ନକଲି ର ଗନ୍ତାଘର କଟକ : ପୁଣି ଏକ ସସ କାରଖାନା ଠାବ

28

ନକଲି ସାମଗ୍ରୀର ଗନ୍ତାଘର ପାଲଟିଛି ସିଲଭର ସିଟି କଟକ । ଗତକାଲି ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଥିବା ବେଳେ, ଆଜି ନିମ୍ନମାନର ଗୁପଚୁପ ଉପରେ ଚଢାଉ କରାଯାଇଥିଲା । ଏହାପରେ ପୁଣି ଏକ ନକଲି ସସ କାରଖାନା ଠାବ ହୋଇଛି I ମାଲଗୋଦାମରେ ଥିବା ଏକ ନକଲି ସସ୍‌ ଗୋଦାମ ଉପରେ ଆଜି ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ସସ୍‌ ସହ ଚାଓମିନ୍‌ ଜବତ ହୋଇଛି ।
ସୂଚନା ଅନୁସାରେ, ମାଲଗୋଦାମରେ ଏକ ନକଲି ସସ୍‌ ଗୋଦାମ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଶନିବାର ଦିନ ମାଲଗୋଦାମ ପୋଲିସ ଉକ୍ତ ନକଲି ସସ୍‌ କାରଖାନାରେ ଚଢାଉ କରିଥିଲା । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ସସ୍ ଜବତ କରାଯାଇଛି । ସେତିକି ନୁହେଁ ସସ୍ ସହ ବହୁଳ ପରିମାଣରେ ଚାଓମିନ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଅଟକ ରଖିଛି । ଏହାସହ ବାରଙ୍ଗଠାରେ ଥିବା ନକଲି ସସ୍ କାରଖାନାରେ ମଧ୍ୟ ଚଢାଉ କରାଯାଇଛି ।

Comments are closed, but trackbacks and pingbacks are open.