍ଦ୍ରଶେଖର ଏକ ସାମ୍ବାଦିକ ସମ୍ମଳିନୀ କରିଥିଲେ। ସେଥିରେ ତାଙ୍କ ଉପରେ ମିଥ୍ୟା ଆରୋପ ଲାଗିବା କଥା ଅଭିଯୋଗ ଆଣିଥିଲେ । ସେହିପରି ଭାରତୀୟ କିଶାନ ୟୁନିୟନର ସଭାପତି ଅଛନ୍ତି ରାକେଶ ଟିକାୟତ ।
ତାଙ୍କ ନାମରେ ବସ ଷ୍ଟ୍ରାଇକ୍‌ ବନ୍ଦ ପାଇଁ ବଟି ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ସାମ୍ବାଦିକ ସମ୍ମଳନୀରେ ଚନ୍ଦ୍ରଶେଖର ଚାଷୀ ନେତା ଟିକାୟତଙ୍କ ସହ ଅନେକ କେନ୍ଦ୍ରୀୟ ନେତାଙ୍କ ନାମ ନେଇଥିଲେ। ଚନ୍ଦ୍ରଶେଖର ଜଣେ ଠକ ବୋଲି ଟିକାୟତ କହିଥିବା ସେ ଅଭିଯୋଗ କରିଥିଲେ। ଏହାକୁ ନେଇ କେନ୍ଦ୍ରୀୟ ଚାଷୀ ନେତା ଓ ସ୍ଥାନୀୟ ଚାଷୀ ନେତାଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହାକୁ ନେଇ ଚନ୍ଦ୍ରଶେଖରଙ୍କ ସମର୍ଥକମାନେ କ୍ରୋଧାନ୍ନିତ ହୋଇ ଟିକାୟତଙ୍କ ଉପରକୁ କାଳି ମାଡ଼ କରିଥିବା ଜଣାପଡ଼ିଛି।

Read about permalinks(opens in a new tab)

Comments are closed, but trackbacks and pingbacks are open.