ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ, ବୁଥ ମୁହାଁ ପୋଲିଂ ଅଫିସର

30

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ । ବୁଥ ମୁହାଁ ପୋଲିଂ ଅଫିସର । ଏଥିପାଇଁ ୧୨୨୮ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ପାଇଁ ୧ ହଜାର ପୋଲିସ କର୍ମଚାରୀ ମୁତୟନ ହେବେ। ୩ କମ୍ପାନି ସେଣ୍ଟ୍ରାଲ ଆର୍ମ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ବ୍ରଜରାଜନଗରରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ୨୭୯ ବୁଥରେ ହେବ ମତଦାନ । ସେଥିମଧ୍ୟରୁ ୨୨ଟି ନୂଆ ବୁଥ ହୋଇଛି । ୬୦ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ମାଇକ୍ରୋଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ ।

୫୦ ପ୍ରତିଶତ ବୁଥର ଓ୍ବେବକାଷ୍ଟିଂ କରାଯିବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ ରହିବ । ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ୫ଟି ପିଙ୍କ ବୁଥ ହୋଇଛି, ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ । ୩୧୨ ଜଣ ବୟସ୍କ (୮୦ ବର୍ଷରୁ ଅଧିକ) ଓ ଦିବ୍ୟଙ୍ଗ ଭୋଟର ବାଲଟ ପେପରରେ ଭୋଟ ଦେଇ ସାରିଛନ୍ତି । ସେମାନଙ୍କ ଭୋଟ ସଂଗ୍ରହ ହୋଇସାରିଛି । କୋଭିଡ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି । ବୁଥରେ ସାନିଟାଇଜର, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଆଜି ସନ୍ଧ୍ୟା ୬ଟାରେ କ୍ୟାମ୍ପେନ ସରିବ । ୬ଟା ପୂର୍ବରୁ ବାହାର ଲୋକଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ । ଏଥିପାଇଁ ସବୁ ହୋଟେଲ, ଲଜ ଚେକିଂ କରାଯିବ । ଧରା ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ ।

୧୨ ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର । ଭୋଟରଙ୍କ ସହାୟତା ଲାଗି ୧୯୫୦ ଟୋଲ ଫ୍ରି ନମ୍ବର ରହିଛି। ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲା ଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଛି । ଆସନ୍ତା ୩୧ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଜୁନ ୪ରେ ଫଳାଫଳ ଆସିବ ବୋଲି ଜଣାପଡିଛି।

Comments are closed, but trackbacks and pingbacks are open.