ଆଜି ଏଲିମିନେଟର ମ୍ୟାଚରେ ରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ବନାମ ବାଙ୍ଗାଲୋର

29

ଆଜି ବୁଧବାର ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍ 2022 ର ଏଲିମିନେଟର ମ୍ୟାଚ୍ ଖେଳାଯିବ I ପରାଜିତ ଦଳର ଅଭିଯାନ ଶେଷ ହୋଇଯିବ । ବିଜୟୀ ଦଳ ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ସୁଯୋଗ ପାଇବ । ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ସୁପରଜାଏଣ୍ଟ୍ସ ଚଳିତ ଆଇପିଏଲରେ ଉନ୍ନତ ପ୍ରଦର୍ଶନ କରିଥିଲା । ବ୍ୟାଟିଂ ବିଭାଗରେ ଛୋଟ ମୋଟ ତ୍ରୁଟି ରହିଥିଲେ ହେଁ ଦଳଗତ ପ୍ରଦର୍ଶନ ବଳରେ ସୁପରଜାଏଣ୍ଟ୍ସ ୯ଟି ଲିଗ୍ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ପଦାର୍ପଣରେ ଫାଇନାଲ୍ ଖେଳିବାର ସୁଯୋଗକୁ ହାତଛଡ଼ା କରିବାକୁ ସୁପରଜାଏଣ୍ଟ୍ସ ଚାହିଁବ ନାହିଁ ।

ତେଣୁ ଶ୍ରେଷ୍ଠ ପ୍ରଦର୍ଶନ ସହ ଟାଇଟଲ ଦୌଡ ଜାରି ରଖିବ । ରୟାଲ୍ ଚ୍ୟାଲେଞ୍ଜର୍ସ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିନଥିଲେ ହେଁ ଅନେକ ତାରକା ଖେଳାଳି ରହିଥିବାରୁ ବିଜୟ ସମ୍ଭାବନା ଅଧିକ ରହିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ଲିଗ୍ ପର୍ଯ୍ୟାୟରେ ମଧ୍ୟ ସୁପରଜାଏଣ୍ଟ୍କୁ ହରାଇ ସାରିଛି । ଅନେକ ଖେଳାଳି ଫର୍ମରେ ନ ଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସ ରାଜୁତି କରିପାରି ନଥିଲା । ହେଲେ ବିରାଟ କୋହଲି ଫର୍ମକୁ ଫେରିଛନ୍ତି । କେବଳ ମ୍ୟାକ୍ସୱେଲ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିଲେ ରୟାଲ୍ ଚ୍ୟାଲେଞ୍ଜର୍ସ ସହଜରେ ବିଶାଳ ସ୍କୋର ସଂଗ୍ରହ କରିବ ।

ଉଭୟ ଦଳର ବୋଲିଂ ବିଭାଗ ସୁଦୃଢ । ଜାସନ ହୋଲ୍ଡର, ଅଭେଶ ଖାନ, ମହସିନ ଖାନ, ରବି ବିଶ୍ନୋଇ ପ୍ରମୁଖ ସୁପରଜାଏଣ୍ଟ୍ସ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ଦଳରେ ଜୋସ ହାଜେଲଉଡ୍, ମହମ୍ମଦ ସିରାଜ, ୱାନିଣ୍ଡୁ ହସରଙ୍ଗା ଭଳି ବୋଲର ରହିଛନ୍ତି ।

Comments are closed, but trackbacks and pingbacks are open.