କେମିତି କଟିବ ଆଜି ର ଦିନ

44

ରାଶିଫଳ ୨୯-୦୫-୨୦୨୨ ରବିବାର : ଏହି ରାଶିର ବ୍ୟକ୍ତିମାନଙ୍କର ଅଚାନକ ଧାନ ଲାଭ ର ଯୋଗ ରହିଛି I ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଦିନଟି ଶୁଭଙ୍କର ହେବ I ବୃଷ ରାଶି ର ବ୍ୟକ୍ତିମାନେ ପରୋଉପକାରୀ ହେବେ I ମିଥୁନ ରାଶି ର ବ୍ୟକ୍ତିମାନେ ବୃତିରେ ଉନ୍ନତି କରିବେ I କର୍କଟ ରାଶିର ରାଶି ର ବ୍ୟକ୍ତିମାନେ କ୍ରୋଧକୁ ଏଡାନ୍ତୁ I

ମେଷ : ଆଜି ଆପଣ ଉତ୍ସାହରେ ପରିପୂର୍ଣ୍ଣ ହେବେ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ପାରିବାରିକ ପରିବେଶ ସୁଖଦ ରହିବ I ବନ୍ଧୁ, ପ୍ରିୟଜନଙ୍କ ମିଳନ ହେବ I କାର୍ଯ୍ୟକ୍ଷେତ୍ରରେ ନିଜର ପ୍ରାଧାନ୍ୟ ରହିବ I ଆର୍ଥିକ ପକ୍ଷ ସୁଦୃଢ଼ ରହିବ I

ବୃଷ : ଘରର ସଦସ୍ୟମାନଙ୍କ ସହିତ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା କରିବେ I ମାତା ଙ୍କ ଠାରୁ ବିଶେଷ ଆଶୀର୍ବାଦ ପାଇବେ I କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଭଲ ସମ୍ପର୍କ ରହିବ I ଆପଣ ମଧ୍ୟାହ୍ନ ପରେ ସାମାଜିକ କାର୍ଯ୍ୟରେ ଅଧିକ ଆଗ୍ରହ ଦେଖାଇବେ | ସାଙ୍ଗମାନେ ଆପଣଙ୍କ ଦ୍ୱାରା ଉପକୃତ ହେବେ I ନୂତନ ବନ୍ଧୁତା ସହିତ ମନ ଖୁସି ହେବ I ହଠାତ୍ ଅର୍ଥ ଲାଭ ହେବାର ସମ୍ଭାବନା ରହିଛି I

ମିଥୁନ : ବୃତିରେ ଉନ୍ନତି କରିବେ I ପରିବାର ପାଇଁ ବହୁତ ଭଲ ଦିନ ରହିବ I ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ Iକାର୍ଯ୍ୟଭାର ବୃଦ୍ଧି ହେତୁ ସ୍ୱାସ୍ଥ୍ୟ ବିଗିଡି ପାରେ Iସାଙ୍ଗମାନଙ୍କ ସହିତ ସମୟ କଟିବ I କୁଆଡେ ବୁଲାବୁଲି କରିବାକୁ ଯାଇ ପାରନ୍ତି I

କର୍କଟ : ଆପଣ ଆଜି ଶାରୀରିକ ଏବଂ ମାନସିକ ସ୍ତରରେ ବିବ୍ରତ ଏବଂ ଅସୁସ୍ଥ ଅନୁଭବ କରିବେ I ଅଧିକ ପରିମାଣର କ୍ରୋଧ ହେତୁ, କାହା ସହିତ ବିବାଦ ହୋଇପାରେ Iପରିବାରରେ ସୁଖର ବାତାବରଣ ମଧ୍ୟ ରହିବ I ବ୍ୟବସାୟ ଏବଂ ଚାକିରିରେ ଅଂଶୀଦାର କିମ୍ବା ଅଧିକାରୀଙ୍କ ସହିତ ଏକ ଫଳପ୍ରଦ ଆଲୋଚନା ହେବ I

ସିଂହ : ପରିବାର ତଥା ବ୍ୟବସାୟିକ କ୍ଷେତ୍ରରେ ଆଜିର ଦିନଟି ଭଲ ରେ କଟିବ Iସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ଲାଗି ରହିଥିବା ପାରିବାରିକ ସମସ୍ୟା ଦୂର ହେବ। ଆୟ ବଢ଼ିବ।

