‘ସପ ଫର ଫ୍ରି’ ନାଇଜେରିଆ ଚର୍ଚ୍ଚରେ ଦଳ ଚକଟା ୩୧ ମୃତ,ବହୁ ଆହତ

127

ଶନିବାର ଦିନ ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚରେ ଠେଲା ପେଲା ରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ଚର୍ଚ୍ଚ ଭିତରେ ‘ସପ ଫୋର ଫ୍ରି’ ‘ଅଭାବୀ ଲୋକଙ୍କୁ ଭରସା ଦେବା’ ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା I

ରିଭର୍ସ ରାଜ୍ୟ ପୋଲିସର ମୁଖପାତ୍ର ଗ୍ରେସ୍ ଇରିଙ୍ଗେ-କୋକୋଙ୍କ ଅନୁଯାୟୀ, କିଙ୍ଗସ ଆସେମ୍ବ୍ଲି ପେଣ୍ଟକୋଷ୍ଟାଲ ଚର୍ଚ୍ଚ ଦ୍ୱାରା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ଏହି ସମୟରେ ଚର୍ଚ୍ଚ ଭିତରେ ପ୍ରବଳ ଭିଡ଼ ଜମି ଥିଲା। ପରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିବା ମୁତାବକ, ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ଏବଂ ଅନେକ ଛୋଟ ଛୁଆ ଅଛନ୍ତି। ଅନେକ ଲୋକ ‘ସପ୍‌ ଫର ଫ୍ରି’ରୁ ଲାଭ ନେବା ପାଇଁ ଆସିଥିଲେ।ତେବେ କାର୍ଯ୍ୟକ୍ରମ ସକାଳ ୯ଟାରେ ଆରମ୍ଭ ହେବାକୁ ଥିବା ବେଳେ ଭୋର ୫ଟାରୁ ଲୋକେ ଚର୍ଚ୍ଚରେ ପହଞ୍ଚି ଯାଇଥିଲେ। ତେବେ ଚର୍ଚ୍ଚର ମୁଖ୍ୟ ଫାଟକରେ ତାଲା ପଡିଥିଲା। ପରେ ଲୋକମାନେ ଏହି ଫାଟକକୁ ଭାଙ୍ଗି ଦେଇଥିଲେ। ଚର୍ଚ୍ଚ ଭିତରେ ପ୍ରବେଶ କରିବା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକ ଏବଂ ଆହତଙ୍କୁ ପୋର୍ଟ ହରକୋର୍ଟ ହସ୍ପିଟାଲ ନିଆ ଯାଇଥିବା ସେ କହିଛନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଲକୁ ସିଲ୍‌ କରାଯାଇଛି। ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

Comments are closed, but trackbacks and pingbacks are open.