ଆରସିବି ବନାମ ଆରଆର କ୍ୱାଲିଫାୟର ୨ : ବାଙ୍ଗାଲୋରର ସ୍ୱପ୍ନକୁ ଧୂଳିସାତ କଲେ ବଟଲର, ଫାଇନାଲ ପାଇଁ ଟିକେଟ୍ କାଟିଲେ ରାଜସ୍ଥାନ

35

ଗୁଜରାଟ ନରେନ୍ଦ୍ର ମୋଦି ଷ୍ଟାଡିଅମ ରେ ଖେଳାଯାଉଥିବା କ୍ୱାଲିଫାୟର ୨ ରେ ରାଜସ୍ଥାନ ରୟାଲ୍ସ ବନାମ ଆରସିବି ମଧ୍ୟରେ ମ୍ୟାଚ ଖେଳାଯାଇଥିଲା I ଆଜିର ମ୍ୟାଚ ରେ ରାଜସ୍ଥାନ ର ପ୍ରଭାବଶାଳୀ ବୋଲିଂ ସହିତ ବ୍ୟାଟିଂ ମଧ୍ୟ ଦେଖିବାକୁ ମିଳିଛି ଇ ରାଜସ୍ଥାନ ବେଙ୍ଗାଳୁରୁ କୁ ୭ ୱିକେଟରେ ପରାସ୍ତ କରି ଫାଇନାଲ ଟିକଟ ହାତେଇ ନେଇଛି I ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ୍ମାନେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ I ରାଜସ୍ଥାନ ଦଳ ଦ୍ୱିତୀୟ ଥର ପାଇଁ ଆଇପିଏଲର ଫାଇନାଲରେ ପହଞ୍ଚିଛି। ଏହାପୂର୍ବରୁ ସଚିନ ୱାର୍ନଙ୍କ ଅଧିନାୟକତ୍ୱରେ ଦଳ ଦ୍ୱିତୀୟ ଟାଇଟଲ ଜିତିଥିଲା।
ମେ ୨୯ରେ ଟାଇଟଲ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ଭେଟିବ ରାଜସ୍ଥାନ। ଅନ୍ୟପଟେ ପରାଜୟ ସହ ଆଇପିଏଲ ୨୦୨୨ରେ ବେଙ୍ଗାଲୁରୁର ଅଭିଯାନ ଶେଷ ହୋଇଛି। ବେଙ୍ଗାଲୁରୁର ପ୍ରଥମ ଥର ଚାମ୍ପିଅନ ହେବାର ସ୍ଵପ୍ନ ପୁଣି ଥରେ ଧୂଳିସାତ ହୋଇଛି। ବେଙ୍ଗାଲୁରୁ ଦ୍ଵାରା ଧାର୍ଯ୍ୟ ୧୫୮ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ ଜୋସ୍ ବଟଲରଙ୍କ ଶତକ ଦମରେ ୧୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ରାଜସ୍ଥାନ ଆଇପିଏଲର ପଦାର୍ପଣ ସିଜିନ ଚାମ୍ପିଅନ ହୋଇଥିଲା। ଆଉ ଦଳ ଦ୍ଵିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି।

ପ୍ରଥମେ ବ୍ୟାଟିଂ ରାଜସ୍ଥାନ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା। ଗତ ମ୍ୟାଚର ହିରୋ ରଜତ ପାଟିଦାରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରି ପାରି ନାହାନ୍ତି। ପାଟିଦାର ୫୮ ରନ କରିଥିଲେ। ଅଧିନାୟକ ଫାଫ ଡୁପ୍ଲେସିସ୍ ୨୫ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୨୪ ରନ କରିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଶାହବାଜ ଅହମ୍ମଦ ୧୨ ରନ କରି ଅପରାଜିତ ଥିଲେ। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨୨ ରନ ଦେଇ ୩ ଏବଂ ଓବେଡ ମାକକୟ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ବେଙ୍ଗାଲୁରୁ ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ଜବାବରେ ଜୋସ୍ ବଟଲରଙ୍କ ବିସ୍ଫୋରକ ୧୦୬ ରନର ଶତକୀୟ ଇନିଂସ ବଳରେ ରାଜସ୍ଥାନ ୧୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଚଳିତ ଆଇପିଏଲରେ ବଟଲରଙ୍କ ଏହା ଚତୁର୍ଥ ଶତକ।

୧୫୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସର ଦୁଇ ଓପନର ଯଶସ୍ଵୀ ଜୟସଓ୍ଵାଲ ଏବଂ ଜୋସ୍ ବଟଲର ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୫.୧ ଓଭରରେ ୬୧ ରନ ଯୋଡି ବିଜୟର ମୂଳ ଦୁଆ ପକାଇଥିଲେ। ଜୟସଓ୍ଵାଲ ୨୧ ରନ କରି ଆଉଟ୍ ହୋଇଥିଲେ। ପୁଣି ବଟଲର ଏବଂ ବଟଲର ଦ୍ଵିତୀୟ ଓ୍ଵିକେଟ୍‌ରେ ୫୨ ରନର ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ସାମସନ ୨୩ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଚମତ୍କାର ଫର୍ମରେ ଥିବା ବଟଲର ଚଳିତ ସିଜିନରେ ଚତୁର୍ଥ ଶତକ ହାସଲ କରି ଦଳକୁ ବିଜୟୀ କରାଇଛନ୍ତି। ରାଜସ୍ଥାନ ୧୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି। ବଟଲର ୬୦ ବଲରୁ ୧୦ ଚୌକା ଏବଂ ୬ ଛକା ସହ ୧୦୬ରନର ଅପରାଜିତ ଇନିଂସ ଖେଳିଛନ୍ତି। ସିମରନ ହେଟମାୟର ୨ ରନ କରି ଅପରାଜିତ ଥିଲେ।

Comments are closed, but trackbacks and pingbacks are open.