କନ୍ୟା : ଆଜି ଆପଣ କିଛି ବିଷୟରେ ଗଭୀର ଭାବରେ ଚିନ୍ତା କରିବେ I ଜ୍ୟୋତିଷ ଶାସ୍ତ୍ର ବା ଆଧ୍ୟାତ୍ମିକତା ପ୍ରତି ଧ୍ୟାନ ଆକର୍ଷିତ ହେବ I କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ତୁଳା : ଆଜି ଆପଣ ସାମାଜିକ କାର୍ଯ୍ୟରେ ପ୍ରସଂଶିତ ହେବେ I ଦାମ୍ପତ୍ୟ ଜୀବନରେ ସୁଖ ଏବଂ ତୃପ୍ତି ରହିବ I ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଲାଭଦାୟକ ହେବ I ଆଜି ଆଧ୍ୟାତ୍ମିକ ସଫଳତା ପାଇବାର ସମ୍ଭାବନା ଅଛି I ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପରୀକ୍ଷାରେ ସଫଳତା ମିଳିବ।

ବିଛା : ଆଜି ଦିନ ଟି ବହୁତ ଖୁସି ଏବଂ ଆନନ୍ଦରେ କଟିବ I ଆପଣ ବ୍ୟବସାୟିକ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ ଏବଂ ଏଥିରୁ ଆର୍ଥିକ ଲାଭ ମିଳିବ I ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରାଯିବ I ଶତ୍ରୁମାନେ ପରାଜିତ ହେବେ। ଯେଉଁ କାମରେ ହାତଦେବେ ସେଥିରେ ସଫଳ ହେବେ। ଅଟକି ଥିବା ଟଙ୍କା ମିଳିଯିବ।

ଧନୁ : ଆଜି, ଦିନର ଆରମ୍ଭରେ, ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଟିକେ ଅଳସୁଆ ଅନୁଭବ କରିବେ I କଠିନ ପରିଶ୍ରମଠାରୁ ଫଳାଫଳ କମ୍ ପାଇବେ I ସହକର୍ମୀମାନଙ୍କ ସହଯୋଗ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ରାଜନୀତିରେ ଥିବା ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ମକର : ଆଜି କୌଣସି ବିଷୟରେ ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ I ସମ୍ପତ୍ତି ବାଡ଼ି ର ଦଲିଲଗୁଡ଼ିକୁ ଭଲଭାବେ ପଢି ସାଇଁ କରନ୍ତୁ I ନିଜର ଜିଦ୍ଖୋର ଆଚରଣକୁ ଏଡାନ୍ତୁ I ସରକାରୀ ଏବଂ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନାରେ ସଫଳତା ମିଳିବ I ଏହି ଦିନ ଯାତ୍ରାକୁ ସ୍ଥଗିତ ରଖିବା ଆପଣଙ୍କ ପାଇଁ ଲାଭଦାୟକ ହେବ I

କୁମ୍ଭ : ଆଜି ଆପଣ ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ, କିନ୍ତୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଏଡ଼ାନ୍ତୁ I ସାହିତ୍ୟ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଦିନଟି ଭଲ I ଆୟର ନୂତନପନ୍ଥା ଖୋଜିବେ। ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ।

ମୀନ : ଆଜି ଆପଣ ଅତ୍ୟଧିକ ସ୍ୱାର୍ଥପର ହେବା ଉଚିତ୍ ନୁହେଁ ଏବଂ ଅନ୍ୟମାନଙ୍କୁ ଗୁରୁତ୍ୱ ଦିଅନ୍ତୁ I ଘରେ, ପରିବାର ଏବଂ ବ୍ୟବସାୟରେ ଭଲ ଆଚରଣ ଅନ୍ୟମାନଙ୍କ ସହିତ ତୁମର ସମ୍ପର୍କ ବଜାୟ ରଖିବ I କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ୱାସ ବଢିବ I ଆୟ ର ଅନ୍ୟ ପନ୍ଥା ଖୋଲିବ I

Comments are closed, but trackbacks and pingbacks are open.