ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ସୋନୁ ସୁଦ୍‌

24

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ । ନବୀନ ନିବାସକୁ ଯାଇ ସୋନୁ ସୁଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । କୋଭିଡ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସାହାଯ୍ୟ କରିଥିଲେ ସୋନୁ ସୁଦ୍ । ସୋନୁଙ୍କ ସହାୟତାରେ ଶତାଧିକ ଛାତ୍ର ଓ ଶ୍ରମିକ ଓଡ଼ିଶା ଫେରି ପାରିଥିଲେ । କୋଭିଡ ସମୟରେ ଅଭିନେତା ସୋନୁ ସୁଦଙ୍କ ସହାୟତା ଯୋଗୁ କେରଳରୁ ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦ୍ରାପଡ଼ାର ୧୬୭ ଯୁବତୀ ଓ ୨୨ ଜଣ ଯୁବକ ଘରକୁ ଫେରିଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଥିଲେ । ସୋନୁଙ୍କ ଏପରି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହି ସମୟରେ ସୋନୁ କହିଛନ୍ତିକି ଏହି କାର୍ଯ୍ୟ ପାଇଁ କରୋନା ସମୟରେ ନିଜେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଦେଇଥିଲେ । କିନ୍ତୁ ତାହା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭେଟ ହେବା ପାଇଁ ସୋନୁଙ୍କୁ କେବେ ସୁଯୋଗ ମିଳିନଥିବାରୁ ଟିକେ ସୁଯୋଗ ମିଳିବାରୁ ଚଳିତ ଥର ସେ ଓଡିଶା ଆସିଛନ୍ତି । ସୋନୁ ଏହା ମଧ୍ୟ କହିଛନ୍ତିକି ଓଡ଼ିଶାର ପାଣି ପବନ ତାଙ୍କର ଖୁବ ପସନ୍ଦ ।

କୋଭିଡ ସମୟରେ ପ୍ରବାସୀଙ୍କ ଭଗବାନ ଥିଲେ ସୋନୁ ସୁଦ । ସୋନୁଙ୍କ ସହାୟତାରେ ହଜାର ହଜାର ଛାତ୍ର ବିଦେଶରୁ ଫେରି ପାରିଥିଲେ । ଓଡିଶା ସମେତ ଏକାଧିକ ରାଜ୍ୟର ଛାତ୍ର ଓ ଶ୍ରମିକଙ୍କୁ ସ୍ୱରାଜ୍ୟ ଫେରାଇ ଆଣିବାରେ ସୋନୁ ସାଜିଥିଲେ କର୍ଣ୍ଣଧାର । ଅନେକ ଅସହାୟ ଲୋକଙ୍କୁ ଖାଦ୍ୟ ଦେବା ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ସୋନୁ ସୁଦ । ଯେଉଁଥିପାଇଁ ତାଙ୍କୁ ପ୍ରବାସୀଙ୍କ ଭଗବାନ ବୋଲି ବିବେଚନା କରାଯାଏ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଖୁସି ବ୍ୟକ୍ତ କରିଛନ୍ତି ଅଭିନେତା ସୋନୁ ସୁଦ ।

Comments are closed, but trackbacks and pingbacks are open.