ଜାମ୍ମୁ କାଶ୍ମୀର: ଜୋଜିଲା ପାସ୍ ନିକଟ ରେ ଗାଡି ଓଲଟି ୭ ମୃତ

28

ଜାମ୍ମୁ କାଶ୍ମୀରର ଜୋଜିଲା ପାସ୍ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି I ଏଠାରେ ଏକ କାର ରାସ୍ତାରୁ ଖସି ଏକ ଗଭୀର ଖାଇ ରେ ଗଲି ପଡିଛି I ଗାଡିଟି ଏକ ଟାଭେରା ଗାଡି ଥିଲା I ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି | ଏଥିସହିତ ଜଣେ ବ୍ୟକ୍ତି ଆହତ ହୋଇଥିବା କୁହାଯାଉଛି। ମୃତକ ମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି I

ଜାମ୍ମୁ କାଶ୍ମୀରର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡି ଟି ଶ୍ରୀନଗ-ଲେହ ରୁ ଆସୁଥିବାବେଳେ ବିଳମ୍ବିତ ରାତିରେ ଜୋଜିଲା ପାସ୍ ନିକଟରେ ରାସ୍ତାରୁ ପ୍ରାୟ ୪ଶ ରୁ ୫ଶହ ଫୁଟ ତଳକୁ ଏକ ଗଭୀର ଘାଟରେ ଖସି ପଡିଥିଲା । ଖବର ପାଇବା ମାତ୍ରେ ପୁଲିସ,ସେନା ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉକ୍ତ ଗାଡିଟି କାରଗିଲ୍‍ ରୁ ଶ୍ରୀନଗର ଯାଉଥିଲା ବୋଲି ସୂଚନା ମିଳିଛି।

Comments are closed, but trackbacks and pingbacks are open.